ଦୁବାଇ: ବିଦେଶରେ ଭିକ ମାଗି ବଡ଼ ଲୋକ ହେବାର ନିଶା କିଛି ଲୋକଙ୍କୁ ଘାରିଛି। ପବିତ୍ର ରମ୍ଜାନ୍ ମାସରେ ଲୋକେ ଅଧିକ ଦାନ ଦେଇଥାନ୍ତି। ତେଣୁଦୁବାଇକୁ ବିଭିନ୍ନ ଦେଶରୁ ବିକାରିମାନେ ଆସିବାରେ ଲାଗିଛନ୍ତି। ଭିକ ମାଗି ସେମାନେ ଧନୀ ହେବାରେ ଲାଗିଛନ୍ତି। ତଥାପି ମନରୁ ଲୋଭ ଛାଡୁନି। ତିନି ବିଳାସପୂର୍ଣ୍ଣ କାରର ମାଲିକ ଜଣେ ଭିକାରୀଙ୍କୁ ଦୁବାଇ ପୁଲିସ ସମ୍ପ୍ରତି ଗିରଫ କରିଛି। ତାଙ୍କଠାରୁ ନଗଦ ୬ ଲକ୍ଷ ଟଙ୍କା ଜବତ କରାଯାଇଛି। ବ୍ୟକ୍ତି ଜଣକ ଦିନରେ ବିଭିନ୍ନ ସ୍ଥାନରେ ବୁଲି ବୁଲି ଭିକ୍ଷା ମାଗୁଥିଲେ। ସନ୍ଧ୍ୟାରେ ସେ ଫିଲ୍ମ ଷ୍ଟାଇଲରେ ନିଜର ବେଶ ବଦଳାଇ ବିଳାସପୂର୍ଣ୍ଣ କାରରେ ଘରକୁ ଫେରୁଥିଲେ। ପୁଲିସ କହିଛି, ସେ ଲୋକଙ୍କ ଭାବନା ସହିତ ଖେଳିବା ଓ ବିଭିନ୍ନ ମନଗଢ଼ା ମିଛ କାହାଣୀ କହି ସେମାନଙ୍କଠାରୁ ଟଙ୍କା ଆଦାୟ କରିବାରେ ପାରଙ୍ଗମ।
ଦୁବାଇରେ ପୁଲିସ ଭିକାରିଙ୍କୁ କରୁଛି ଗିରଫ
ୟୁଏଇରେ ଭିକ ମାଗିବା ବେଆଇନ। ଭିକ ମାଗୁଥିବା ବେଳେ ଧରାପଡ଼ିଲେ ତିନି ମାସ ପର୍ଯ୍ୟନ୍ତ ଜେଲ୍ର ପ୍ରାବଧାନ ରହିଛି। ଏହା ସହିତ ଲକ୍ଷେ ୨୩ ହଜାର ଟଙ୍କା ଜରିମାନା ମଧ୍ୟ ହୋଇପାରେ। ସଂଗଠିତ ଭିକାରି ଦଳ ପରିଚାଳନା କରୁଥିବା କିମ୍ବା ବିଦେଶରେ ଲୋକଙ୍କୁ ଭିକ ମାଗିବାକୁ ନିଯୁକ୍ତି ଦେଉଥିବା ଲୋକଙ୍କୁ ଛଅ ମାସ ପର୍ଯ୍ୟନ୍ତ ଜେଲ୍ ସହିତ ଅଢ଼େଇ ଲକ୍ଷ ଟଙ୍କା ଜରିମାନାର ବ୍ୟବସ୍ଥା ରହିଛି। ଏହି ପରିପ୍ରେକ୍ଷୀରେ, ଦୁବାଇ ପୁଲିସ ଭିକାରିଙ୍କୁ ଗିରଫ କରିବା ପାଇଁ ଏକ ଅଭିଯାନ ଜାରି ରଖିଛି। ପୁଲିସ ରିପୋର୍ଟ କରିଛି, ରମଜାନର ପ୍ରଥମ ସପ୍ତାହରେ ବିଭିନ୍ନ ଦେଶରୁ ଆସିଥିବା ୨୬ ରୁ ଅଧିକ ଭିକାରୀଙ୍କୁ ଗିରଫ କରାଯାଇଛି।
ଆହୁରି ପଢନ୍ତୁ - Russia Appeals ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ମୁହାଁମୁହିଁ ସ୍ଥିତି: ରକ୍ତାକ୍ତ ସଂଘର୍ଷ ବନ୍ଦ କରି ଆଲୋଚନା ଟେବୁଲକୁ ଆସିବାକୁ ନିବେଦନ କଲା ରୁଷ
ଭିସାରେ ଆସି ମାଗୁଛନ୍ତି ଭିକ
ଜଣେ ଅଧିକାରୀଙ୍କ ଅନୁଯାୟୀ, ଧରାଯାଇଥିବା ଭିକାରିଙ୍କ ମଧ୍ୟରୁ ୯୦ ପ୍ରତିଶତ ଯାତ୍ରା ଭିସାରେ ଦୁବାଇ ଆସିଥିବାର ଜଣାପଡ଼ିଛଉି। ଏବଂ ସେଠାକାର ଲୋକଙ୍କ ଦାନଶୀଳତାର ସୁଯୋଗ ନେବା ପାଇଁ ରମ୍ଜାନ୍ ମାସକୁ ବ୍ୟବହାର କରୁଛନ୍ତି। ୯୦୧ ନମ୍ବରରେ ଡାଏଲ୍ କରି କିମ୍ବା ଦୁବାଇ ପୁଲିସ ସ୍ମାର୍ଟ ଆପ୍ ବ୍ୟବହାର କରି ଭିକାରିଙ୍କ ବିଷୟରେ ରିପୋର୍ଟ କରିବାକୁ ଲୋକଙ୍କୁ ଅନୁରୋଧ କରାଯାଇଛି। ଦୁବାଇ ପୁଲିସ ଅନଲାଇନ୍ ଭିକ୍ଷା ଠକେଇର ଶିକାର ନ ହେବାକୁ ମଧ୍ୟ ଲୋକଙ୍କୁ ସତର୍କ କରାଇଛି।
ଆହୁରି ପଢନ୍ତୁ - Russia Appeals ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ମୁହାଁମୁହିଁ ସ୍ଥିତି: ରକ୍ତାକ୍ତ ସଂଘର୍ଷ ବନ୍ଦ କରି ଆଲୋଚନା ଟେବୁଲକୁ ଆସିବାକୁ ନିବେଦନ କଲା ରୁଷ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/02/28/dubai-police-arrested-2026-02-28-11-21-32.jpeg)