ରାଜଧାନୀରେ ରେକର୍ଡ : ଦିନକରେ ୫୦୫ ପଜିଟିଭ୍

Advertisment

ଗାଡ଼କଣ ଓ ନହରକଣ୍ଟାରୁ ସର୍ବାଧିକ ଆକ୍ରାନ୍ତ, ୨୭ନଂ ୱାର୍ଡରେ ସର୍ବାଧିକ ସକ୍ରିୟ ରୋଗୀ

ଗାଡ଼କଣ ଓ ନହରକଣ୍ଟାରୁ ସର୍ବାଧିକ ଆକ୍ରାନ୍ତ, ୨୭ନଂ ୱାର୍ଡରେ ସର୍ବାଧିକ ସକ୍ରିୟ ରୋଗୀ

ରାଜଧାନୀରେ କରୋନା ସଂକ୍ରମଣ ୩୦ ହଜାରମୁହାଁ

Telangana Today

ଭୁବନେଶ୍ୱର : ରାଜଧାନୀରେ ଆଜି କରୋନାରେ ରେକର୍ଡ ସଂଖ୍ୟକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଦିନକରେ ୫୦୫ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଲଗାତାର କିଛିଦିନ ହେବ ୩ଶହରୁ ଅଧିକ ସଂକ୍ରମିତ ହେଉଥିବା ବେଳେ ଏସବୁ ସଂଖ୍ୟା ଏବେ ପଛରେ ରହି ଯାଇଛି। ୫୦୫ ସଂକ୍ରମିତଙ୍କ ମଧ୍ୟରୁ ଗାଡ଼କଣ ଓ ନହରକଣ୍ଟା ଅଞ୍ଚଳରୁ ସର୍ବାଧିକ ସଂକ୍ରମିତ ରହିଥିବା ସୂଚନା ମିଳିଛି। ତେବେ ରାଜଧାନୀର ୨୭ନଂ ୱାର୍ଡରେ ସର୍ବାଧିକ ସକ୍ରିୟ ରୋଗୀ ରହିଥିବା ବିଏମ୍‌ସି ରିପୋର୍ଟରୁ ଜଣାପଡ଼ିଛି।

ରାଜଧାନୀରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୯୫୦୬ରେ ପହଞ୍ଚିଛି। ଏଥିରୁ ୨୭୬ ସଙ୍ଗରୋଧରୁ ଓ ୨୨୯ଜଣ ସ୍ଥାନୀୟ ଆକ୍ରାନ୍ତ ରହିଥିବା ସୂଚନା ମିଳିଛି। ସଙ୍ଗରୋଧରୁ ଚିହ୍ନଟ ୩ଜଣଙ୍କ ଅନ୍ୟ ରାଜ୍ୟକୁ ଗସ୍ତ କରିଥିବା ଜଣାପଡ଼ିଛି। ସଙ୍ଗରୋଧରୁ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଗାଡ଼କଣ ଓ ନହରକଣ୍ଟା ଅଞ୍ଚଳରୁ ସର୍ବାଧିକ ବ୍ୟକ୍ତି ରହିଛନ୍ତି। ଗାଡ଼କଣ ଅଞ୍ଚଳର ଜଣେ ପୁରୁଷଙ୍କ ସଂସ୍ପର୍ଶ‌‌ରେ ଆସି ଅନ୍ୟମାନେ ଆକ୍ରାନ୍ତ ହୋଇଥିବା ବେଳେ ନହରକଣ୍ଟାରେ ଏକାଧିକ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ଅନ୍ୟମାନେ ପଜିଟିଭ୍ ହୋଇଛନ୍ତି। ଏହାବାଦ୍ ରାଜଧାନୀର ଏକ ବ୍ୟାଙ୍କ ଶାଖାରୁ ମଧ୍ୟ ଏକାଧିକ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ଆଦିବାସୀ ପଡ଼ିଆ, ସାଲିଆସାହି, ଧୀରିକୁଟି, ମହାବୀର ବସ୍ତି ଅଞ୍ଚଳରୁ ଆକ୍ରାନ୍ତ ରହିଛନ୍ତି। ଏହାବାଦ୍ ୭ମ ବାଟାଲିଅନ୍‌ରୁ ପୁଣି ଆକ୍ରାନ୍ତ ବାହାରିଛନ୍ତି। ରାଜଧାନୀରେ ଏ ପର୍ଯ୍ୟନ୍ତ ୫୭୬୪ ରୋଗୀ ସୁସ୍ଥ ହୋଇ ସାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe