କରୋନା ଛାଟ: ଦାନାପାଣି ଛଡ଼ାଇ ନେଲା କରୋନା, ଔଷଧ କିଣିବାକୁ ସମ୍ବଳ ନାହିଁ

Advertisment
କରୋନା ଛାଟ: ଦାନାପାଣି ଛଡ଼ାଇ ନେଲା କରୋନା, ଔଷଧ କିଣିବାକୁ ସମ୍ବଳ ନାହିଁ

ଭୁବନେଶ୍ବର: ରାଜ୍ୟରେ ହୁ ହୁ ହୋଇ କରୋନା ସଂକ୍ରମଣ ବଢ଼ୁଛି। କରୋନାରେ ସମସ୍ତେ ପ୍ରଭାବିତ ହୋଇଥିା ବେଳେ ଏଥିରୁ ବାଦ୍‌ ପଡିନାହାନ୍ତି ଅଭିନୟରେ ଦର୍ଶକଙ୍କ ମନ ଜିଣୁଥିବା ଅଭିନେତା ଭିକାରି ଚରଣ ସ୍ଵାଇଁ। କରୋନା କଟକଣା ପାଇଁ ଅଭିନୟ ବନ୍ଦ ହୋଇଗଲା। କଳାକାର ଭତ୍ତା ପାଇଁ ଆବେଦନ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ମିଳିନାହିଁ। ସରକାର କିମ୍ବା ପ୍ରଯୋଜକଙ୍କ ପକ୍ଷରୁ କୌଣସି ସହାୟତା ମିଳୁନାହିଁ ବୋଲି ଦୁଃଖରେ ନିଜର ମନ କଥା କହିଛନ୍ତି ଭିକାରି।

ମଞ୍ଚେଶ୍ଵର ଚକେଇସିଆଣି ଗ୍ରାମର ଜଣାଶୁଣା ଅଭିନେତା ହେଉଛନ୍ତି ଭିକାରି। ଗ୍ରାମରେ ପରିବାର ସ୍ତ୍ରୀ ଓ ଗୋଟିଏ ପୁଅ ସହ ରୁହନ୍ତି। ସେ ଦର୍ଶକଙ୍କୁ ଅଭିନୟରେ କେତେବେଳେ ହସାଉଥିଲେ ତ କେତେବେଳେ କନ୍ଦାଉ ମଧ୍ୟ ଥିଲେ। ଅନେକ ସିରିଏଲ, ଫିଲ୍ମରେ ପାର୍ଶ୍ବ ଖଳନାୟକ ଭାବେ ନଜର ଆସୁଥିଲେ। ଦୀର୍ଘ ୩୦ ବର୍ଷ ଅଭିନୟ ଭିତରେ ସେ ୧୫୦ରୁ ଊର୍ଦ୍ଧ୍ବ ଫିଲ୍ମ, ୬୦ଟି ସିରିଏଲ, ୧୫ରୁ ଊର୍ଦ୍ଧ୍ବ ଆଲ‌୍‌ବମରେ ଅଭିନୟ କରି ଦର୍ଶକଙ୍କ ଲୋକପ୍ରିୟତା ସାଉଁଟିଛନ୍ତି। ଭିକାରି କୁହନ୍ତି, ସବୁ ଠିକ ଠାକ୍ ଚାଲିଥିବା ବେଳେ କରୋନା ପାଇଁ ଫିଲ୍ମ ବନ୍ଦ ହୋଇଗଲା। ସିରିଏଲରେ କାମ ପାଇଁ ଡାକରା ଆସିଲାନି। ଦୀର୍ଘ ଦେଢ଼ ବର୍ଷ ହେଲା ଘରେ ବସିଛି। ଦି ଓଳି ଦି ମୁଠା ଖାଇବା କଷ୍ଟକର ହୋଇପଡ଼ୁଛି। ତା’ ସହ ରୋଗ ପାଇଁ ଔଷଧ ଖାଇବାକୁ ପଡ଼ୁଛି। କରୋନା କଷ୍ଟ ଠାରୁ ଚଳିବା କଷ୍ଟ ଅଧିକ ବାଧୁଛି। ପୂର୍ବରୁ ସଞ୍ଚିତ ଅର୍ଥ ସରିଗଲାଣି। ପୁଅ ମଧ୍ୟ ଅନେକ ଫିଲ୍ମ, ସିରିଏଲରେ ପାର୍ଶ୍ବ ଖଳନାୟକ ଭାବେ ଅଭିନୟ କରୁଥିଲା। ହେଲେ ଲକ୍‌ଡାଉନ ତାଙ୍କ ରୋଜଗାର ଉପରେ ଦାଉ ସାଜିଲା। ସେ କାମ ଧନ୍ଦା ନ ପାଇ ଘରେ ରହିଛି। ଲକ୍‌ଡାଉନ କେବେ ଖୋଲିବ ଜଣା ନଥିବା ବେଳେ ଆଗକୁ ଏମିତି ହେଲେ ମରିବା ଛଡ଼ା ଉପାୟ ନାହିଁ ବୋଲି ଭିକାରି କ୍ଷୋଭର ସହ କହିଛନ୍ତି।

ଭିକାରି କୁହନ୍ତି, କରୋନା ଭଳି ମହାମାରୀ ଜୀବନରେ କେବେ ଆସିନଥିଲା। ଯେହେତୁ ଅଭିନୟ ପ୍ରତି ଆଗ୍ରହ ଓ ଦୁର୍ବଳତା ରହିଛି ତେଣୁ ଏହା ଛଡ଼ା ଅନ୍ୟ କୌଣସି ଚାକିରି କଲିନାହିଁ। ବର୍ତ୍ତମାନ କରୋନା ପାଇଁ ଚଳିବା କଷ୍ଟକର ହୋଇପଡ଼ିଛି l ମୋ ଭଳି ଅନେକ କଳାକାରଙ୍କ ଜୀବିକା ଛଡ଼ାଇ ନେଇଛି କରୋନା। ପ୍ରଭୁ ଜଗନ୍ନାଥଙ୍କ କୃପାରୁ କରୋନା ମହାମାରୀ ଦୂର ହେବା ପରେ ସବୁ କଳାକାର ଭାଇ ଭଉଣୀ ମାନଙ୍କୁ କାମ ମିଳୁ। କାମ ମିଳିଲେ କଳାକାର ବନ୍ଧୁମାନେ ସରକାରଙ୍କ ଉପରେ ଆଉ ବୋଝ ହେବେନି। ଯାହାଫଳରେ କଳାକାରମାନଙ୍କ ଜୀବନ ବଞ୍ଚିଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe