କରୋନା ଭୂତାଣୁ: ସଂକ୍ରମଣ ଓ ସତର୍କତା

Advertisment

ସଂକ୍ରମଣରୁ ବର୍ତିବା ଲାଗି କ’ଣ କରିବେ

ସଂକ୍ରମଣରୁ ବର୍ତିବା ଲାଗି କ’ଣ କରିବେ

କରୋନାଭାଇରସ୍‌ ସଂକ୍ରମଣ: ଚୀନ୍‌ରେ ୧୭୦ ମୃତ; ୭୭୦୦ରୁ ଊର୍ଦ୍ଧ୍ୱ ସଂକ୍ରମିତ

Image Source: Hindustan Times

ଭୁବନେଶ୍ବର: ଚୀନ୍‌ର ଓହାନ୍‌ରୁ ପ୍ରଥମେ ଚିହ୍ନଟ ହୋଇଥିଲା କରୋନା ଭୂତାଣୁ। ଏହାକୁ ନେଇ ଏବେ ବିଶ୍ବବ୍ୟାପୀ ଚର୍ଚା। ଚୀନ୍‌ରେ ଦିନକୁ ଦିନ ଏହି ଭୂତାଣୁଜନିତ ମୃତ୍ୟୁ ଓ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟୁଛି। ଏହାଦ୍ବାରା ବିଶ୍ବସ୍ତରରେ ଚିନ୍ତା ବଢ଼ିବାରେ ଲାଗିଛି। ବିଶ୍ବସ୍ତରରେ କରୋନା ଭୂତାଣୁର କ’ଣ ପ୍ରଭାବ ରହିବ ତାହା କହିବା ମୁସ୍କିଲ୍। ଆଗାମୀ ଦିନରେ ଅଧିକରୁ ଅଧିକ ବ୍ୟକ୍ତି କରୋନା ଭୂତାଣୁରେ ସଂକ୍ରମିତ ହେବେ ବୋଲି ଆଶଙ୍କା କରାଯାଉଛି। ସାର୍ସ ଓ ଏମ୍‌ଇଆରଏସ୍‌ ଭୂତାଣୁ ଭଳି କରୋନା ଭୂତାଣୁ ବୋଲି ବିଶେଷଜ୍ଞମାନେ କହୁଛନ୍ତି। ଏହି ଭୂତାଣୁ ସଂପର୍କରେ ଏ ପର୍ଯ୍ୟନ୍ତ ବହୁତ କମ୍ ଜଣାଅଛି। ଚୀନ୍‌ର ଏକ ଜୀବନ୍ତ ପଶୁ ବଜାରରୁ ଏହା ବ୍ୟାପିଥିବା କୁହାଯାଉଛି। ସେଠାରେ କାମ କରୁଥିବା ଅର୍ଧାଧିକ ଲୋକ ଏଥି‌ରେ ସଂକ୍ରମିତ ହୋଇଛନ୍ତି। ତେଣୁ ପଶୁ/ପକ୍ଷୀଠାରୁ ଏହା ବ୍ୟାପିଥିବା ଅନୁମାନ କରାଯାଉଛି। ଆକ୍ରାନ୍ତଙ୍କ ମଧ୍ୟରୁ ୯୯ ପ୍ରତିଶତ ହେଉଛନ୍ତି ମଧ୍ୟ ବୟସ୍କ। ନିଃଶ୍ବାସ ପ୍ରଶ୍ବାସରେ ସମସ୍ୟା, ଜ୍ବର, କାଶ, ଛାତିପୀଡ଼ା, ମାଂସପେଶୀ ଓ ମୁଣ୍ଡ ବିନ୍ଧା ଓ ଗଳା ଖରାପ ହେବା କରୋନା ଭୂତାଣୁ ସଂକ୍ରମଣର ଲକ୍ଷଣ। ଯେଉଁ ବ୍ୟକ୍ତିଙ୍କ ଦେହରେ ପୂର୍ବରୁ କୌଣସି ରୋଗ ରହିଥାଏ, ସେମାନଙ୍କୁ କରେନାରେ ଆକ୍ରାନ୍ତ ହେବାର ଅଧିକ ଆଶଙ୍କା ଥାଏ।

ତେଣୁ କୌଣସି ବ୍ୟକ୍ତିଙ୍କ ନିକଟରେ କରୋନା ଭୂତାଣୁ ସନ୍ଦେହ ହେଲେ ତାଙ୍କୁ ଡାକ୍ତରଖାନାର ଆଇସୋଲେସନ୍‌ ୱାର୍ଡରେ ଭର୍ତି କରିବା ଜରୁରୀ। ଯେଉଁ ସ୍ବାସ୍ଥ୍ୟକର୍ମୀ ସଂକ୍ରମିତ ବ୍ୟକ୍ତିଙ୍କ ଚିକିତ୍ସା କରିବେ ସେମାନେ ବି ନିଜର ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବା ଉଚିତ୍। ଯାହାଫଳରେ ଅନ୍ୟମାନଙ୍କୁ ଏହି ରୋଗ ବ୍ୟାପିବାର ଆ‌ଶଙ୍କା ରହିବ ନାହିଁ। ପ୍ରାୟ ୯୯ପ୍ରତିଶତ କ୍ଷେତ୍ରରେ ଆଣ୍ଟିଭାଇରାଲ ଔଷଧ ସହିତ ଉପଯୁକ୍ତ ଚିକିତ୍ସା ବେଶ୍‌ ଫଳପ୍ରଦ ହୋଇଥାଏ। ତେଣୁ କରୋନା ଭୂତାଣୁକୁ ନେଇ ଭୟଭୀତ ନ ହେବା ପାଇଁ ଏଆଇପିଏଚ୍‌ ବିଶ୍ବବିଦ୍ୟାଳୟର ସଭାପତି ଡା. ପିନାକୀ ପାଣିଗ୍ରାହୀ ଓ ପ୍ରୋ-ଭିସି ଧନଦାକାନ୍ତ ମିଶ୍ର ଏକ ପ୍ରେସ୍ ବିବୃତିରେ ସୂଚନା ଦେଇଛନ୍ତି।

ସଂକ୍ରମଣରୁ ବର୍ତିବା ଲାଗି କ’ଣ କରିବେ
ଯଦି ଜଣେ ବ୍ୟକ୍ତି ଗତ ମାସକ ଭିତରେ ଚୀନ୍ କିମ୍ବା ଏହାର ନିକଟବର୍ତୀ ଦେଶଗୁଡ଼ିକୁ ଗସ୍ତ କରିଥିବେ, ତାହା ହେଲେ ନିଜେ ନିକଟସ୍ଥ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଏ ସଂପର୍କରେ ସୂଚନା ଦିଅନ୍ତୁ। ଆପଣଙ୍କ ନିକଟ ସଂପର୍କୀୟ ଯଦି ଏଭଳି ଦେଶ ଗସ୍ତ କରିଥାନ୍ତି, ତାହାହେଲେ ମଧ୍ୟ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଏ ସଂପର୍କରେ ସୂଚନା ଦେବା ପାଇଁ କୁହନ୍ତୁ। ସାବୁନରେ ବାରମ୍ବାର ହାତ ଧୁଅନ୍ତୁ। କାଶ କିମ୍ବା ଛିଙ୍କ ଆସିଲେ ନାକ ଓ ପାଟିକୁ ଘୋଡ଼ାଇ ରଖନ୍ତୁ। ଖାଲି ହାତରେ କାଶନ୍ତୁ ନାହିଁ। ସଂକ୍ରମିତ ହାତ ଦ୍ବାରା କୌଣସି ସ୍ଥାନକୁ ଛୁଇଁବା ଫଳରେ ତାହା ସଂକ୍ରମିତ ହେବା ସହିତ ରୋଗ ବ୍ୟାପିବାର ଆଶଙ୍କା ଅଧିକ ହୋଇଥାଏ। ଯଦି କୌଣସି ବ୍ୟକ୍ତିଙ୍କ ଥଣ୍ଡା କିମ୍ବା କାଶର ଲକ୍ଷଣ ରହିଛି, ସେଭଳି ଲୋକଙ୍କଠାରୁ ଦୂରେଇ ରୁହନ୍ତୁ। ଦେହରରେ ଯଦି ଜ୍ବର, କାଶ ଲାଗି ରହୁଛି କିମ୍ବା ନିଃଶ୍ବାସ ପ୍ରଶ୍ବାସରେ ସମସ୍ୟା ଦେଖା ଦେଉଛି ତେବେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରିବା ଉଚିତ। ପଶୁ ପକ୍ଷୀଙ୍କ ଠାରୁ ଏହା ଅଧିକ ସଂକ୍ରମଣର ସମ୍ଭାବନା ଥିବାରୁ ବଜାରକୁ ଗଲେ ଏଭଳି ପଶୁ ପକ୍ଷୀଙ୍କୁ ସିଧାସଳଖ ଛୁଅନ୍ତୁ ନାହିଁ। ମାଂସକୁ ଭଲଭାବେ ସିଝାଇ ଖାଇବା ଉଚିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe