କ୍ୟାପିଟାଲ ଥାନାରେ ପଶିଲା କରୋନା, ସଂକ୍ରମିତ ସଙ୍ଗରୋଧରେ ଥିଲେ

Advertisment
ସିଂହଦେଓ ଦମ୍ପତିଙ୍କ ନାମରେ ଠକେଇ ମାମଲା

Odisha 360

ଭୁବନେଶ୍ୱର : ଚନ୍ଦ୍ରଶେଖରପୁର, ଚନ୍ଦକା, ମଞ୍ଚେଶ୍ବର ପରେ କ୍ୟାପିଟାଲ ଥାନାକୁ ଛୁଇଁଛି କରୋନା। ଜଣେ ମହିଳା କନେଷ୍ଟବଳ କରୋନା ସଂକ୍ରମିତ ହୋଇଛନ୍ତି। ଆଜି ପଜିଟିଭ୍‌ ରିପୋର୍ଟ ଆସିବା ପରେ ସମଗ୍ର ଥାନାକୁ ସାନିଟାଇଜ୍‌ କରାଯାଇଛି। ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଥିଲେ ସେମାନେ ସଙ୍ଗରୋଧରେ ରହିଥିବା ବେଳେ ଅନ୍ୟମାନେ ଭୟଭୀତ ଅଛନ୍ତି। ତେବେ ଏସିପି ମାନସ ଗଡ଼ନାୟକ କହିଛନ୍ତି ଯେ ସନ୍ଦେହ ହେବା ପରେ ସମ୍ପୃକ୍ତ କନେଷ୍ଟବଳ ୧୫ ଦିନ ସଙ୍ଗରୋଧରେ ରହିଥିଲେ। ଏଣୁ ଥାନା ପାଇଁ କିଛି ସମସ୍ୟା ନାହିଁ। ଥାନା‌ ସିଲ୍‌ହେବା ନେଇ ଯେଉଁ ଗୁଜବ ଉଠୁଥିଲା ତାହାର ମଧ୍ୟ ସତ୍ୟତା ନାହିଁ। ଅଭିଯୋଗକାରୀ ନିର୍ଦ୍ବନ୍ଦ୍ବରେ ଆସିି ଅଭିଯୋଗ ଦେଇପାରିବେ। ତଦନ୍ତ ପ୍ରକ୍ରିୟାରେ ମଧ୍ୟ କୌଣସି ବାଧା ଉପୁଜିନାହିଁ ବୋଲି ଶ୍ରୀ ଗଡ଼ନାୟକ ସୂଚନା ଦେଇଛନ୍ତି।

ଅନ୍ୟପଟେ ଥାନାରେ କରୋନା ବ୍ୟାପିବା ସମଗ୍ର ଅଞ୍ଚଳ ପାଇଁ ବିପଦ ବୋଲି କୁହାଯାଉଛି। କୋଭିଡ୍‌ ମୁକାବିଲାରେ ସମସ୍ୟା ହେବା ଆଶଙ୍କା ସୃଷ୍ଟି ହୋଇଛି। ପୂର୍ବରୁ ରାଜ୍ୟରେ କୋଭିଡ୍‌ ସଂକ୍ରମଣ ପାଇଁ ୫ଟି ଥାନା ସିଲ୍‌ କରାଯାଇଥିଲା। ସିଲ୍‌ ସମୟରେ ଏତଲା ସଂଗ୍ରହ କରିବା ପାଇଁ ପାଖ ଥାନାକୁ ଦାୟିତ୍ବ ଦିଆଯାଇଥିଲା। ଫଳରେ ସମ୍ପୃକ୍ତ ଥାନା ଉପରେ ଚାପ ବଢ଼ିଥିଲା। ଏବେ କମିସନରେଟ୍‌ ପୁଲିସରେ ପଜିଟିଭ୍‌ ସଂଖ୍ୟା ବଢ଼ୁଥିବାରୁ ଏଭଳି ପରିସ୍ଥିତି ଉପୁଜିବା ନେଇ ଆଶଙ୍କା ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe