ତିରୁଅନନ୍ତପୁରମ:କେରଳରେ ଜଣେ କୁଖ୍ୟାତ ବାଇକ ଚୋରକୁ ହାଜତରେ ପୁଲିସ ବର୍ବର ଭାବେ ଆକ୍ରମଣ କରିବା ଘଟଣାରେ ୪ ଜଣ ପୁଲିସ ଅଧିକାରୀ ନିଲମ୍ବିତ ହୋଇଛନ୍ତି। ଫୋର୍ଟ ପୁଲିସ ଷ୍ଟେସନ ସହିତ ଏହି ଅଧିକାରୀମାନେ ଜଡ଼ିତ ଥିଲେ। ନିଲମ୍ବିତ ଅଧିକାରୀଙ୍କ ମଧ୍ୟରେ ଜଣେ ଏସ୍‌ଆଇ ଶ୍ରୀକୁମାର, ପୁଲିସ ଅଧିକାରୀ ସିଜୁକୁମାର, ସୁନିଲ ଓ ଗିରିଶ ଅଛନ୍ତି। ଫୋର୍ଟ ସହାୟକ କମିସନରଙ୍କ ତଦନ୍ତ ପରେ ଏମାନଙ୍କୁ ଶୁକ୍ରବାର ନିଲମ୍ବନ କରାଯାଇଥିଲା।

Advertisment

ଗାଡ଼ି ଭିତରେ ନିସ୍ତୁକ ମାଡ 

ଜିନୁ ବେବି ନାମକ ଜଣେ ବାଇକ ଚୋରକୁ ଏମାନେ ହାଜତରେ ଥିବାବେଳେ ପ୍ରବଳ ମାଡ଼ ମାରିଥିଲେ। ଜିନୁକୁ କୋଚିରେ ଗିରଫ କରାଯିବା ପରେ ତିରୁଅନନ୍ତପୁରମ ନିଆଯାଇଥିଲା। ଅଭିଯୁକ୍ତକୁ କୋଚିରୁ ପୁଲିସ ଗାଡ଼ିରେ ତିରୁଅନନ୍ତପୁରମ ନିଆଯିବା ସମୟରେ ଗାଡ଼ି ଭିତରେ ପୁଲିସ ନିସ୍ତୁକ ମାଡ଼ ମାରିଥିଲା। ପରେ ତିରୁଅନନ୍ତପୁରମ୍‌ ପୁଲିସ ଷ୍ଟେସନ ଭିତରେ ମାଡ଼ ମାରିଥିଲା। ଜିନୁକୁ ଗୁରୁତର ଅବସ୍ଥାରେ ତିରୁଅନନ୍ତପୁରମ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ ବର୍ବରତା ଯୋଗୁ ଜିନୁର କିଡନୀ ଗଭୀର ଭାବେ ପ୍ରଭାବିତ ହୋଇଥିବାରୁ ତାକୁ ଜରୁରୀକାଳୀନ ଚିକିତ୍ସାଯୋଗାଇ ଦିଆଯାଉଛି। ଏହି ମାମଲାର ଅନ୍ୟ ଜଣେ ଅଭିଯୁକ୍ତ ଉନ୍ନି ମଧ୍ୟ ଆହତ ହୋଇଛି।

ଆହୁରି ପଢନ୍ତୁ - sirajuddin Hakani: ସିରାଜୁଦ୍ଦିନ ହକ୍କାନିଙ୍କ ଚରମବାଣୀ: ଗୋଟିଏ ଦିନ ଯୁଦ୍ଧରେ ବଦଳିଯିବ ପାକିସ୍ତାନର ମାନଚିତ୍ର