ବସ୍ତିରେ କରୋନା ଆତଙ୍କ, ପୁଲିସ ନାକେଦମ୍‌

Advertisment
ବସ୍ତିରେ କରୋନା ଆତଙ୍କ, ପୁଲିସ ନାକେଦମ୍‌

Livemint

ଚନ୍ଦ୍ରଶେଖରପୁର: ଇନ୍‌ଫୋସିଟି ଥାନା ଅଧୀନ କିଛି ବସ୍ତିରେ ବିଏମ୍‌ସି ଓ ସ୍ବାସ୍ଥ୍ୟବିଭାଗ ପକ୍ଷରୁ ସନ୍ଦିଗ୍ଧଙ୍କ ଘର ଆଗରେ ହୋମ୍ କ୍ବାରାଣ୍ଟିନ୍ ପୋଷ୍ଟର୍ ମରାଯାଇଛି। ଫଳରେ ସେହିସବୁ ବସ୍ତିର ଅନ୍ୟ ଲୋକମାନେ ଭୟଭୀତ ହୋଇ ପଡ଼ିଛନ୍ତି। ମାତ୍ର କିଛି ବସ୍ତିବାସିନ୍ଦା କଟକଣା ମାନୁନଥିବା ଦେଖିବାକୁ ମିଳିଛି। ସେମାନଙ୍କ ପାଇଁ ସାମାଜିକ ଦୂରତା ଚୁଲିକି ଯାଇଛି। ସେମାନଙ୍କୁ ବାରମ୍ବାର ସଚେତନ କରି କରି ପୁଲିସ ନାକେଦମ୍ ହୋଇପଡ଼ିଛି। ଆଇଆଇସି ବିଶ୍ବଜିତ ମହାନ୍ତି ମାଇକ୍ ଦ୍ବାରା ଲୋକଙ୍କୁ ସଚେତନ କରୁଛନ୍ତି। କିନ୍ତୁ ଏହାର ପ୍ରଭାବ ଲୋକଙ୍କ ଉପରେ ପଡ଼ୁନାହିଁ। ପୁଲିସ୍ ପ୍ରଚାର ଭ୍ୟାନ୍ ଚାଲି ଯିବାପରେ ପୂର୍ବଭଳି ସାମାଜିକ ଦୂରତା ରଖୁନାହାନ୍ତି। ଏମିତିକି ବସ୍ତିର କିଛି ସ୍ବେଚ୍ଛାସେବୀ ଯୁବକଙ୍କ ପଦକ୍ଷେପ ମଧ୍ୟ ଲୋକଙ୍କୁ ସଚେତନ କରି ପାରୁନାହିଁ। ତେଣୁ ଆଜି ସଂଧ୍ୟାରେ କିଛି ବସ୍ତି ମୁରବିଙ୍କୁ ପୁଲିସ୍ ଥାନାକୁ ଡାକି ଆଲୋଚନା କରିଛି। ସ୍ବେଚ୍ଛାସେବୀ ଯୁବକମାନଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି। ସାହିକୁ ପ୍ରବେଶ କରୁଥିବା ଅପରିଚିତ ଲୋକଙ୍କ ବାବଦରେ ଭଲଭାବେ ଜାଣିବା ପରେ ଭିତରକୁ ଛାଡ଼ିବାକୁ ପୁଲିସ କହିଛି। ସେହିଭଳି ବସ୍ତିକୁ ଆସୁଥିବା ବୁଲା ବେପାରୀଙ୍କ ସହ କାରବାର କଲାବେଳେ କମ୍ ସଂସ୍ପର୍ଶରେ ଆସିବାକୁ ଲୋକଙ୍କୁ ଶିକ୍ଷା ଦେବାକୁ ଯୁବକମାନଙ୍କୁ ପୁଲିସ ପରାମର୍ଶ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe