କରୋନା ଓ ତୁଳସୀପତ୍ର ଗୁଜବ : ରାଜ୍ୟବ୍ୟାପୀ କାୟା ବିସ୍ତାର କରିବାରେ ଲାଗିଛି ୭ଟି ତୁଳସୀ ପତ୍ର ଖାଇଲେ କରୋନା ପାଖ ମାଡ଼ିବ ନାହିଁ

Advertisment
କରୋନା ଆତଙ୍କ ନେଇ ଅଦ୍ଭୁତ ପରିସ୍ଥିତି : ଚାଲିଛି ତୁଳସୀ ପାଲା

snapdeal.com

ଭୁବନେଶ୍ବର : ସମ୍ପ୍ରତି କରୋନା ଭୂତାଣୁକୁ ନେଇ ଲୋକମାନଙ୍କ ମଧ୍ୟରେ ଏକପ୍ରକାର ଆତଙ୍କ ସୃଷ୍ଟି ହୋଇଛି। ବିଶେଷକରି ଗତ କିଛି ଦିନ ହେବ ରାଜ୍ୟରେ ଏକାଧିକ କରୋନା ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯିବା ପରେ ଲୋକମାନଙ୍କ ମଧ୍ୟରେ ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଛି। ତେବେ କରୋନାକୁ ନେଇ ଏବେ ଲୋକମାନଙ୍କ ମଧ୍ୟରେ ନାନା କଥା ଶୁଣିବାକୁ ମିଳୁଛି। ସେ ମଧ୍ୟରୁ ୭ ତୁଳସୀ ପତ୍ର ଖାଇଲେ କରୋନା ପାଖ ମାଡ଼ିବ ନାହିଁ ବୋଲି ଏବେ ଚାରିଆଡ଼େ ଗୁଜବ ସୃଷ୍ଟି ହୋଇଛି। କରୋନା ପାଇଁ ଏ ପର୍ଯ୍ୟନ୍ତ କୌଣସି ପ୍ରତିଷେଧକ ବ୍ୟବସ୍ଥା ନ ଥିବାରୁ ଲୋକମାନେ ନିଜ ନିଜ ଉପାୟରେ ଏହାକୁ ରୋକିବା ଲାଗି ଏଭଳି ଗୁଜବରେ ବିଶ୍ବାସ କରୁଛନ୍ତି। ଧୀରେ ଧୀରେ ରାଜ୍ୟବ୍ୟାପୀ ଏହି ଗୁଜବ କାୟା ବିସ୍ତାର କରିବାରେ ଲାଗିଛି।

ବିଶେଷକରି ମହିଳାମାନେ ଏହି ଗୁଜବରେ ସଂପୂର୍ଣ୍ଣ ବିଶ୍ବାସ କରୁଥିବା ନଜରକୁ ଆସିଛି। ପରିବ‌ାରବର୍ଗ ନିଜ ନିଜ ସଂପର୍କୀୟମାନଙ୍କୁ ଫୋନ୍ ଜରିଆରେ ଏ ଗୁଜବ ସଂପର୍କରେ ସୂଚନା ଦେବା‌ରେ ଲାଗିଛନ୍ତି। ଘର ପାଖରେ ଥିବା ଯେକୌଣସି ତୁଳସୀ ଗଛର ୭ଟି ପତ୍ର ପାଟିରେ ଚୋବେଇ ଖାଇଲେ କରୋନା ଭୂତାଣୁ ବ୍ୟାପିବ ନାହିଁ ପ୍ରଚାର ହୋଇଛି। ବରମୁଣ୍ଡାର ନିରୁପମା ପ୍ରଧାନ ମଧ୍ୟ ଏହି ଗୁଜବରେ ବିଶ୍ବାସ କରିବା ସହିତ ନିଜ ପରିବାରର ସମସ୍ତ ସଦସ୍ୟଙ୍କୁ ତୁଳସୀ ଖାଇବା ଲାଗି କହିଛନ୍ତି। ସେହିପରି ଜଗତସିଂହପୁର ଅଞ୍ଚଳର ସତ୍ୟଭାମା ସ୍ବାଇଁ ମଧ୍ୟ ସମାନ ଢଙ୍ଗରେ ନିଜ ପରିବାର ଲୋକଙ୍କୁ ସତର୍କ କରୁଥିବା ନଜରକୁ ଆସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe