ଘରୋଇ ହସ୍ପିଟାଲ‌ରେ ବଢ଼ି ଚାଲିଛି ସଂକ୍ରମଣ: ଦିନକରେ ୧୦୯ ଚିହ୍ନଟ, ସଂଖ୍ୟା ୪୧୭୧

ସ୍ଥାନୀୟ ସଂକ୍ରମଣ ୪୫%କୁ ଛୁଇଁଲା

ଘରୋଇ ହସ୍ପିଟାଲ‌ରେ ବଢ଼ି ଚାଲିଛି ସଂକ୍ରମଣ: ଦିନକରେ ୧୦୯ ଚିହ୍ନଟ, ସଂଖ୍ୟା ୪୧୭୧

New Indian Express

ଭୁବନେଶ୍ବର: ରାଜଧାନୀର ଘରୋଇ ହସ୍ପିଟାଲ ଗୁଡ଼ିକରେ ସଂକ୍ରମଣ କମୁନାହିଁ। ପ୍ରତ୍ୟେକ ଦିନ ହସ୍ପିଟାଲରୁ ପଜିଟିଭ୍‌ଙ୍କୁ ଚିହ୍ନଟ କରାଯାଉଛି। ସଂକ୍ରମଣ ନିୟନ୍ତ୍ରଣ ପାଇଁ ନିର୍ଦେଶାବଳି ଜାରି କରାଯାଇଥିଲେ ହେଁ କର୍ମଚାରୀମାନେ କରୋନାରେ ଆକ୍ରାନ୍ତ ହେଉଛନ୍ତି। ଗତ ୨୪ ଘଣ୍ଟାରେ ରାଜଧାନୀରୁ ୧୦୯ ପଜିଟିଭ୍‌ଙ୍କୁ ଚିହ୍ନଟ କରାଯାଇଛି। ଏଥିରୁ ୬୦ଜଣ ସଙ୍ଗରୋଧରୁ ଥିବା ବେଳେ ୪୯ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ପୁନର୍ବାର ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ୪୫ ପ୍ରତିଶତରେ ପହଞ୍ଚି ଯାଇଛି। ଯାହାକି ବେଶ୍ ଉଦ୍‌ବେଗଜନକ।

ରାଜଧାନୀର ଦୁଇଟି ଘରୋଇ ହସ୍ପିଟାଲରୁ ୬ଜଣ କର୍ମଚାରୀ ପଜିଟିଭ୍ ହୋଇଛନ୍ତି। ଏହାସହ ଏକ ସରକାରୀ ଡାକ୍ତରଖାନାର ୨ଜଣ କର୍ମଚାରୀ ସଂକ୍ରମିତ ରହିଛନ୍ତି। ସ୍ବାସ୍ଥ୍ୟ ବିଭାଗର ୩ଜଣ କର୍ମଚାରୀଙ୍କୁ ଚିହ୍ନଟ କରାଯାଇଛି। ଏହାବାଦ୍ ପାଇକନଗର ବସ୍ତି, ଚନ୍ଦ୍ରଶେଖରପୁର ନୀଳପଡ଼ିଆ ବସ୍ତି, ନୂଆପଲ୍ଲୀ ବାଲିକୁଦ ସାହିରୁ ମଧ୍ୟ ଆକ୍ରାନ୍ତ ରହିଛନ୍ତି। ରାଜଧାନୀରେ ଏ ପର୍ଯ୍ୟନ୍ତ ଆକ୍ରାନ୍ତଙ୍କ ସଂଖ୍ୟା ୪୧୭୧ରେ ପହଞ୍ଚିଥିବା ବେଳେ ତହିଁରୁ ୨୮୦୭ ରୋଗୀ ସୁସ୍ଥ ହୋଇ ସାରିଲେଣି। ଗତ ୨୪ ଘଣ୍ଟାରେ ରାଜଧାନୀରେ ୧୩୪ ରୋଗୀ ସୁସ୍ଥ ହୋଇଛନ୍ତି। ୧୩୩୯ ଆକ୍ରାନ୍ତଙ୍କ ଏବେ ବି ଚିକିତ୍ସା ଜାରି ରହିଛି। ଅପରପକ୍ଷରେ ରାଜଧାନୀରେ କରୋନା ମୃତ୍ୟୁ ସଂଖ୍ୟା ୨୨ ଛୁଇଁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe