ମାଓନେତା ଆଜାଦ୍‌କୁ କରୋନା, ଭେଟିବାକୁ ଆସି ନିରାଶ ହେଲେ ମା’ ଓ ଭାଇ

Advertisment

ଅଧିକ ଚିକିତ୍ସା ପାଇଁ ଦାବି କଲେ

ଅଧିକ ଚିକିତ୍ସା ପାଇଁ ଦାବି କଲେ

ମାଓନେତା ଆଜାଦ୍‌କୁ କରୋନା, ଭେଟିବାକୁ ଆସି ନିରାଶ ହେଲେ ମା’ ଓ ଭାଇ

ଭୁବନେଶ୍ବର: ଝାରପଡ଼ା ଜେଲରେ କରୋନା ସଂକ୍ରମଣ ବଢ଼ିଥିବା ବେଳେ କୁଖ୍ୟାତ ମାଓନେତା ଆଜାଦ୍‌ ଓରଫ୍ ଦୁନା କେଶବ ରାଓ ମଧ୍ୟ ଆକ୍ରାନ୍ତ ହୋଇଛି। କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା ପରେ ଜେଲ୍ ଆଇସୋଲେସନ୍ କେନ୍ଦ୍ରରେ ତା’ର ଚିକିତ୍ସା ଚାଲୁଛି। ଖବର ପାଇ ଆଜାଦ୍‌କୁ ଭେଟିବା ଲାଗି ଆଜି ତାର ମା’ କୋମଲୁମ୍ମା, ଭାଇ ଏବଂ ଓକିଲ ଝାରପଡ଼ା ଜେଲରେ ପହଞ୍ଚିଥିଲେ। କିନ୍ତୁ କୋଭିଡ୍ ଗାଇଡଲାଇନ୍ ଅନୁସାରେ ଭେଟ ହୋଇପାରିବ ନାହିଁ ବୋଲି ଜେଲ୍ କର୍ତ୍ତୃପକ୍ଷ କହିଥିଲେ। ଏହାକୁ ନେଇ ସେମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ସେମାନେ ଆଜାଦ୍‌ର କୋଭିଡ୍ ପଜିଟିଭ୍ ରିପୋର୍ଟ ମାଗିବା ସହ ଅଧିକ ଚିକିତ୍ସା ପାଇଁ ଦାବି କରିଥିଲେ। ଆଜାଦ୍‌ର ଓକିଲ ପି. କାମେଶ୍ବର ରାଓ ଜେଲ୍ କର୍ତ୍ତୃପକ୍ଷଙ୍କୁ ଭେଟି ଆଲୋଚନା କରିଥିଲେ।

ଓକିଲ ଶ୍ରୀ ରାଓଙ୍କ କହିବା ଅନୁସାରେ, ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ସରକାରଙ୍କ ଆହ୍ବାନକ୍ରମେ ୨୦୧୧ ମେ ୧୮ରେ ଆଜାଦ ଆନ୍ଧ୍ରପ୍ରଦେଶ ପୁଲିସ ପାଖରେ ଆତ୍ମସମର୍ପଣ କରିଥିଲା। ଏହା ପରେ ତାକୁ ଓଡ଼ିଶା ପୁଲିସକୁ ହସ୍ତାନ୍ତର କରାଯାଇଥିଲା। ଜେଲରେ ଥିବା ସମୟରେ ଗୋଟିଏ ପରେ ଗୋଟିଏ ମାମଲା ଆଜାଦ୍‌ ବିରୋଧରେ ଲାଗିଥିଲା। ଅନେକ ମାମଲାରେ ଶୁଣାଣି ବିଳମ୍ବ ହେଉଥିବାରୁ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ଲକ୍ଷ୍ୟ ଦୂରେଇ ଯାଉଛି। ସୂଚନାଯୋଗ୍ୟ, ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଓ ନୟାଗଡ଼ ଅସ୍ତ୍ରାଗାର ଲୁଟ୍ ମାମଲାରେ ମୁଖ୍ୟ ଅଭିଯୁକ୍ତ ଥିଲା ଆଜାଦ୍‌। ଝାରପଡ଼ା ଜେଲରେ ୧୯ଜଣ କଏଦୀ କରୋନାରେ ଆକ୍ରାନ୍ତ ହୋଇ ଆଇସୋ‌ଲେସନ୍‌ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe