Advertisment

କରୋନା କଟକଣା : ଚାରିଆଡେ ଖାଁ ଖାଁର ରାଜୁତି

Advertisment
କରୋନା କଟକଣା : ଚାରିଆଡେ ଖାଁ ଖାଁର ରାଜୁତି

ଭକ୍ତଙ୍କ ପାଇଁ ଶ୍ରୀଲିଙ୍ଗରାଜ ମନ୍ଦିର ବନ୍ଦ, କେବଳ ନୀତିକାନ୍ତି ହେବ
ପୁରୁଣା ଭୁବନେଶ୍ୱର : ଶ୍ରୀଲିଙ୍ଗରାଜ ମନ୍ଦିରରେ କଟକଣା। ଆସନ୍ତାକାଲିଠାରୁ ଭକ୍ତଙ୍କ ପାଇଁ ମନ୍ଦିର ବନ୍ଦ ରହିବ। କେବଳ ନୀତିକାନ୍ତି ହେବ ବୋଲି ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ଦାଶ ସୂଚନା ଦେଇଛନ୍ତି। ଖୋର୍ଧା ଜିଲ୍ଲାପାଳ ସୀତାଂଶୁ କୁମାର ରାଉତଙ୍କ ନିର୍ଦ୍ଦେଶକ୍ରମେ ମନ୍ଦିର ପ୍ରଶାସନ ଏହି ନିୟମ ଲାଗୁ କରିଛନ୍ତି। ଏପ୍ରିଲ ପହିଲା ପର୍ଯ୍ୟନ୍ତ ଏହି ନିୟମ ପାଳନ ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି। ତେବେ ଯେଉଁ ସେବାୟତମାନଙ୍କ ପାଳି ଥିବ, ସେମାନେ ଠାକୁରଙ୍କ ସେବା ପୂଜା କରିବେ। ସେମାନେ ମନ୍ଦିରକୁ ପ୍ରବେଶ ପୂର୍ବରୁ ହାତକୁ ହ୍ୟାଣ୍ଡୱାସ୍‌ରେ ସଫା କରିବେ। ଏହି ସମୟରେ ଆନନ୍ଦବଜାର ମଧ୍ୟ ବନ୍ଦ ରହିବ। ଠାକୁରଙ୍କ କୋଠଭୋଗ ପ୍ରସ୍ତୁତ ହୋଇ ଭୋଗ ଲାଗି କରାଯିବ। ନିଯୋଗର ପ୍ରମୁଖମାନେ ଏହାକୁ ସ୍ବାଗତ କରିଛନ୍ତି।

ଘରୋଇ ସ୍କୁଲ ବନ୍ଦ ପାଇଁ ପୁଣି ନିର୍ଦ୍ଦେଶ
ରାଜ୍ୟର ସମସ୍ତ ଘରୋଇ ସ୍କୁଲ ବନ୍ଦ ରଖିବାକୁ ଆଜି ପୁଣିଥରେ ନିର୍ଦେଶ ଦିଆଯାଇଛି। ୧୬ତାରିଖରେ ଜାରି ହୋଇଥିବା ବିଜ୍ଞପ୍ତିକୁ ଆଧାର କରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ଯେ ପରବର୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଘରୋଇ ସ୍କୁଲ ବନ୍ଦ ରହିବ। ଛାତ୍ରଛାତ୍ରୀ, ଶିକ୍ଷକ, କର୍ମଚାରୀ କେହି ବି ବିଦ୍ୟାଳୟକୁ ଆସିବେ ନାହିଁ। ଯଦି ସେଭଳି କିଛି ଆବଶ୍ୟକ ପଡ଼େ, ତେବେ ସ୍କୁଲ ଅଧକ୍ଷ/ପ୍ରଧାନଶିକ୍ଷକଙ୍କ ନିର୍ଦେଶକ୍ରମେ ଅଳ୍ପ କିଛି କର୍ମଚାରୀ ଓ ଶିକ୍ଷକ ଆସିପାରିବେ।

ରାଜଧାନୀର ସମସ୍ତ ଧର୍ମାନୁଷ୍ଠାନକୁ ଶ୍ରଦ୍ଧାଳୁ ମନା
କରୋନା ମୁକାବିଲା ପାଇଁ ବିଏମ୍‌ସି ପକ୍ଷରୁ ସମସ୍ତ ଧର୍ମାନୁଷ୍ଠାନ ଉପରେ ରୋକ୍ ଲାଗିଛି। ମାର୍ଚ୍ଚ ୨୦ରୁ ଏପ୍ରିଲ ୧ ପର୍ଯ୍ୟନ୍ତ ରାଜଧାନୀର କୌଣସି ମନ୍ଦିର, ଚର୍ଚ୍ଚ, ମସଜିଦ୍, ଗୁରୁଦ୍ବାରକୁ ଶ୍ରଦ୍ଧାଳୁମାନେ ଯାଇ ପାରିବେନି। ଧର୍ମାନୁଷ୍ଠାନଗୁଡ଼ିକରେ ସାମାଜିକ ଦୂରତା ରଖିବା ସମ୍ଭବ ନଥିବାରୁ ବିଏମ୍‌ସି ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି ହୋଇଛି। ଓଡ଼ିଶା ମହାନଗର ନିଗମ ଆକ୍ଟ, ୨୦୦୩ର ଧାରା ୫୮୩ ଓ ୫୯୯ ଅନୁଯାୟୀ, ବିଏମ୍‌ସି ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି ହୋଇଛି। ମାର୍ଚ୍ଚ ୨୦ରୁ ଏପ୍ରିଲ ୧ ପର୍ଯ୍ୟନ୍ତ ଧର୍ମାନୁଷ୍ଠାନକୁ ଶ୍ରଦ୍ଧାଳୁଙ୍କୁ ଯିବା ଉପରେ ରୋକ୍ ଲାଗିଥିଲେ ‌େହଁ ସମସ୍ତ ପାରମ୍ପରିକ ପୂଜାର୍ଚ୍ଚନା ଯଥାରୀତି ହେବ ବୋଲି କୁହାଯାଇଛି।

ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଖୋଲିଲା ଆଇସୋଲେସନ୍‌ କେନ୍ଦ୍ର
କରୋନା ମୁକାବିଲା ପାଇଁ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆଇସୋଲେସନ୍‌ ୱାର୍ଡ ଖୋଲା ଯାଇଛି। କେନ୍ଦ୍ରରେ ଗୋଟିଏ ବେଡ୍‌ର ବ୍ୟବସ୍ଥା କରାଯାଇଛି। ସ୍ବାସ୍ଥ୍ୟ ପରୀକ୍ଷା ବେଳେ ରୋଗର ଲକ୍ଷଣ ଜଣାପଡ଼ିଲେ, ତୁରନ୍ତ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବାର ବନ୍ଦୋବସ୍ତ ହୋଇଛି। ବୁଧବାର ପୂର୍ବାହ୍ନରେ ଜୟଦେବ ବିଧାୟକ ଅରବିନ୍ଦ ଢାଲିଙ୍କ ସମେତ ବିଡିଓ ଆଦିକନ୍ଦ ବେହେରା, ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର କରୋନା ସଚେତନତା କାର୍ଯ୍ୟ ତଦାରଖ ପାଇଁ ଆସିଥିଲେ। ଏହି ଅବସରରେ ସ୍ଥାନୀୟ ସରପଞ୍ଚ ଭାଗ୍ୟଧର ନନ୍ଦୀ, ଜିଲ୍ଲା ପରିଷଦ ସଭ୍ୟ ଅମରେନ୍ଦୁ ପ୍ରସାଦ ପଟ୍ଟନାୟକ, ବରିଷ୍ଠ ବିଜେଡି ନେତା ଅଚ୍ୟୁତାନନ୍ଦ ପାତ୍ର ଓ ରୋଗୀ କଲ୍ୟାଣ ସମିତି ସଦସ୍ୟ ଅରବିନ୍ଦ ସାହୁ ଉପସ୍ଥିତ ରହି କରୋନା ସତର୍କତା କାର୍ଯ୍ୟ ଉପରେ ଗୁରୁତ୍ବାରୋପ କରିଥିଲେ। ବାଲିଅନ୍ତା ବ୍ଲକ ସଭାକକ୍ଷରେ ଭିଡିଓ କନଫରେନ୍ସିଂ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ତହସିଲଦାର ରଶ୍ମିରେଖା ପ୍ରଧାନ ଏଥିରେ ପୌରୋହିତ୍ୟ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe