କଣ୍ଟ୍ରାକ୍ଟସ୍‌ କମିଟି ବୈଠକ: ୧୦ ପ୍ରକଳ୍ପ ଅନୁମୋଦିତ, ଖର୍ଚ୍ଚ ୧୫କୋଟି

Advertisment

ସିସିଟିଭି କ୍ୟାମେରା ନଜରରେ ରହିବ ଗୋମଙ୍ଗଳ କେନ୍ଦ୍ର

ସିସିଟିଭି କ୍ୟାମେରା ନଜରରେ ରହିବ ଗୋମଙ୍ଗଳ କେନ୍ଦ୍ର

ବିଏମ୍‌ସି ଉପରେ ମାମଲା ବୋଝ: ମାର୍ଚ୍ଚ ମାସରେ ୯ କୋର୍ଟ ଅବମାନନା ମାମଲାର ଶୁଣାଣି

ଭୁବନେଶ୍ୱର: ବିଏମ୍‌ସି ମୁଖ୍ୟାଳୟରେ ବସିଥିବା କଂଟ୍ରାକ୍ଟ୍‌ସ ଷ୍ଟାଣ୍ଡିଂ କମିଟି ବୈଠକରେ ଆଜି ୧୦ ଟି ପ୍ରକଳ୍ପ ଅନୁମୋଦନ ପାଇଛି। ଏଥିରେ ପ୍ରାୟ ୧୫ କୋଟି ଟଙ୍କା ଖର୍ଚ୍ଚ ହେବ। କମିଟି ଅଧ୍ୟକ୍ଷା ତଥା ମେୟର ସୁଲୋଚନା ଦାସ ବୈଠକରେ ଅଧ୍ୟକ୍ଷତା କରିବା ଅବସରରେ ଅନୁମୋଦନ କରିଥିବା ପ୍ରକଳ୍ପଗୁଡ଼ିକ ହେଉଛି ୱାର୍ଡ ନଂ ୪୩ ଲକ୍ଷ୍ମୀସାଗର ଫିସେରି ଟ୍ୟାଙ୍କ ପାଖରେ ଆରସିସି ବକ୍ସ ସେଲ୍‌ ଡ୍ରେନ, ୩ ନଂ ୱାର୍ଡ ନିଗମ ବିହାର ଛକରୁ ଆଦିତ୍ୟ ଏନକ୍ଲେଭ୍‌ ଦେଇ ପଟିଆ ମଧୁସୁଦନ ଦେବ କଲେଜ ପର୍ଯ୍ୟନ୍ତ ରାସ୍ତାର ସୌନ୍ଦର୍ଯ୍ୟୀକରଣ, ୪୦ ନଂ ୱାର୍ଡ ୟୁନିଟ୍-୧ର ଏସବିଇଆଇ ସାଇଡ୍‌ କଞ୍ଜରଭେନ୍ସି ଲେନ୍‌ରେ ପେଭର ବ୍ଲକ ରାସ୍ତା ନିର୍ମାଣ, ୩୦ ନଂ ୱାର୍ଡ ସହିଦନଗର କଞ୍ଜରଭେନସି ଲେନ୍‌ ନଂ ୧୫ରୁ ୩୬ ପର୍ଯ୍ୟନ୍ତ ପେଭର ବ୍ଲକ ରାସ୍ତା, ୩୫ ନଂ ୱାର୍ଡ ୟୁନିଟ-୯ ସରକାରୀ କ୍ୱାର୍ଟର୍ସ ଲେନ୍ ନଂ-୫ରୁ ୯ ପର୍ଯ୍ୟନ୍ତ ପେଭର ବ୍ଲକ ରାସ୍ତା ନିର୍ମାଣ।

ଏହା ବାଦ୍‌ ୪ ନମ୍ବର ୱାର୍ଡ ହରିଦାସପୁର ପୁରୁଣା ଜେନା ଢାବାରୁ ଝାଲିଆଗଡ଼ ଆଡ଼କୁ ରାସ୍ତା, ପୁରୀ ମୁଖ୍ୟ କେନାଲ (ଝାଲିଆଗଡ଼)ରୁ ୟୁ.ଏନ୍ ରଥଙ୍କ ଘର ଠାରୁ ବାସୁଆଛକ ପର୍ଯ୍ୟନ୍ତ ରାସ୍ତା, ୱିଣ୍ଡ୍ରୋସ୍‌ କମ୍ପୋଷ୍ଟିଂ କେନ୍ଦ୍ରରୁ ବାହାରୁ ଥିବା ଖତ ରଖିବା ପାଇଁ ଗୋଦାମ ଗୃହ, ୟୁନିଟ-୩ ପାର୍କ ପାର୍ଶ୍ବ କଞ୍ଜରଭେନ୍ସି ଲେନ୍‌ରେ ପେଭର ବ୍ଲକ ରାସ୍ତା ନିର୍ମାଣ ପାଇଁ ଟେଣ୍ଡର ସମ୍ପର୍କରେ ଆଲୋଚନା ହୋଇଛି। ଏହା ବ୍ୟତୀତ ବିଏମ୍‌ସିର ସମସ୍ତ ଏମ୍‌ସିସି, ଏମ୍‌ଆର୍‌ଏଫ୍‌ ଓ ଭୁଆଶୁଣୀ ବାୟୋମାଇନିଂ ସାଇଟ୍‌ରେ ସିସିଟିଭି କ୍ୟାମେରା ଲଗାଇବାକୁ ହୋଇଥିବା ଇ-ଟେଣ୍ଡର ମାଧ୍ୟମରେ ୧୪୧ଟି କ୍ୟାମେରା ଲଗାଇବା ପାଇଁ ଟେଣ୍ଡର ହୋଇଥିଲା। ଏଥିରେ ଦୁଇଟି ଘରୋଇ ସଂସ୍ଥା ଅଂଶ ଗ୍ରହଣ କରିଥିଲେ। ଅତିରିକ୍ତ କମିସନରଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଯାଞ୍ଚ କରି କାର୍ଯ୍ୟାଦେଶ ଦେବା ପାଇଁ ନିଷ୍ପତି ନିଆଯାଇଛି।

ବୈଠକରେ କମିସନର ବିଜୟ ଅମୃତା କୁଲାଙ୍ଗେ, ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବିରଞ୍ଚି ନାରାୟଣ ମହାସୂପକାର, ଭାରତୀ ସିଂ, କେ. ଶାନ୍ତି, ପୁଷ୍ପାଞ୍ଜଳୀ ସେଠୀ, ସିଟି ଇଞ୍ଜିନିୟର ଅରୁଣ କୁମାର ନାୟକ, ଡେପୁଟି କମିସନର (ଆଇଟି) ଅଶୋକ କୁମାର ଲେଙ୍କା, ଡେପୁଟି କମିସନର (ଜମିଜମା) ରାଜ କିଶୋର ଜେନା, ଡେପୁଟି କମିସନର (ରାଜସ୍ବ) ସପନ କୁମାର ନନ୍ଦ, ସିଏଫ୍‌ଓ ଗୋବିନ୍ଦ ଚନ୍ଦ୍ର ନାୟକଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe