ରାସ୍ତାରେ କରୋନା ସଚେତନତା ପେଣ୍ଟିଂ, ସ୍ଥାପତ୍ୟ

Advertisment
ରାସ୍ତାରେ କରୋନା ସଚେତନତା ପେଣ୍ଟିଂ, ସ୍ଥାପତ୍ୟ

ଭୁବନେଶ୍ବର: ସଚେତନତା କେବଳ ସରକାରୀ ମାଧ୍ୟମରେ କରାଯାଉ ନାହିଁ, ରାସ୍ତାକୁ ଗୋଡ଼ କାଢ଼ୁଥିବା ଲୋକଟିଏ ବି ରାସ୍ତା ଉପରେ ଏହି ସୁନ୍ଦର ସଚେତନତା ବାର୍ତାକୁ ଭେଟୁଛି। ଏଜି ଛକ, ୪ ନମ୍ବର ମାର୍କେଟ୍‌ ନିକଟ ମୁଖ୍ୟ ରାସ୍ତା, ରାଜମହଲ, କ୍ୟାପିଟାଲ୍‌ ଥାନା ସମ୍ମୁଖ ଆଦି ସ୍ଥାନରେ ପେଣ୍ଟିଂ ସମେତ କିଛି ସ୍ଥାନରେ ସ୍ଥାପତ୍ୟ ମଧ୍ୟ ଶୋଭା ପାଉଛି। ଯେଉଁଥିରେ ଘରୁ ନବାହାରିବା, ଯଦି ବାହାରିବା ମାସ୍କ ପିନ୍ଧିବା, ଛେପ ଖଙ୍କାର ଏଣେତେଣେ ନପକାଇବା ପାଇଁ ନିବେଦନ କରାଯାଇଛି। ପୁଣି କୁହାଯାଇଛି ଏ ଦେଶ ଆପଣଙ୍କର, ଏପରି ସମୟରେ ଆପଣଙ୍କ ସହଯୋଗ ଆବଶ୍ୟକ।

ବିଏମ୍‌ସି ସହଯୋଗରେ ଏହି ପେଣ୍ଟିଂ ଓ ସ୍ଥାପତ୍ୟଗୁଡ଼ିକ ଶୋଭା ପାଉଛି। ଏଥିପାଇଁ ପ୍ରଶାସନ ପକ୍ଷରୁ ୬ଟି ସ୍ଥାନ ପ୍ରଦାନ କରାଯାଇଛି। ଏଯାବତ ୪ଟି ଜାଗାରେ କାମ ସରିଥିବା ବ‌େଳେ ଏକ ନମ୍ବର ମାର୍କେଟ୍‌ ଓ ପଟିଆସ୍ଥିତ ପରିବା ମାର୍କେଟ୍‌ ନିକଟରେ ମଧ୍ୟ ଏପରି ପେଣ୍ଟିଂ ଓ ସ୍ଥାପତ୍ୟ ଶୋଭା ପାଇବ। ଓଡ଼ିଶା ପ୍ରୋଗ୍ରେସିଭ୍‌ ଆର୍ଟିଷ୍ଟ ଗ୍ରୁପ୍‌ର ଶିଳ୍ପୀ ପ୍ରିୟରଂଜନ ବରାଳ, ଶ୍ରୀକୃଷ୍ଣ ବେହେରା, ବିଭୂତି ମହାରଣା ଚିତ୍ର ଓ ସ୍ଥାପତ୍ୟ ମାଧ୍ୟମରେ ସର୍ବସାଧାରଣରେ ଏହି ସଚେତନତା ବାର୍ତା ଦେବାର ବ୍ୟବସ୍ଥା କରିଛନ୍ତି। ସେମାନେ ନିଜ କାର୍‌ରେ ମଧ୍ୟ ସଚେତନତା ବାର୍ତା ଓ ସ୍ଥାପତ୍ୟକୁ ସ୍ଥାପନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe