ରାଜଧାନୀରେ କରୋନା ସୁସ୍ଥ ରୋଗୀଙ୍କ ସଂଖ୍ୟା ୨୧ ହଜାର ଟପିଲା

Advertisment

ଦିନକରେ ୩୧୬ ପଜିଟିଭ୍, ୨ ମୃତ୍ୟୁ, କରୋନାରୁ ସୁସ୍ଥ ହେଲେ ୮୬ବର୍ଷର ମହିଳା

ଦିନକରେ ୩୧୬ ପଜିଟିଭ୍, ୨ ମୃତ୍ୟୁ, କରୋନାରୁ ସୁସ୍ଥ ହେଲେ ୮୬ବର୍ଷର ମହିଳା

୫୦-୫୯ ବର୍ଷ ବୟସର ବ୍ୟକ୍ତି କରୋନା ଯୋଗୁଁ ସର୍ବାଧିକ ପ୍ରଭାବିତ

amarujala.com

ଭୁବନେଶ୍ୱର : ରାଜଧାନୀରେ କରୋନା ସୁସ୍ଥ ରୋଗୀଙ୍କ ସଂଖ୍ୟା ୨୧ ହଜାର ଟପିଛି। ଗତ ୨୪ ଘଣ୍ଟାରେ ରାଜଧାନୀରୁ ୩୨୬ ରୋଗୀ ସୁସ୍ଥ ହେବା ପରେ ସମୁଦାୟ ସୁସ୍ଥଙ୍କ ସଂଖ୍ୟା ୨୧,୨୧୪ରେ ପହଞ୍ଚିଛି। ଭୁବନେଶ୍ବରରେ ସୁସ୍ଥ ହାର ୮୫ ପ୍ରତିଶତକୁ ବୃଦ୍ଧି ପାଇଛି। ଭୁବନେଶ୍ବରରେ ଆଉ ୨ଜଣ ପ୍ରାଣ ହରାଇଛନ୍ତି। ଜଣେ ୭୨ବର୍ଷର ପୁରୁଷ ଓ ଅନ୍ୟ ଜଣେ ୭୫ବର୍ଷର ମହିଳା। ଏହାକୁ ମିଶାଇ ରାଜଧାନୀରେ କରୋନା ମୃତ୍ୟୁ ସଂଖ୍ୟା ୧୧୧କୁ ବୃଦ୍ଧି ପାଇଛି।

ଅପରପକ୍ଷରେ ରାଜଧାନୀରେ କରୋନା ସଂକ୍ରମଣ ଦୈନିକ ୩ଶହ ଧାରା ଜାରି ରହିଛି। ଦିନକରେ ୩୧୬ରୋଗୀ ଚିହ୍ନଟ ହୋଇଛନ୍ତି ରାଜଧାନୀରୁ। ଏହାକୁ ମିଶାଇ ମୋଟ ରୋଗୀଙ୍କ ସଂଖ୍ୟା ୨୪,୮୫୩କୁ ବୃଦ୍ଧି ପାଇଛି। ଖୋର୍ଧା ଜିଲ୍ଲାର ୫୮ପ୍ରତିଶତ ରୋଗୀ କେବଳ ଭୁବନେଶ୍ବରୁ ହିଁ ଚିହ୍ନଟ ହୋଇଛନ୍ତି। ୩୧୬ ଆକ୍ରାନ୍ତଙ୍କ ମଧ୍ୟରୁ ୨୩୨ ଲୋକାଲ କଣ୍ଟାକ୍ଟସ୍ ଓ ୮୪ଜଣ ସଙ୍ଗରୋଧରୁ ଚିହ୍ନଟ ହୋଇଛନ୍ତି। ଲୋକାଲ କଣ୍ଟାକ୍ଟସ୍‌ରେ ବରମୁଣ୍ଡାରୁ ସର୍ବାଧିକ ୧୫ଜଣ ଚିହ୍ନଟ ହୋଇଛନ୍ତି। ଏହାବାଦ୍ ନୂଆପଲ୍ଲୀ, ପଟିଆରୁ ୧୨ଜଣ ଲେଖାଏଁ, ନୂଆପଲ୍ଲୀରୁ ୧୦, ବିଜେବିନଗର ୯, ଖଣ୍ଡଗିରି, ଝାରପଡ଼ା, ଖାରବେଳନଗର, ପୋଖରୀପୁଟ, ପୁରୁଣା ଭୁବନେଶ୍ବର, ରୁଦ୍ରପୁର, ନୀଳକଣ୍ଠନଗର, ସହିଦନଗର ଓ ଅନ୍ୟ ଅଞ୍ଚଳରୁ ପୁଳାପୁଳା ରୋଗୀ ବାହାରିଛନ୍ତି। ସଙ୍ଗରୋଧରୁ ଆଇଆର୍‌ସି ଭିଲେଜରୁ ୫, ଗଙ୍ଗନଗର, ଝାରପଡ଼ା, କଳିଙ୍ଗବିହାର, ଭରତପୁର, ଜୟଦେବବିହାର, ଆଇଗିଣିଆ, ‌ଶୈଳଶ୍ରୀବିହାର, ସହିଦନଗର, ସୁନ୍ଦରପଦା, ୟୁନିଟ୍‌-୩, ପଳାଶୁଣୀ ଓ ଅନ୍ୟ ଅଞ୍ଚଳରୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜଧାନୀରେ ଏବେ ୩୫୦୭ ଚିକିତ୍ସାଧୀନ ରୋଗୀ ରହିଛନ୍ତି।

କରୋନାରୁ ସୁସ୍ଥ ହେଲେ ୮୬ବର୍ଷର ମହିଳା
ଭୁବନେଶ୍ୱରରେ : କରୋନାକୁ ହରାଇଛନ୍ତି ୮୬ ବର୍ଷର ଜଣେ ବୃଦ୍ଧା। ସମ୍ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଏହି ‌ବୟୋଜ୍ୟୋଷ୍ଠ ମହିଳାଜଣକ ହେଲେ, ସତ୍ୟଭାମା ଦାଶ। ଗତମାସ ୨୯ତାରିଖରେ କରୋନାରେ ସଂକ୍ରମିତ ହେବା ପରେ ସେ ସମ୍ କୋଭିଡ ହସ୍ପିଟାଲରେ ଭର୍ତି ହୋଇଥିଲେ। ଶ୍ରୀମତୀ ଦାଶଙ୍କ ମଧୁମେହ ସହ ଉଚ୍ଚ ରକ୍ତଚାପ, ଶ୍ବାସ ଓ ଗ୍ୟାସଜନିତ ସମସ୍ୟା ମଧ୍ୟ ରହିଥିଲା। ତାଙ୍କ ବାମ ଗୋଡ଼ଟି ଭାଙ୍ଗି ଯାଇଥିବାରୁ ସେ ଶଯ୍ୟାଶାୟୀ ଥିଲେ। ଏଭଳି ଅବସ୍ଥାରେ କରୋନା ସଂକ୍ରମିତ ହୋଇ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତି ହୋଇଥିବା ବେଳେ ତାଙ୍କର ଉପଯୁକ୍ତ ଚିକିତ୍ସା କରିଥିଲେ ‌ଡାକ୍ତର ଓ ନର୍ସ। ଗତ ଶୁକ୍ରବାର କରୋନାରୁ ସୁସ୍ଥ ହୋଇ ସେ ଘରକୁ ଫେରିଛନ୍ତି। ମହିଳାଙ୍କ ପୁଅ ସଂଜୀବ କୁମାର ଦାଶ ସମ୍ କୋଭିଡ ଟିମ୍‌କୁ ଧନ୍ୟବାଦ ଜଣାଇଛନ୍ତି। ପୂର୍ବରୁ ସମ୍‌ କୋଭିଡ୍‌ ହସ୍ପିଟାଲରେ ବରିଷ୍ଠ ସ୍ବାଧୀନତା ସଂଗ୍ରାମୀଙ୍କଠାରୁ ଆରମ୍ଭ କରି ଅନେକ ବୟସ୍କ ବ୍ୟକ୍ତି ସୁସ୍ଥ ହୋଇ ଫେରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe