ହାଜତରେ ଅଟକ ଅଭିଯୁକ୍ତକୁ କରୋନା, ବାରଙ୍ଗ ଥାନାରେ ହଇଚଇ

Advertisment
ବହୁ ଚର୍ଚ୍ଚିତ ହତ୍ୟା ଘଟଣା ମାମଲା: କୋର୍ଟ ଭିତରେ ପତ୍ନୀ ‌ହତ୍ୟା, ଅଭିଯୁକ୍ତ ରମେଶକୁ ଆଜୀବନ କାରାଦଣ୍ଡ

Spokane Public Radio

ବାରଙ୍ଗ: ବାରଙ୍ଗ ଥାନା ହାଜତରେ ଅଟକ ରହିଥିବା ଜଣେ ଅଭିଯୁକ୍ତ କରୋନା ପଜିଟିଭ୍ ବୋଲି ଜଣାପଡ଼ିବା ପରେ ଏବେ ଥାନାରେ ହଇଚଇ ସୃଷ୍ଟି ହୋଇଛି। ଅଭିଯୁକ୍ତଙ୍କ ସଂସ୍ପର୍ଶରେ ଆସିଥିବା ପୁଲିସ ଅଧିକାରୀ ଓ କର୍ମଚାରୀମାନେ ସଂକ୍ରମିତ ହୋଇଥିବା ଭୟରେ ଜଡ଼ସଡ଼ ହୋଇ ପଡ଼ିଥିବା ବେଳେ ଅନ୍ୟ ପୁଲିସ କର୍ମଚାରୀମାନେ ମଧ୍ୟ ଆତଙ୍କିତ ହୋଇ ପଡ଼ିଛନ୍ତି। ତେଣୁ ଯୁଦ୍ଧକାଳୀନ ଭିତ୍ତିରେ ସମଗ୍ର ଥାନା ପରିସରକୁ ସାନିଟାଇଜ୍‌ କରାଯାଇଛି। ପୁଲିସ ଅଧିକାରୀ ଓ କର୍ମଚାରୀମାନଙ୍କର ସ୍ବାବ୍ ସଂଗ୍ରହ କରି ଆସନ୍ତାକାଲି ପରୀକ୍ଷା ପାଇଁ ପଠାଯିବ ବୋଲି ସ୍ଥିର ହୋଇଥିବା ସୂଚନା ମିଳିଛି। କିଛି ପୁଲିସ କର୍ମଚାରୀଙ୍କୁ ତୁରନ୍ତ ସଙ୍ଗରୋଧରେ ରହିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ ଯେ ଗତ ଦୁଇଦିନ ତଳେ ନରାଜ ଗ୍ରାମର ଜଣେ ମହିଳାଙ୍କର ଅସ୍ବାଭାବିକ ମୃତ୍ୟୁ ହୋଇଥିଲା। ବାରଙ୍ଗ ଥାନା ପୁଲିସ ଶବ ଜବତ କରି କଟକ ବଡ଼ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏହି ମାମଲାରେ ମୃତ ମହିଳାଙ୍କ ବାପା ତାଙ୍କ ଝିଅକୁ ଯୌତୁକ ନିର୍ଯାତନା ଦେଇ ହତ୍ୟା କରାଯାଇଛି ବୋଲି ବାରଙ୍ଗ ଥାନାରେ ଅଭିଯୋଗ କରିଥିଲେ। ତେଣୁ ପୁଲିସ ଅଭିଯୁକ୍ତ ସ୍ବାମୀକୁ ଗିରଫ କରିଥିଲା। କୋର୍ଟ ଚାଲାଣ ପୂର୍ବରୁ ତାଙ୍କ ସ୍ବାବ୍ ନମୁନା ଯାଞ୍ଚ କରାଯାଇଥିଲା ଓ ଆଜି ରିପୋର୍ଟ ପଜିଟିଭ୍‌ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe