ପ୍ଲାଜ୍‌ମା ଦାନ କଲେ କରୋନା ଯୋଦ୍ଧା

Advertisment

ବାଳକାଟି କୋଭିଡ୍‌ ହସ୍ପିଟାଲରେ ପୁଣି ଜଣେ ମୃତ

ବାଳକାଟି କୋଭିଡ୍‌ ହସ୍ପିଟାଲରେ ପୁଣି ଜଣେ ମୃତ

କରୋନା ଚିକିତ୍ସାରେ ପ୍ଲାଜ୍‌ମା ଥେରାପି ସଫଳ ହେଉନାହିଁ

The Conversation

ବାଲିଅନ୍ତା : ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଜଣେ ସ୍ବାସ୍ଥ୍ୟକର୍ମୀ ଆଜି କ୍ୟାପିଟାଲ୍ ହସ୍ପିଟାଲ୍‌ରେ ପ୍ଲାଜ୍‌ମା ଦାନ କରିଛନ୍ତି। ସେ ‌ହେଲେ ସତ୍ୟଭାମାପୁର ଉପ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ସ୍ବାସ୍ଥ୍ୟକର୍ମୀ ସୁବ୍ରତ ଦାଶ। ସୁବ୍ରତ ଆଜି ପୂର୍ବାହ୍ନରେ ବାଳକାଟି ଗୋ‌ଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ତନ୍ମୟ ତ୍ରିପାଠୀଙ୍କ ସହିତ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚି ପ୍ଲାଜ୍‌ମା ଦାନ କରିଥିଲେ। ଦୁଇ ମାସ ପୂର୍ବେ ସେ କରୋନା ଆକ୍ରାନ୍ତ ହୋଇଥି‌ଲେ ଓ ଆରୋଗ୍ୟ ଲାଭ କରିଥିଲେ। ସେହିଭଳି ବାଲିଅନ୍ତା ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ସହକାରୀ ଯନ୍ତ୍ରୀ ରଜନୀକାନ୍ତ ପାଣିଗ୍ରାହୀ ଓ ପମ୍ପ ଡ୍ରାଇଭର ଉଦ୍ଧବ ଚରଣ ବେହେରା ମଧ୍ୟ ପ୍ଲାଜମା ଦାନ କରିବା ପାଇଁ ସମ୍ମତି ପ୍ରକାଶ କରି ଆଜି ପ୍ରାଥମିକ ସ୍ବାସ୍ଥ୍ୟ ପରୀକ୍ଷା କରାଇଇଥିଲେ। ପମ୍ପ ଡ୍ରାଇଭର ଶ୍ରୀ ବେହେରାଙ୍କ ରକ୍ତ ପରୀକ୍ଷା କରାଯାଇଥିବା ବେଳେ ସହକାରୀ ଯନ୍ତ୍ରୀଙ୍କର ରକ୍ତ ଗ୍ରହଣରେ ସମସ୍ୟା ସୃଷ୍ଟି ହୋଇଥିଲା। ତେଣୁ ସେ କଟକ ବଡ଼ ହସ୍ପିଟାଲରେ ରକ୍ତ ପରୀକ୍ଷା କରାଇବା ପରେ ପ୍ଲାଜ୍‌ମା ଦେବା କଥା ସ୍ଥିର ହେବ ବୋଲି ଜଣାପଡ଼ିଛି।

ବାଳକାଟି କୋଭିଡ୍‌ ହସ୍ପିଟାଲରେ ପୁଣି ଜଣେ ମୃତ
ବାଲିଅନ୍ତା : ବାଳକାଟିସ୍ଥିତ କୋ‌ଭିଡ୍‌ ହସ୍ପିଟାଲ୍‌ରେ ଆଜି ପୁଣି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ୩୭ ବର୍ଷୀୟ ଉକ୍ତ ଯୁବକଙ୍କ ଘର ଖୋର୍ଦ୍ଧା ବାଘମାରୀ ଅଞ୍ଚଳରେ ବୋଲି ସୂଚନା ମିଳିଛି। ଗତକାଲି ଅପରାହ୍ନରେ ସେ ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତି ହୋଇଥିଲେ। ଆଜି ସକାଳେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ବିଏମ୍‌ସି ସ୍ବର୍ଗରଥରେ ତାଙ୍କ ମୃତଦେହକୁ ନେଇ ସତ୍ୟନଗର ଶ୍ମଶାନରେ ସତ୍କାର କରାଯାଇଥିଲା। ଆଜି ଏହି ଯୁବକଙ୍କ ମୃତ୍ୟୁକୁ ମିଶାଇ ଏଠାରେ ମୋଟ ୫୩ ଜଣଙ୍କର ମୃତ୍ୟୁ ଘଟି ସାରିଲାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe