ଜେନେଭା: ଜେନେଭାରେ ଆମେରିକା ଓ ଇରାନ ମଧ୍ୟରେ ଅନୁଷ୍ଠିତ ଶୀର୍ଷ ଆଲୋଚନାରେ  ଉଲ୍ଲେଖନୀୟ ପ୍ରଗତି ହୋଇଥିବା ସତ୍ତ୍ବେ ଯୁଦ୍ଧ ଆଶଙ୍କା ଏବେ ବି ବଳବତ୍ତର ରହିଛି।  ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅନିଶ୍ଚିତ ରଣନୀତି ଯୋଗୁଁ ଇରାନ ଏବେ ବଡ଼ ଯୁଦ୍ଧ ପାଇଁ ନିଜକୁ ପ୍ରସ୍ତୁତ ରଖିଛି। ଅନ୍ୟପଟେ କୂଟନୈତିକ ସଫଳତା ଦାବି ଭିତରେ ଆମେରିକା ମଧ୍ୟ ମଧ୍ୟପ୍ରାଚ୍ୟରେ ସମରସଜ୍ଜା ଚଳାଇଛି। ଆମେରିକାର ପ୍ରତିନିଧି ଦଳ ଇରାନ ଆଗରେ ତିନୋଟି ମୁଖ୍ୟ ସର୍ତ୍ତ ରଖିଛନ୍ତି। ସର୍ତ୍ତଗୁଡ଼ିକ ହେଲା ଇରାନର ତିନୋଟି ପ୍ରମୁଖ ପରମାଣୁ କେନ୍ଦ୍ରକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା, ସମସ୍ତ ସମୃଦ୍ଧ ୟୁରାନିୟମ୍ ଆମେରିକାକୁ ହସ୍ତାନ୍ତର କରିବା ଏବଂ ବାଲିଷ୍ଟିକ୍ ମିସାଇଲ୍ କାର୍ଯ୍ୟକ୍ରମ ଉପରେ ସମ୍ପୂର୍ଣ୍ଣ ରୋକ୍ ଲଗାଇବା। 

Advertisment

Culture: ପ୍ରକୃତି ଓ ପରମ୍ପରାର ମହାମିଳନ ‘ବାହା ପର୍ବ’

ଏହି ସର୍ତ୍ତ ଉପରେ ଆଲୋଚନା ଚାଲିଥିବା ବେଳେ ଆମେରିକା ନିଜର ସାମରିକ ଶକ୍ତି ବଢ଼ାଇବାରେ ଲାଗିଛି। ବିଶ୍ୱର ବୃହତ୍ତମ ବିମାନବାହୀ ଜାହାଜ ୟୁଏସ୍‌ଏସ୍‌ ଜେରାଲ୍ଡ ଫୋର୍ଡ  ଏବେ ୟୁଏସ୍‌ଏସ୍‌ ଆବ୍ରାହମ ଲିଙ୍କନ ସହିତ ସାମିଲ ହୋଇଛି। ଦୁଇଟି ବିଶାଳ ଯୁଦ୍ଧପୋତ ସମେତ ଅନ୍ୟାନ୍ୟ ଯୁଦ୍ଧ ଜାହାଜ ମୁତୟନ ଅଛନ୍ତି। ଏଭଳି ସାମରିକ ସଜ୍ଜା ଏକ ବଡ଼ ଯୁଦ୍ଧର ସଙ୍କେତ ଦେଉଛି। ଇରାନ୍ ରାଷ୍ଟ୍ରପତି ମସୁଦ ପେଜେସକିଆନ କହିଛନ୍ତି ଯେ ତାଙ୍କ ଦେଶ ପରମାଣୁ ଅସ୍ତ୍ର ଚାହୁନାହିଁ ଏବଂ ଟ୍ରମ୍ପଙ୍କ ଅଭିଯୋଗ କେବଳ ମିଥ୍ୟା ଉପରେ ଆଧାରିତ। ଇରାନରେ ଏବେ ସାଧାରଣ ଜନତା ଯୁଦ୍ଧ ଭୟରେ ଆତଙ୍କିତ ଅଛନ୍ତି। ଯୁଦ୍ଧ ହେଲେ ଦେଶରେ ଦୁର୍ଭିକ୍ଷ ପରିସ୍ଥିତି ସୃଷ୍ଟି ହେବ ବୋଲି ସ୍ଥାନୀୟ ବାସିନ୍ଦା ଆଶଙ୍କା ପ୍ରକାଶ କରିଛନ୍ତି। ଆମେରିକା ଓ ଇରାନ ମଧ୍ୟରେ ଯେଉଁ ଶାନ୍ତି ପ୍ରସ୍ତାବ ବିନିମୟ ହୋଇଛି, ସେ ବାବଦରେ ଆସନ୍ତା ସପ୍ତାହରେ ଭିଏନାରେ ଚୂଡ଼ାନ୍ତ ବୈଠକ ହେବ। 

Annual Functions: ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟର ୨୬ତମ ବାର୍ଷିକ ଉତ୍ସବ