ଭୁବନେଶ୍ବର ରେଳ ଷ୍ଟେସନରେ କ‌ରୋନା କଟକଣା, ମାଷ୍ଟରକ୍ୟାଣ୍ଟିନ୍‌ ବାଟେ ପ୍ରବେଶ ଅନୁମତି

Advertisment

ଟ୍ରେନ୍‌ ଛାଡ଼ିବାର ୯୦ ମିନିଟ୍‌ ପୂର୍ବରୁ ପହଞ୍ଚିବେ ଯାତ୍ରୀ, ଟିକେଟ୍‌ କନଫର୍ମ ଥିଲେ ପ୍ଲାଟଫର୍ମକୁ ମିଳିବ ଅନୁମତି

ଟ୍ରେନ୍‌ ଛାଡ଼ିବାର ୯୦ ମିନିଟ୍‌ ପୂର୍ବରୁ ପହଞ୍ଚିବେ ଯାତ୍ରୀ, ଟିକେଟ୍‌ କନଫର୍ମ ଥିଲେ ପ୍ଲାଟଫର୍ମକୁ ମିଳିବ ଅନୁମତି

ଭୁବନେଶ୍ବର ରେଳ ଷ୍ଟେସନରେ କ‌ରୋନା କଟକଣା, ମାଷ୍ଟରକ୍ୟାଣ୍ଟିନ୍‌ ବାଟେ ପ୍ରବେଶ ଅନୁମତି

ଚନ୍ଦ୍ରଶେଖରପୁର: କରୋନା ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ନିର୍ଦ୍ଦେଶାବଳୀ ଅନୁଯାୟୀ ରେଳ ଷ୍ଟେସନରେ ସତର୍କତା ବ୍ୟବସ୍ଥା ହୋଇଛି। ଏହି ସଙ୍କଟ ପରିସ୍ଥିତିର ମୁକାବିଲା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଭୁବନେଶ୍ବର ରେଳ ଷ୍ଟେସନରେ କରୋନା ଜୀବାଣୁ ବିସ୍ତାର ତଥା ରୋକିବା ପାଇଁ ପଦକ୍ଷେପ ନିଆଯାଇଛି। କେବଳ ପ୍ଲାଟଫର୍ମ ନମ୍ବର ୧ ତଥା ମାଷ୍ଟରକ୍ୟାଣ୍ଟିନ୍‌ ବାଟେ ସମସ୍ତ ଯାତ୍ରୀ ଭିତରକୁ ପ୍ରବେଶ କରିପାରିବେ। ସେଠାରେ ଥର୍ମାଲ୍ ସ୍କାନିଂ ସୁବିଧା ଉପଲବ୍ଧ ହେଉଛି। ଏଥିସହ ପ୍ଲାଟଫର୍ମ ନମ୍ବର-୧ ପାର୍ଶ୍ୱରେ ବ୍ୟାଗେଜ୍ ସ୍କାନିଂ ମେସିନ୍, ବ୍ୟାଗେଜ୍ ସାନିଟାଇଜିଂ ମେସିନ୍, ବ୍ୟାଗେଜ୍ ରାପିଙ୍ଗ୍ ମେସିନ୍ ରଖାଯାଇଛି। ଭିଡ଼କୁ ପ୍ରଭାବଶାଳୀ ଭାବେ ପରିଚାଳନା କରିବା ଓ ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ଏକ ନମ୍ବର ପ୍ଲାଟଫର୍ମ ଦ୍ୱାରା ପ୍ରବେଶକୁ ଅନୁମତି ମିଳିଛି।

ପୂର୍ବତଟ ରେଳପଥର ସୂଚନା ଅନୁଯାୟୀ କୋଭିଡ୍‌-୧୯ ‌ହେତୁ ୫୦% କର୍ମଚାରୀ ରୋଷ୍ଟର ଡ୍ୟୁଟିରେ କାମ କରୁଛନ୍ତି। ଯେହେତୁ କର୍ମଚାରୀଙ୍କ ସଂଖ୍ୟା ବହୁତ କମ୍ ତେଣୁ ୬ ନମ୍ବର ପ୍ଲାଟଫର୍ମରେ ସୁରକ୍ଷା ଯୋଗାଇବା କଷ୍ଟ ସାଧ୍ୟ ହେବ। ଏହି ପ୍ଲାଟଫର୍ମକୁ ଖୋଲାଗଲେ କୌଣସି ଟ୍ରେନ୍ ସେବା ନ ଥିବାରୁ ଗେଟ୍ ଖୋଲିବାରେ ବ୍ୟୟବହୁଳ ଖର୍ଚ୍ଚ ହେବ। ସୁରକ୍ଷା ପ୍ରତି ବି ବିପଦ ରହିଛି। ଟ୍ରେନ୍ ଟ୍ରାଭେଲିଂ ଟିକେଟ୍ ପରୀକ୍ଷକ(ଟିଟିଇ)ଙ୍କ ସହ ବୁକିଂ ଓ ସଂରକ୍ଷଣ କାର୍ଯ୍ୟାଳୟ ପରି ସୁବିଧା ଯୋଗାଇବାକୁ ପଡ଼ିବ। କର୍ମଚାରୀମାନେ ପ୍ରଭାବିତ ହେବାର ଆଶଙ୍କା ରହିଛି। ତେଣୁ ଉନ୍ନତ ଯାତ୍ରୀ ସୁରକ୍ଷା ଓ କୋଭିଡ ସାବଧାନତା ପାଇଁ ପ୍ଲାଟଫର୍ମ ନମ୍ବର-୧ରେ କେବଳ ପ୍ରବେଶ ଲାଗି ଅନୁମତି ଦିଆଯାଇଛି। ପ୍ଲାଟଫର୍ମ ନମ୍ବର-୬ ପାର୍ଶ୍ୱ ଦେଇ ପ୍ରବେଶ ବନ୍ଦ ରହିଛି। ଏହି ସଙ୍କଟ ପରିସ୍ଥିତିରେ ରେଳବାଇକୁ ସହାୟତା କରିବା ଲାଗି ଯାତ୍ରୀଙ୍କୁ ଅନୁରୋଧ କରାଯାଇଛି। ଏଥିସହ ଟ୍ରେନ ଛାଡିବାର ଅତିକମରେ ୯୦ ମିନିଟ ପୂର୍ବରୁ ଯାତ୍ରୀମାନେ ଷ୍ଟେସନରେ ପହଞ୍ଚିବାକୁ କୁହାଯାଇଛି। ନିଶ୍ଚିତ ହୋଇଥିବା(କନଫର୍ମ) ଟିକେଟ୍ ଥିବା ଯାତ୍ରୀଙ୍କୁ କେବଳ ପ୍ଲାଟଫର୍ମରେ ଅନୁମତି ଦିଆଯିବ। ଟ୍ରେନ୍‌‌ରେ ଚଢ଼ିବା ପୂର୍ବରୁ ସମସ୍ତ ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ, ଲଗେଜ୍ ଯାଞ୍ଚ ଏବଂ ହ୍ୟାଣ୍ଡ ସାନିଟାଇଜିଂ କରିବାକୁ ପଡିବ। ଯାତ୍ରୀମାନେ ସ୍ୱଚ୍ଛତା ରକ୍ଷା ସହ ‌ମାସ୍କ, ହ୍ୟାଣ୍ଡ ସାନିଟାଇଜର ଓ ସାବୁନ ଆଦି ସାଙ୍ଗରେ ନେବାକୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe