ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ):କନ୍ଧମାଳଜିଲ୍ଲାରାଇକିଆ ବ୍ଲକ ପେଟାପାଙ୍ଗା ପଞ୍ଚାୟତର ଆଡାସିକୁପା ଠାରେ ଥିବା ନବଜ୍ୟୋତି ହାଇସ୍କୁଲରେ ନବମ ଶ୍ରେଣୀ ଛାତ୍ର ଭିନସେଣ୍ଟ ଦିଗାଲ ନିଆଁରେ ଗୋଡ଼ ପୋଡ଼ି ହୋଇ ଗୁରୁତର ଅସୁସ୍ଥ ଥିବା ବେଳେ ଆର୍ଥିକ ସ୍ଥିତି ଦୁର୍ବଳ ଯୋଗୁଁ ଚିକିତ୍ସାରେ ଅସୁବିଧା ହେଉଥିବା କହିଛନ୍ତି ଅଭିଭାବକ। ଖବର ପ୍ରକାଶ ପରେ ସୋମବାର ଜିଲ୍ଲା ଶିକ୍ଷା ଅଧିକାରୀ ରାଜେଶ ସ୍ୱାଇଁ ପୀଡ଼ିତ ଛାତ୍ର ଭିନସେଣ୍ଟ ଘରକୁ ଯାଇ ଭେଟି ଭଲ ଚିକିତ୍ସା କରିବାକୁ ପରାମର୍ଶ ଦେଇଛନ୍ତି। କିନ୍ତୁ ସମସ୍ୟା ହେଉଛି ଅଭିଭାବକଙ୍କ ପାଖରେ ଆର୍ଥିକ ଅଭାବ। ବିଦ୍ୟାଳୟ ତରଫରୁ କୌଣସି ସହାୟତା ନାହିଁ। ଏପରିକି ପ୍ରଧାନଶିକ୍ଷକ ମେଡିକାଲ ନେବାପାଇଁ ମଧ୍ୟ ବ୍ୟବସ୍ଥା କରିବାରେ ଅବହେଳା କରିଛନ୍ତି।
ବିଦ୍ୟାଳୟ କର୍ତୃପକ୍ଷଙ୍କ ଅବହେଳା ଯୋଗୁଁ ମା’ ଛେଉଣ୍ଡ ପିଲାଟି ଆଜିକୁ ୯ ଦିନ ହେଲାଣି ଭଲ ଚିକିତ୍ସା ନ ପାଇ କଷ୍ଟ ପାଉଛି। ଏପଟେ ବାପା ମୁଲ ଖଟିବାକୁ ନଗଲେ ଘରେ ଚୁଲି ଜଳିବା ବନ୍ଦ। ବାପା-ପୁଅର ଏପରି ସମୟରେ ଘରେ ଏକା ଛାଡ଼ି ଯିବା ଅସମ୍ଭବ ବୋଲି କହିବା ସହ ପ୍ରଧାନ ଶିକ୍ଷକ ଚନ୍ଦ୍ରଶେଖର ପଣ୍ଡା ଚିକିତ୍ସା ପାଇଁ କୌଣସି ବ୍ୟବସ୍ଥା ନକରିବା ଦୁଃଖର ବିଷୟ ବୋଲି କ୍ଷୋଭର ସହ କହିଛନ୍ତି ବାପା ମୃତ୍ୟୁଞ୍ଜୟ। ଅନ୍ୟ ପଟେ ମେଡ଼ିକାଲକୁ ନେଇ ଚିକିତ୍ସା କରିବା ରେ ଅସମର୍ଥ ଆହତ ଛାତ୍ରଙ୍କ ପିତା କିଛି ଉପାୟ ନ ପାଇ ଦେଶୀ ଚିକିତ୍ସା କରୁଥିବା ଦେଖୁବାକୁ ମିଳିଛି। ସେହି ପିଲାମାନଙ୍କୁ ପାଠ ପଢ଼େଇବା ପାଇଁ ହଜାର ହଜାର ଟଙ୍କା ଦରମା ପାଉଥିବା ଶିକ୍ଷକ ସ୍କୁଲ ପରିସରରେ ପୋଡ଼ି ଯାଇଥିବା ଛାତ୍ର କୁ ଚିକିତ୍ସା ନ କରେଇ ଘରକୁ ପଠେଇ ଦେବା ଦୁଃଖ ଦାୟକ ଓ ପ୍ରଧାନଶିକ୍ଷକ ମାନବିକତା ନଥିବା ନେଇ ଅଭିଭାବକ ମହଲରେ ଆଲୋଚନା ହେଉଛି। ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବହେଳାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ବଢୁଥିବା ବେଳେ ଆଗକୁ ଏହାର ଘୋର ବିରୋଧ କରାଯିବା ସହ ଉପରିସ୍ଥ ଅଧିକାରୀ ଜିଲ୍ଲାପାଳ, ଶିକ୍ଷା ସଚିବ, ଶିକ୍ଷାମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଲିଖିତ ଅଭିଯୋଗ ପତ୍ର ଦିଆଯିବ ବୋଲି ସୂଚନା ମିଳିଛି।
ଆହୁରି ପଢ଼ନ୍ତୁ: Rahul Targets BJP: କ୍ଷମତା ଲୋଭିଙ୍କୁ ଆଇନା ଦେଖାଇବା ଅପରାଧ ନୁହେଁ, ଦେଶଭକ୍ତି: ରାହୁଲ ଗାନ୍ଧୀ
ପ୍ରଶ୍ନ ଉଠୁଛି ଏତେବଡ଼ ବିଦ୍ୟାଳୟରେ ପ୍ରାଥମିକ ଚିକିତ୍ସା ନିମନ୍ତେ ପ୍ରାଥମିକ ଚିକିତ୍ସା ବକ୍ସ କିଭଳି ନାହିଁ? ଘଟଣାରେ ଆହତ ଛାତ୍ରଙ୍କୁ ମେଡ଼ିକାଲ ବଦଳରେ ଘରକୁ କାହା ନିର୍ଦେଶରେ ପଠେଇ ଦିଆଗଲା? ବିଦ୍ୟାଳୟ ପରିସରରେ ଏହିଭଳି ଘଟଣା ଘଟିଲା କେମିତି? ଯଦି ଘଟଣା ଘଟିଲା ବିଇଓ ଏବଂ ଡିଇଓଙ୍କୁ ସୂଚନା ଦିଆଯାଇଥିଲା କି? ଯଦି ସୂଚନା ଦିଆଯାଇଥିଲା ତାହାହେଲେ ଉଭୟ କର୍ତ୍ତୃପକ୍ଷ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି? ଯଦି ଘଟଣା ବିଷୟରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଖବର ଦେଇନାହାନ୍ତି। ତାହାହେଲେ ଖବର ପାଇବା ପରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି? ମାଳମାଳ ପ୍ରଶ୍ନ ଭିତରେ ଛନ୍ଦି ହେଉଛି ଏହି ଏକ ସମ୍ବେଦନଶୀଳ ଘଟଣା। ଗରିବ ମା ଛେଉଣ୍ଡ ଛାତ୍ର ତାର ଚିକିତ୍ସା ଭାର କିଏ ବହନ କରିବ? ବିଦ୍ୟାଳୟ କର୍ତ୍ତୃପକ୍ଷ, ନା ଜିଲ୍ଲା ପ୍ରଶାସନ ନା ସରକାର? ତୁରନ୍ତ ଆହତ ଛାତ୍ରଙ୍କୁ ଉତ୍ତମ ଚିକିତ୍ସା ଯୋଗେଇବାକୁ ସାଧାରଣରେ ଦାବି ହୋଇଛି। ଆଶ୍ଚର୍ଯ୍ୟର ବିଷୟ ଆଜି ପର୍ଯ୍ୟନ୍ତ ବିଦ୍ୟାଳୟ ପକ୍ଷରୁ କୌଣସି ଅଧିକାରୀ ଆହତ ଛାତ୍ରଙ୍କୁ ନା ଦେଖା କରି ତାଙ୍କ ଅବସ୍ଥା ବୁଝିଛନ୍ତି ନା ଚିକିତ୍ସା ପାଇଁ ସହଯୋଗର ହାତ ବଢ଼େଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/02/24/img-20260223-wa0451-2026-02-24-16-40-58.jpg)