Cooking gas supply: ବଢ଼ୁଛି ରନ୍ଧନ ଗ୍ୟାସ୍ ଯୋଗାଣ ସମସ୍ୟା: ତେଜୁଛି ଉପଭୋକ୍ତାଙ୍କ ଅସନ୍ତୋଷ

ଜଟଣୀ ସମେତ ରାଜଧାନୀ ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳରେ ଘରୋଇ ରନ୍ଧନ ଗ୍ୟାସ୍ ଯୋଗାଣ ସମସ୍ୟାର ସମାଧାନ ହୋଇପାରୁନି। ଦିନକୁ ଦିନ ଏହି ସମସ୍ୟା ବଢ଼ିବାରେ ଲାଗିଛି। ଯାହାକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଛି।

fshfssffh

ଜଟଣୀ: ଜଟଣୀ ସମେତ ରାଜଧାନୀ ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳରେ ଘରୋଇ ରନ୍ଧନ ଗ୍ୟାସ୍ ଯୋଗାଣ ସମସ୍ୟାର ସମାଧାନ ହୋଇପାରୁନି। ଦିନକୁ ଦିନ ଏହି ସମସ୍ୟା ବଢ଼ିବାରେ ଲାଗିଛି। ଯାହାକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଛି। ଏପରିକି ଅନଲାଇନ୍‌ରେ ଗ୍ୟାସ୍ ବୁକିଂ କରିବାର ଏକ ମାସ ପର୍ଯ୍ୟନ୍ତ ଗ୍ୟାସ୍ ମିଳୁ ନଥିବା ନେଇ ଅଭିଯୋଗ ହୋଇଛି। ଅନ୍ୟପଟେ ପ୍ଲାଣ୍ଟରୁ ଡିଲର୍‌ ନିକଟରେ ଆବଶ୍ୟକତା ଅନୁସାରେ ଗ୍ୟାସ୍ ପହଞ୍ଚି ପାରୁ ନଥିବା କାରଣରୁ ଏଭଳି ସମସ୍ୟା ଘଟୁଥିବା କୁହାଯାଇଛି। ତେଣୁ କଳାବଜାରରେ ବର୍ତ୍ତମାନ ଗ୍ୟାସ୍ ଦୋକାନୀମାନେ ଲିଟର ପିଛା ୧୨୦ରୁ ୧୩୦ ଟଙ୍କା ଦରରେ ଗ୍ୟାସ୍ ବିକ୍ରି କରୁଥିବା ଅଭିଯୋଗ ହୋଇଛି।

Cyclone likely on 27th: ସମୁଦ୍ରରେ ବିକଶିତ ହେଉଛି ଦୁଇଟି ସିଷ୍ଟମ୍‌: ୨୭ରେ ବାତ୍ୟା ସୃଷ୍ଟି ଆଶଙ୍କା

Kotia: ସର୍ଭେ କରିବାକୁ କୋଟିଆ ଆସିଥିଲେ, ଅପଦସ୍ଥ ହୋଇ ଫେରିଲେ: ଆନ୍ଧ୍ର ବାବୁଙ୍କୁ ତଡ଼ିଲେ ପଟାଙ୍ଗି ବିଡିଓ

ଜଟଣୀ ବ୍ଲକ ଅନ୍ତର୍ଗତ କୁସୁମାଟି-ଛଣଘରଠାରେ ଥିବା ଇଣ୍ଡିଆନ୍ ଅଏଲ ଏବଂ ହିନ୍ଦୁସ୍ଥାନ୍ ପେଟ୍ରୋଲିୟମ୍ ଗ୍ୟାସ୍ ବଟଲିଂ ପ୍ଲାଣ୍ଟରୁ ରାଜ୍ୟ ତଥା ରାଜ୍ୟ ବାହାରକୁ ପେଟ୍ରୋଲ ଓ ଗ୍ୟାସ୍ ସପ୍ଲାଏ ହୋଇଥାଏ। କିନ୍ତୁ ବିଗତ ତିନି ଚାରି ମାସ ହେଲାଣି ଅଞ୍ଚଳରେ ଘରୋଇ ରନ୍ଧନ ଗ୍ୟାସ୍ ଯୋଗାଣ ଠିକ୍ ପରିମାଣରେ ମିଳୁ ନାହିଁ। ଗ୍ୟାସ୍ ଏଜେନ୍ସି ଆଗରେ ପ୍ରତିଦିନ ସକାଳୁ ରାତି ପର୍ଯ୍ୟନ୍ତ ଲୋକଙ୍କ ଭିଡ଼ ରହୁଥିବା ବେଳେ ଆଗୁଆ ବୁକିଂ କରି ଗ୍ୟାସ୍ ନ ପାଇ ହନ୍ତସନ୍ତ ହେଉଛନ୍ତି ଖାଉଟି। ଅନେକ ଲୋକ ମାସକ ପୂର୍ବରୁ ଗ୍ୟାସ୍ ବୁକ୍ କରିଥିଲେ ମଧ୍ୟ ମିଳୁନାହିଁ। ଅନେକ ଲୋକ ଖାଲି ଟାଙ୍କି ନେଇ ଘରକୁ ମଧ୍ୟ ଫେରୁଛନ୍ତି। 
ଏ ନେଇ ଗ୍ରାହକମାନେ ଅଭିଯୋଗ କରିଛନ୍ତି ଯେ, ଦୀର୍ଘ ଦିନ ହେଲାଣି ଖାତାରୁ ରନ୍ଧନ ଗ୍ୟାସ୍ ଉଠାଇବାରେ ସମସ୍ୟା ଭୋଗୁଛୁ। ପୂର୍ବରୁ ଗ୍ୟାସ୍ ବୁକିଂର ଦୁଇ ଦିନ ମଧ୍ୟରେ ମିଳୁଥିବା ବେଳେ ଏବେ ମାସକ ପର୍ଯ୍ୟନ୍ତ ମିଳୁନାହିଁ। ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ଗ୍ୟାସ୍ ଯୋଗାଣ ସମସ୍ୟାର ସମାଧାନ କରିବା ସହ ବିଭିନ୍ନ ହୋଟେଲ ଓ ଖୁଚୁରା ଗ୍ୟାସ୍ ଦୋକାନୀ ମାନଙ୍କ ଉପରେ ଚଢ଼ଉ କରିବାକୁ ଦାବି କରିଛନ୍ତି। ଜଟଣୀ ଗ୍ୟାସ୍ ଡିଲର ପକ୍ଷରୁ କୁହାଯାଇଛି ଯେ, ଡିପୋରୁ ଯେଉଁ ପରିମାଣରେ ଗ୍ୟାସ୍ ଆସିବା କଥା ଆସି ପାରୁନାହିଁ। ପ୍ରତିଦିନ ଦୁଇ ତିନିଟି ଗ୍ୟାସ୍ ଗାଡ଼ି ତଥା ଏକ ହଜାରରୁ ଅଧିକ ଗ୍ୟାସ୍ ସିଲିଣ୍ଡର ଆବଶ୍ୟକ ଥିବା ବେଳେ ସେ ଜାଗାରେ ଗୋଟିଏ ଗାଡ଼ି ଅର୍ଥାତ୍ ୩୪୦ଟି ସିଲିଣ୍ଡର୍‌ ଆସୁଛି। ତେଣୁ ଉପଭୋକ୍ତାଙ୍କୁ ରନ୍ଧନ ଗ୍ୟାସ୍ ଠିକ୍ ପରିମାଣରେ ଯୋଗାଇ ହେଉନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe