କରୋନା ଉଜାଡ଼ିଦେଲା ବେପାର, ଋଣ ବୋଝ ସହି ନ ପାରି ଦୁଇ ବ୍ୟବସାୟୀଙ୍କ ଆତ୍ମହତ୍ୟା

Advertisment
୮ ପୂର୍ବତନ ଭାରତୀୟ ନୌସେନା ଅଧିକାରୀଙ୍କୁ ଆଶ୍ବସ୍ତି: ଫାଶୀ ଦଣ୍ଡାଦେଶକୁ ରୋକିଲା କତର

New Indian Express

ଭୁବନେଶ୍ବର: କରୋନା ସଂକଟକୁ ବର୍ଷେ ପୂରିସାରିଛି। ସଂକ୍ରମଣ କମିଛି ଓ କଟକଣା ବି କୋହଳ କରାଯାଇଛି। କିନ୍ତୁ କରୋନା କାଳର କଷଣ ଯାଉନି। କରୋନା ସଂକଟ‌େବେଳ ବେପାର ବୁଡ଼ିଯିବାରୁ ଆର୍ଥିକ ଋଣ ବୋଝ ସହି ନ ପାରି ଆଜି ଭୁବନେଶ୍ବରରେ ଦୁଇଜଣ ପ୍ରତିଷ୍ଠିତ ବ୍ୟବସାୟୀ ଆତ୍ମହତ୍ୟା କରିଛନ୍ତି। ଉଭୟ ବ୍ୟବସାୟୀ ନିଜ ନିଜ କାର୍ଯ୍ୟାଳୟରେ ବେକରେ ରଶି ବାନ୍ଧି ଆତ୍ମହତ୍ୟା କରିଛନ୍ତି। ଗୋଟିଏ ଘଟଣା ସହିଦନଗର ଥାନା ଅଞ୍ଚଳରେ ଘଟିଥିବା ବେଳେ ଅନ୍ୟଟି ଖାରବେଳ ନଗର ଥାନା ଅଞ୍ଚଳରେ ଘଟିଛି। ଉଭୟଙ୍କର ବୟସ ୫୦ରୁ ଊର୍ଦ୍ଧ୍ବ ବୋଲି ପୁଲିସ କହିଛି। ରାଜଧାନୀରେ ଏହି ଦୁଇ ବ୍ୟବସାୟୀଙ୍କ ଆତ୍ମହତ୍ୟା ଆଜି ଆଲୋଡ଼ନ ସୃଷ୍ଟି କରିଛି।

ସୂଚନା ମୁତାବକ, ଏୟାରଫିଲ୍‌ଡ ଥାନା ପଳାସପଲ୍ଲୀର ହରିଶ ପୁରୀ ପୁରୁଣା ଗାଡ଼ି ବ୍ୟବସାୟ କରନ୍ତି। କରୋନା ସମୟରେ ବ୍ୟବସାୟ ସମ୍ପୂର୍ଣ୍ଣ ଠପ୍‌ ହୋଇ ଯାଇଥିଲା। କରୋନା ପରେ କାରବାର ସ୍ବାଭାବିକ ହେବ ବୋଲି ସେ ଆଶା କରିଥିଲେ। ହେଲେ ବ୍ୟବସାୟରେ କୌଣସି ଉନ୍ନତି ଆସି ନ ଥିଲା। ଫଳରେ ସେ ଧାରକରଜ କରିଥିବା ଟଙ୍କା ବେପାରରେ ବୁଡ଼ି ଯାଇଥିଲା। କରଜଦାତାମାନେ ତାଙ୍କୁ ବାରମ୍ବାର ଟଙ୍କା ମାଗୁଥିଲେ ଓ ସେ କେବଳ ଦିନ ଗଡ଼ାଇ ଚାଲିଥିଲେ। ସୁଧ ବଢ଼ି ବଢ଼ି ଯିବାରୁ ସେ ବିବ୍ରତ ଓ ବିଚଳିତ ରହୁଥିଲେ। ଆଜି ସକା‌ଳୁ ସେ ଖାରବେଳନଗର ଥାନା ପ୍ରେସ୍‌ କଲୋନିସ୍ଥିତ ତାଙ୍କ କାର୍ଯ୍ୟାଳୟ ପରିସରରେ ବେକରେ ରଶି ଆତ୍ମହତ୍ୟା କରିଥିଲେ। ଖବର ପାଇବା ପରେ ଖାରବେଳ ନଗର ଥାନା ପୁଲିସ ଘର କବାଟ ଭାଙ୍ଗି ଶବ ଜବତ କରିଥିଲା।

ସେହିଭଳି ସହିଦନଗର ଥାନା ଅଧୀନ ଗଜପତି ନଗରରେ ରହୁଥିବା ଅମିତାଭ କର ନାମକ ଜଣେ ବ୍ୟବସାୟୀ ସମାନ ଢଙ୍ଗରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ତାଙ୍କର ବସ୍‌ ଓ ପେଟ୍ରୋଲ ଟାଙ୍କି ବ୍ୟବସାୟ ରହିଛି। ଘରଠାରୁ କିଛି ଦୂରରେ ତାଙ୍କର କାର୍ଯ୍ୟାଳୟ ରହିଛି। କରୋନା ସଂକଟବେଳେ ତାଙ୍କ ବ୍ୟବସାୟ ବହୁ ମାତ୍ରାରେ ପ୍ରଭାବିତ ହୋଇଥିଲା। କରୋନା ପରେ ବି ବ୍ୟବସାୟରେ ଉନ୍ନତି ହେଲା ନାହିଁ। ବେପାର ନ ବଢ଼ିବାରୁ ଋଣ ବଢ଼ିବଢ଼ି ଚାଲିଲା ଏବଂ ସେ ମାନସିକ ଭାରସାମ୍ୟ ହରାଇ ବସିଥିଲେ। ଶେଷରେ ସେ ଆଜି ନିଜ କାର୍ଯ୍ୟାଳୟରେ ଫ୍ୟାନ୍‌ରେ ଝୁଲି ପଡ଼ିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe