କରୋନା ଆକ୍ରାନ୍ତଙ୍କ ପସନ୍ଦ ସମ୍‌, କିମ୍‌ସ, ଆଇସିୟୁରେ ୬ଶଯ୍ୟା ଖାଲି

ଘରୋଇ କୋଭିଡ୍‌ ହସ୍ପିଟାଲ୍‌କୁ ଦିଆଯାଇଛି ୩୪୪ କୋଟି

Sambad English

ଭୁବନେଶ୍ୱର : ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ କୋଭିଡ୍‌ ହସ୍ପିଟାଲରେ ପ୍ରାୟ ସମୟରେ ଶଯ୍ୟା ମିଳୁନି। ଏପରିକି ଆଇସିୟୁ ବେଡ୍ ମଧ୍ୟ ମିଳୁନି। ରାଜଧାନୀରେ ଏବେ ୫ଟି କୋଭିଡ୍‌ ହସ୍ପିଟାଲ କାମ କରୁଥି‌ଲେ ହେଁ ସବୁଠୁ ପସନ୍ଦର ହସ୍ପିଟାଲ ପାଲଟିଛି ସମ୍‌ କୋଭିଡ୍‌ ହସ୍ପିଟାଲ ଓ କିମ୍‌ସ କୋଭିଡ୍‌ ହସ୍ପିଟାଲ। ଏଠାରେ ୱାର୍ଡରୁ ଆରମ୍ଭ କରି ଆଇସିୟୁ ପର୍ଯ୍ୟନ୍ତ ସବୁ ଭର୍ତ୍ତି। କୋଭିଡ୍‌ କେୟାର ସେଣ୍ଟରକୁ ଯିବାକୁ ଚାହୁଁନଥିବା ଆକ୍ରାନ୍ତମାନେ ଏବେ ଘରେ ପୃଥକବାସରେ ରହି ଚିକିତ୍ସିତ ହେବାକୁ ପସନ୍ଦ କରୁଛନ୍ତି। ତେଣୁ ଏବେ ରାଜଧାନୀର ମୋଟ୍‌ କରୋନା ଆକ୍ରାନ୍ତଙ୍କର ପ୍ରାୟ ୫୦% ଗୃହ ପୃଥକବାସରେ ଅଛନ୍ତି।

କେଉଁ ହସ୍ପିଟାଲରେ କେତେ ଶଯ୍ୟା
ହସ୍ପିଟାଲ ନାମ   ୱାର୍ଡ କ୍ଷମତା   ଚିକିତ୍ସିତ   ଆଇସିୟୁ କ୍ଷମତା   ଚିକିତ୍ସିତ
ସମ୍‌ କୋଭିଡ୍‌ ୫୩୭    ୫୩୦   ୧୨୫   ୧୨୫
କିମ୍‌ସ କୋଭିଡ୍‌ ୪୫୫  ୪୨୩    ୪୫    ୪୧
ଆଦିତ୍ୟ-ଅଶ୍ବିନୀ ୯୦     ୮୨    ୩୦    ୩୦
ନୀଳାଚଳ କୋଭିଡ୍‌ ୧୨୬   ୧୦୮   ୧୫   ୧୫
ହାଇଟେକ୍‌ କୋଭିଡ୍‌ ୧୧୦    ୫୫   ୨୮   ୨୬
ହାଇଟେକ୍‌ ସିସିସି ୫୦୦   ୧୯୯    ୦    ୦
ଡୁମଡୁମା ସିସିସି   ୬୦   ୧୫    ୦   ୦
ପଟିଆ ଡିସିଏଚ୍‌ସି ୬୦    ୩୦   ୦  ୦
ଜାମୁଝରି ସିସିସି ୪୮୦   ୩୨୭   ୦   ୦
ଜଟଣୀ ସିସିସି ୩୦୦   ୧୦୦   ୦   ୦

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe