ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬୦ହଜାର ଟପିଲା

Advertisment

୧୧୧୮ ଆକ୍ରାନ୍ତ,୮୫୧ ସୁସ୍ଥ

୧୧୧୮ ଆକ୍ରାନ୍ତ,୮୫୧ ସୁସ୍ଥ

ଗ୍ରାମାଞ୍ଚଳରେ ବ୍ୟାପୁଛି କରୋନା, ୩/୪ଦିନରେ ଶୀର୍ଷକୁ ଛୁଇଁବ ସଂକ୍ରମଣ: ‘ସୂତ୍ର’

ଭୁବନେଶ୍ବର : ଶନିବାର ରାଜଧାନୀରୁ ୧୧୧୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮୫୧ଜଣ ସୁସ୍ଥ ହୋଇଛନ୍ତି। ଦୁଇ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ଆଜି ସୁଦ୍ଧା ରାଜଧାନୀରେ ମୋଟ୍ ୬୦,୨୮୧ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ୧୧୬୮୩ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ୨୯୧ଜଣଙ୍କର କରୋନାରେ ମୃତ୍ୟୁ ହୋଇସାରିଲାଣି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୭୪ଜଣ ସଙ୍ଗରୋଧରୁ ଚିହ୍ନଟ ହୋଇଥିବା ବେଳେ ୯୪୪ଜଣ ସ୍ଥାନୀୟ ସଂକ୍ରମିତ। ଆଜି ନୂଆପଲ୍ଲୀରୁ ସର୍ବାଧିକ ୭୬ଜଣ, ପୁରୁଣା ଭୁବନେଶ୍ବରରୁ ୫୮ଜଣ, ଖଣ୍ଡଗିରିରୁ ୫୨ଜଣ, ପଟିଆରୁ ୭୧ଜଣ, ଡୁମଡୁମାରୁ ୩୫ଜଣ, ଲକ୍ଷ୍ମୀସାଗରରୁ ୪୧ଜଣ, ଝାରପଡ଼ାରୁ ୨୩ଜଣ, ବଡ଼ଗଡ଼ରୁ ୨୬ଜଣ, ରସୁଲଗଡ଼ରୁ ୨୩ଜଣ, ସୁନ୍ଦରପଦାରୁ ୨୧ଜଣ, ଶୈଳଶ୍ରୀବିହାରରୁ ୨୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବାଦ୍ ରାଜଧାନୀର ବିଭିନ୍ନ ଅଞ୍ଚଳରୁ ୧୦ରୁ ଅଧିକ ‌ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe