୭ଦିନ ପରେ ୩୦୦ ତଳକୁ ଖସିଲା ଆକ୍ରାନ୍ତଙ୍କ ସଂଖ୍ୟା, ୨୭୧ ଆକ୍ରାନ୍ତ, ୨୮୩ସୁସ୍ଥ, ୯ମୃତ

ଭୁବନେଶ୍ବରରେ ୨୮୬ ଆକ୍ରାନ୍ତ, ୨୫ ମୃତ ଘୋଷଣା

Newz Mirror

ଭୁବନେଶ୍ବର : ରାଜଧାନୀରେ ସୋମବାର ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ଶହ ତଳକୁ ଖସିଛି। ଜୁଲାଇ ୪ ଓ ୫ରେ ଆକ୍ରାନ୍ତଙ୍କ ସଂଖ୍ୟା ୩ଶହ ତଳେ ଥିବାବେଳେ ସୋମବାର ୨୭୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୋମବାର ୨୮୩ଜଣ ସୁସ୍ଥ ହୋଇଥିବାବେଳେ ୯ଜଣଙ୍କର ମୃତ୍ୟୁ ହୋଇଥିବା ବିଏମ୍‌ସି ପକ୍ଷରୁ କୁହାଯାଇଛି। ରାଜଧାନୀରେ ଏହା ସର୍ବାଧିକ ଦୈନିକ ମୃତ୍ୟୁ।

ସୋମବାରର ଚନ୍ଦ୍ରଶେଖରପୁରରୁ ୯ଜଣ, ଡୁମଡୁମାରୁ ୭, ହଂସପାଳରୁ ୧୦, ଆଇଆର୍‌ସି ଭିଲେଜରୁ ୯, କଳିଙ୍ଗନଗରରୁ ୧୪, ଖଣ୍ଡଗିରିରୁ ୧୪, ନୂଆପଲ୍ଲୀରୁ ୧୨, ପୁରୁଣା ଭୁବନେଶ୍ବରରୁ ୧୯, ପଟିଆରୁ ୧୭, ୟୁନିଟ-୯ରୁ ୧୦, ରସୁଲଗଡ଼ରୁ ୮, ସାମନ୍ତରାପୁରରୁ ୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe