ଭୁବନେଶ୍ୱର : ସ୍କୁଲରେ କରୋନା ସନ୍ଦିଗ୍ଧଙ୍କ ସ୍ୱାବ୍‌ ସଂଗ୍ରହ

Advertisment
ଭୁବନେଶ୍ୱର : ସ୍କୁଲରେ କରୋନା ସନ୍ଦିଗ୍ଧଙ୍କ ସ୍ୱାବ୍‌ ସଂଗ୍ରହ

ଭୁବନେଶ୍ୱର : କରୋନା ଭୂତାଣୁ ଆକ୍ରାନ୍ତ ସନ୍ଦେହ ବ୍ୟକ୍ତିବିଶେଷଙ୍କ ନମୁନା ସଂଗ୍ରହ ଏଣିକି ସ୍କୁଲରେ ହେବ। ଯେଉଁମାନଙ୍କଠାରେ କରୋନା ନେଇ କୌଣସି ବି ଲକ୍ଷଣ ଦେଖାଗଲେ ସେମାନେ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ନ ଯାଇ ଚିହ୍ନଟ ହୋଇଥିବା ସ୍କୁଲରେ ପରୀକ୍ଷା କରାଇ ପାରିବେ। ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରର ୫ଟି ବିଦ୍ୟାଳୟକୁ ଚିହ୍ନଟ କରାଯାଇଛି। ଆଜିଠାରୁ ସେଠାରେ ନମୁନା ସଂଗ୍ରହ ଆରମ୍ଭ ହୋଇଥିବା ଜଣାପଡିଛି।

ସହରର ପାଞ୍ଚଟି ବିଦ୍ୟାଳୟ ଯଥା ଝାରପଡ଼ା ପ୍ରାଥମିକ ବିଦ୍ୟାଳୟ, ଚନ୍ଦ୍ରଶେଖରପୁର(ବିଡିଏ) ସରକାରୀ ହାଇସ୍କୁଲ, ସହିଦ ନଗର ସରକାରୀ ହାଇସ୍କୁଲ, ଗଣ୍ଡମୁଣ୍ଡା ୟୁଜି ହାଇସ୍କୁଲ ଓ ନୂଆପଲ୍ଲୀ ମମତାଜ ଅଲ୍ଲୀ ହାଇସ୍କୁଲରେ ଏଥିପାଇଁ ବ୍ୟବସ୍ଥା କରାଯାଇଛି। ବିଦ୍ୟାଳୟରେ ମେଡିକାଲ୍ ଟିମ୍‌ର ଚିକିତ୍ସକ ଓ କର୍ମଚାରୀ ସନ୍ଦିଗ୍ଧଙ୍କ ବ୍ୟକ୍ତିଙ୍କଠାରୁ ନମୁନା ସଂଗ୍ରହ କରୁଛନ୍ତି। ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ଓ ଅପରାହ୍‌ଣ ୩ଟାରୁ ୫ଟା ଯାଏ କରୋନା ସନ୍ଦିଗ୍ଧଙ୍କ ଠାରୁ ନମୁନା ସଂଗ୍ରହ କରାଯାଉଛି। ସବୁ ବିଦ୍ୟାଳୟରେ ଦୁଇ ଜଣ ଶିକ୍ଷକ, ସଫେଇ କର୍ମଚାରୀ, ୱାଚ୍‌ମ୍ୟାନ୍‌ ଉପସ୍ଥିତ ରହିବେ। ୧୭ ତାରିଖ ଯାଏ ମେଡିକାଲ୍ ଟିମ ଏହି ବିଦ୍ୟାଳୟରେ ନମୁନା ସଂଗ୍ରହ କରି‌ବେ। ବିଦ୍ୟାଳୟରେ ନିୟୋଜିତ ଥିବା ଶିକ୍ଷକ ଓ କର୍ମଚାରୀଙ୍କ ଯାତାୟାତରେ ଯେଭଳି କିଛି ଅସୁବିଧା ନହୁଏ ସେନେଇ ସଂପୃକ୍ତ ଅଞ୍ଚଳର ପୁଲିସକୁ ଅବଗତ କରିବାକୁ ଜନସ୍ୱାସ୍ଥ୍ୟ ନିର୍ଦେଶକ ଗତକାଲି ଖୋର୍ଦ୍ଧା ଜିଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖି ଜଣାଇଥିଲେ। ପ୍ରଥମ ଦିନରେ କିଛି ସନ୍ଧିଗ୍ଧ ବ୍ୟକ୍ତିବିଶେଷ ସ୍ବେଚ୍ଛାକୃତ ଭାବେ ସ୍ୱାବ ନମୁନା ପରୀକ୍ଷା ପାଇଁ ଆଗକୁ ଆସିଥିବା ଦେଖିବାକୁ ମିଳିଛି। ଏନେଇ ଜିଲା ଶିକ୍ଷା ଅଧିକାରୀ ବନ୍ଦନା ମହାପାତ୍ର କହିଛନ୍ତି ଯେ ବିଦ୍ୟାଳୟରେ ନମୁନା ସଂଗ୍ରହ ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି। ବ୍ଲକ ଶିକ୍ଷା ଅଧିକାରୀଙ୍କୁ ମଧ୍ୟ ଏହାକୁ ତଦାରଖ କରିବାକୁ କୁହାଯାଇଛି। ସରକାରଙ୍କ ନିର୍ଦେଶ ମୁତାବକ ସମସ୍ତ ବ୍ୟବସ୍ଥା ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe