୨ ମାସ ପରେ ପୁଣି ସତର୍କ ଘଣ୍ଟି : ରାଜଧାନୀରେ ବଢ଼ିଲା କରୋନା, ଦିନକରେ ୧୫ ପଜିଟିଭ୍

Advertisment
ଝାରସୁଗୁଡ଼ା ଇଂଜିନିୟରିଂ ସ୍କୁଲରେ ୨୨ କରୋନା ଆକ୍ରାନ୍ତ

WallpaperSafari

ଭୁବନେଶ୍ବର : ଦୀର୍ଘ ଦୁଇ ମାସର ବ୍ୟବଧାନ ପରେ ଭୁବନେଶ୍ବରରେ ହଠାତ୍ କରୋନା ସଂକ୍ରମଣ ବଢ଼ିଛି। ଗୋଟିଏ ଦିନରେ ରାଜଧାନୀରେ ୧୫ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୬ଜଣ ସଙ୍ଗରୋଧରୁ ଓ ୯ଜଣ ଲୋକାଲ କଣ୍ଟାକ୍ଟ ରହିଛନ୍ତି। ଗତ ଜାନୁଆରି ମାସ ୩୧ତାରିଖରେ ରାଜଧାନୀରେ ୧୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହା ପରଠୁ ଦୈନିକ ସଂକ୍ରମଣ ପ୍ରାୟତଃ ଏକ ଅଙ୍କରେ ସୀମିତ ରହୁଥିବାବେଳେ ଆଜି ଏହା ୧୫ରେ ପହଞ୍ଚିଥିବାରୁ ପୁଣିଥରେ କରୋନାର ସତର୍କ ଘଣ୍ଟି ବାଜିଛି।

ରାଜଧାନୀର ବିଭିନ୍ନ ସ୍ଥାନରୁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯିବା ପରେ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୨,୧୧୯କୁ ବୃଦ୍ଧି ପାଇଛି। ଅପରପକ୍ଷରେ ୧୭ଜଣ ଆକ୍ରାନ୍ତ ସୁସ୍ଥ ହେବା ଫଳରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୩୧,୭୬୫ରେ ପହଞ୍ଚିଛି। ଭୁବନେଶ୍ବରରେ ଏବେ ୮୩ଜଣ ଚିକିତ୍ସାଧୀନ ରୋଗୀ ରହିଛନ୍ତି। କରୋନା ପାଇଁ ରାଜଧାନୀରେ ଏ ପର୍ଯ୍ୟନ୍ତ ୨୫୦ଜଣଙ୍କ ମୃତ୍ୟୁ ହୋଇଛି। ରାଜଧାନୀରେ ହଠାତ୍ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାକୁ ନେଇ ପୁଣିଥରେ କରୋନା ଚିନ୍ତା ବଢ଼ି ଯାଇଛି। ଯଦି ଏଭଳି ବୃଦ୍ଧି ଲାଗି ରହେ ତାହାଲେ ରାଜଧାନୀରେ ଦ୍ବିତୀୟ ଲହରୀର ଭୟକୁ ଏଡ଼ାଇ ଦେଇହେବ ନାହିଁ ବୋଲି ଆଶଙ୍କା ପ୍ରକାଶ ପାଇଲାଣି।

publive-image

ଗତବର୍ଷ ଅକ୍ଟୋବର ମାସରୁ ଓଡ଼ିଶା ସମେତ ରାଜଧାନୀରେ ସଂକ୍ରମଣ ହ୍ରାସ ପାଇବା ପରେ ଧୀରେ ଧୀରେ କଟକଣା ହଟିଥିଲା। ସରକାରଙ୍କ ପକ୍ଷରୁ ସାମାଜିକ, ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି ଦିଆଯାଇଥିଲା। ହେଲେ ଏହାର ସୁଯୋଗ ନେଇ ଲୋକମାନେ ପୂରା ଢିଲା ହୋଇଗଲେଣି। ମୁହଁରେ ଠିକ୍‌ରେ ମାସ୍କ ପିନ୍ଧୁ ନ ଥିବା ବେଳେ ସାମାଜିକ ଦୂରତାକୁ ଭୁଲି ଗଲେଣି। ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବିଶେଷଜ୍ଞ ପର୍ଯ୍ୟନ୍ତ ସମସ୍ତେ କରୋନା ପାଇଁ ସଚେତନ ହେବା ଲାଗି ନିବେଦନ କରୁଥିଲେ ହେଁ, ଲୋକଙ୍କ ଉପରେ ଏହାର ପ୍ରଭାବ ପଡ଼ୁନାହିଁ। ଅନ୍ୟ ରାଜ୍ୟରୁ ଓଡ଼ିଶାକୁ ଲୋକଙ୍କ ଯିବା ଆସିବା ଲାଗି ରହିଥିବାରୁ ସେସବୁ ସ୍ଥାନରେ ଦେଖା‌ ଦେଇଥିବା କରୋନାର ଭୂତାଣରୁ ନୂଆ ଷ୍ଟ୍ରେନ୍‌ ଭୁବନେଶ୍ବରରେ ମଧ୍ୟ ଲୋକଙ୍କୁ ସଂକ୍ରମିତ କରିପାରେ। ଆଗକୁ ‌ଦୋଳ ପର୍ବ ଆସୁଥିବାବେଳେ ଲୋକମାନେ କୋଭିଡ ନିୟମାବଳିକୁ ଠିକ୍ ଭାବେ ପାଳନ କରୁ ନ ଥିବାରୁ ସଂକ୍ରମଣକୁ ବଢ଼ାଇ ଦେଇପାରେ ବୋଲି ବିଶେଷଜ୍ଞମାନେ ଚିନ୍ତା ପ୍ରକାଟ କରୁଛନ୍ତି। ଯଦିଓ ରାଜ୍ୟ ସରକାରଙ୍କ ପକ୍ଷରୁ ହୋଲି, ଦୋଳ ନେଇ କଟକଣା ଜାରି ହୋଇଛି; ହେଲେ ଏହାକୁ କଡ଼ାକଡ଼ି ପାଳନ କରିବା ଉପରେ ବିଶେଷଜ୍ଞମାନେ ଗୁରୁତ୍ବ ଦେଉଛନ୍ତି।

ଦୁଇ ବିଦେଶ ଫେରନ୍ତା ପଜିଟିଭ୍
ଭୁବନେଶ୍ବର : ରାଜ୍ୟରେ ଦୁଇ ବିଦେଶ ଫେରନ୍ତା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଦୁହିଁଙ୍କ ଘର ଖୋର୍ଧା ଜିଲ୍ଲାରେ। ତହିଁରୁ ଜଣେ ରାଜଧାନୀର ବାସିନ୍ଦା ବୋଲି ଜଣାପଡ଼ିଛି। ଗୋଟିଏ ପଟେ ଦେଶର କିଛି ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ଓଡ଼ିଶାର ଦୁଇ ବିଦେଶ ଫେରନ୍ତା ପଜିଟିଭ୍ ଚିହ୍ନଟ ହେବା ପ୍ରଶାସନର ଚିନ୍ତା ବଢ଼ାଇଛି। ସ୍ବାସ୍ଥ୍ୟବିଭାଗର ସୂଚନା ଅନୁସାରେ ଏହି ଦୁଇ ବିଦେଶ ଫେରନ୍ତାଙ୍କ ମଧ୍ୟରୁ ଜଣେ ୟୁକ୍ରେନ୍ ଓ ଆଉ ଜଣେ କାତାରରୁ ଫେରିଛନ୍ତି। ଦୁଇଜଣ ଯାକ ପୁରୁଷ। ଜଣେ ତିନିଦିନ ତଳେ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ଜଣେ ଗତକାଲି ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଦୁହିଁଙ୍କୁ ସରକାରୀ କୋଭିଡ୍ ବ୍ୟବସ୍ଥାରେ ରଖାଯାଇ ଚିକିତ୍ସା କରାଯାଉଛି। ଅପରପକ୍ଷରେ ପଜିଟିଭ୍ ଚିହ୍ନଟ ହୋଇଥିବା ଏହି ଦୁଇ ବ୍ୟକ୍ତିଙ୍କଠାରେ ବିଦେଶରେ ଚିହ୍ନଟ କରୋନା ଭୂତାଣୁର କୌଣସି ଷ୍ଟ୍ରେନ୍ ରହିଛି କି ନାହିଁ ଜାଣିବା ଲାଗି ନମୁନାକୁ ଆଇଏଲ୍‌ଏସ୍‌କୁ ପଠାଯାଇଛି। ଜିନ୍ ଅନୁସରଣ ହେବା ପରେ ଦୁହିଁଙ୍କଠାରେ କୌଣସି ବିଦେଶୀ ଷ୍ଟ୍ରେନ୍ ଅଛି କି ନାହିଁ ତାହା ସ୍ପଷ୍ଟ ହୋଇପାରିବ। ଏହା ସହ ଦୁହିଁଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କର କଣ୍ଟାକ୍ଟ୍ ଟ୍ରେସିଂ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe