କୁନି ହାତରେ କରୋନା ସଚେତନତା ବାର୍ତା

Advertisment
କୁନି ହାତରେ କରୋନା ସଚେତନତା ବାର୍ତା

ଚନ୍ଦ୍ରଶେଖରପୁର : ଲକ୍‌ଡାଉନରେ ଘରେ ରହି ଅନେକ ଲୋକ ବୋର୍ ହେଉଥିବା ବେଳେ କିଛି କୁନି ପିଲା ଏହି ଲକ୍‌ଡାଉନ ସମୟରେ ସମୟର ସଦୁପଯୋଗ କରି ନିଜ କଳା କାରିଗରୀ ମାଧ୍ୟମରେ କରୋନା ସଚେତନତାର ବାର୍ତା ବାଣ୍ଟିବାରେ ଲାଗିପଡ଼ିଛନ୍ତି। ଏମିତି ଜଣେ କୁନି କାରିଗର ହେଉଛନ୍ତି ରାଜଧାନୀର ପୋଖରୀପୁଟ ଅଞ୍ଚଳ ସୁଶାନ୍ତ ସାହୁଙ୍କ ପୁଅ ଶାନ୍ତନୁ ଶାନ୍ତିସ୍ବରୂପ। ବୟସ ମାତ୍ର ୪ବର୍ଷ। ହେଲେ ଚିତ୍ର ଆଙ୍କିବାର ସଉକ ଓ ବିଭିନ୍ନ ଅଦରକାରୀ ଜିନିଷରେ ହସ୍ତଶିଳ୍ପ ତିଆରି କରିବାର ନିଶା ତାଙ୍କୁ ‌ଏବେ ଘରେ ରହି ବନାଇ ଦେଇଛି କୁନି କାରିଗର। କେବେ ସେ ରଙ୍ଗତୁଳି ଧରି କାନଭାସ୍‌ରେ କରୋନା ସଚେତନତା ଚିତ୍ର ଆଙ୍କୁଛନ୍ତି ତ ପୁଣି କେବେ ଘର କାନ୍ଥରେ ବିଭିନ୍ନ ସଚେତନତା ବାର୍ତା ଲେଖୁଛନ୍ତି। ଏସବୁ ପାଇଁ ତାଙ୍କ ମା’ଅନୁସୟା ସାହୁ ପ୍ରେରଣା ସାଜିଛନ୍ତି ବୋଲି ଶାନ୍ତନୁ କୁହନ୍ତି। ପ୍ଲାଷ୍ଟିକ୍ ବୋତଲ ଓ ସଢ଼େଇରେ ଗଛ ଚାରା ବକେଟ୍ ତିଆରି କରିବା, ଦିଆସିଲି କାଠିରେ ଅଠା ଗଲାଇ ୱାଲ୍ ପୋଷ୍ଟର୍ କରିବା, ସଢ଼େଇରେ ଘର କରିବା, ଅଦରକାରୀ କାଠରେ ପେନ୍‌‌ଷ୍ଟାଣ୍ଡ କରିବା ଓ ମାସ୍କରେ ଲେଟର୍ ଷ୍ଟିକର ଲଗାଇବା ଭଳି ଆହୁରି ଅନେକ କଳାକୃତି କରି ଚାଲିଛନ୍ତି ସେ। ମାତ୍ର ତାଙ୍କଦ୍ବାରା ନିର୍ମିତ ସବୁ କଳାକୃତିରେ ରହିଛି କରୋନା ନେଇ ସଚେତନତାର ବାର୍ତା। ୨୦ ସେକେଣ୍ଡ ହାତ ଧୋଇବା, ‌ଘର ବାହାରକୁ ନ ଯିବା, ବୃକ୍ଷ ରୋପଣ କରିବା, ଆଖପାଖ ପରିବେଶ ଓ ନିଜକୁ ପରିଷ୍କ‌ାର ରଖିବା ଓ ସରକାରଙ୍କ ନିୟମ ମାନିବା ଭଳି ସତର୍କ ବାର୍ତାକୁ କୁନି ପିଲାଟି ବୁଝି ଅନ୍ୟମାନଙ୍କୁ ବୁଝାଇ ପାରିଛି।

ପରିବାର ଲୋକ ଏ ସମସ୍ତ କଳାକୁ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପୋ‌ଷ୍ଟ କରିବା ଫଳରେ ଶହ ଶହ କମେଣ୍ଟ ସହ ଲାଇକ୍ ସାଉଁଣ୍ଟିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe