ନିଦ ହଜାଇବ ସେପ୍ଟେମ୍ବର : ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ବଢ଼ିବ

Advertisment

୪ଦିନରେ ବାହାରିଲେଣି ୧୯୭୮ ଆକ୍ରାନ୍ତ, ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା କମିଲେ କରୋନା ନିୟନ୍ତ୍ରଣକୁ ଆସିବ

୪ଦିନରେ ବାହାରିଲେଣି ୧୯୭୮ ଆକ୍ରାନ୍ତ, ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା କମିଲେ କରୋନା ନିୟନ୍ତ୍ରଣକୁ ଆସିବ

କରୋନା ପାଇଁ ରାଜସ୍ବ ପର୍ଷଦ ୭୨ଘଣ୍ଟା ବନ୍ଦ

Anadolu Agency

ଭୁବନେଶ୍ୱର : ରାଜଧାନୀରେ କରୋନା ଏବେ କମିବାର ନାହିଁ। ସେପ୍ଟେମ୍ବର ୧୫ ପରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବା ନେଇ ବିଏମ୍‌ସି ଯେଉଁ ଆକଳନ କରୁଥିଲା, ତାହାକୁ ଏବେ ପରୋକ୍ଷ ଭାବେ ଟାଳି ଦେଇଛି। ଏବେ ଆକ୍ରାନ୍ତଙ୍କ ସଂଖ୍ୟା‌ ଆହୁରି ବଢ଼ିବ ବୋଲି ବିଏମ୍‌ସି କମିସନର କହିବା ପରେ ରାଜଧାନୀ‌େର ଆଗକୁ ସ୍ଥିତି ସାଂଘାତିକ ହେବାର ଆଭାସ ମିଳି ଗଲାଣି।

ଆଜି ଦ୍ବିତୀୟ ପର୍ଯ୍ୟାୟ ସେ‌େ‌ରା ସର୍ଭେର ପ୍ରଥମ ପର୍ଯ୍ୟାୟ ରିପୋର୍ଟ ପ୍ରକାଶ କରିବା ଅବସରରେ କମିସନର୍‌ କହିଛନ୍ତି ଯେ ଭୁବନେଶ୍ବରରେ ଏବେ ବହୁ କମ୍‌ ଲୋକଙ୍କ (୫.୧୫%) ଦେହରେ ଆଣ୍ଟିବଡି ବିକଶିତ ହୋଇଛି। ତେଣୁ ଆଗକୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବ। ଏହାକୁ ନଜର‌େର ରଖି ଅଧିକ ସଚେତନ ହେବାକୁ ପଡ଼ିବ। ଏମିତି‌େର ସେପ୍ଟେମ୍ବରର ପ୍ରଥମ ୪ ଦିନରେ ରାଜଧାନୀରେ ୧୯୭୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। ତେଣୁ ସେପ୍ଟେମ୍ବର ଯେ ରାଜଧାନୀବାସୀଙ୍କ ନିଦ ହଜାଇବ, ସେ ଆଶଙ୍କାକୁ ଏଡ଼ାଇ ହେବନି।

ଗଞ୍ଜାମରେ ଯେଉଁ ହାରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ପରେ କମିଲା, ଭୁବନେଶ୍ବରରେ ଏବେ ସେହି ହାରରେ ବଢ଼ିନି। ଯଦିଓ ଏବେ କିଛି ଦିନ ହେଲା ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ସାରା ରାଜ୍ୟରେ ସର୍ବାଧିକ ରହୁଛି, ଆଗକୁ ଏହା ସାଂଘାତିକ ରୂପ ନେଇପାରେ। ବିଶେଷକରି ଭୁବନେଶ୍ବର‌େର।

ଅନଲକ୍‌-୪ ପରେ ସବୁ ଖୋଲି ଯାଇଥିବାରୁ, କେବଳ ଧର୍ମାନୁଷ୍ଠାନ, ସିନେମା ହଲ୍‌, ପ୍ରେକ୍ଷାଳୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ରୋକ୍‌କୁ ଛାଡ଼ି ସବୁ ଏବେ କଟକଣାମୁକ୍ତ ହୋଇଯାଇଥିବାରୁ ବହୁ ଲୋକ ପରସ୍ପର ସଂପର୍କରେ ଆସୁଛନ୍ତି। ରାଜଧାନୀକୁ ପ୍ରତିଦିନ ହଜାର ହଜାର ଲୋକ ଆସୁଥିବାରୁ, ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଖୋଲି ଯାଇଥିବାରୁ, ହାଟ, ବଜାର, ମଲ୍‌ରେ କୌଣସି କଟକଣା ନଥିବାରୁ ସ୍ଥାନୀୟ ସଂକ୍ରମଣ ସଂଖ୍ୟା ବଢ଼ିବାର ଆଶଙ୍କା ବଢ଼ିଛି। ଏ‌ପଟେ ଏବେ ସଙ୍ଗରୋଧ ଆକ୍ରାନ୍ତଙ୍କ ତୁଳନାରେ ସ୍ଥାନୀୟ ସଂକ୍ରମିତଙ୍କ ହାର ବଢ଼ି ଚାଲିଛି। ସେପ୍ଟେମ୍ବରରେ ଏହି ସଂଖ୍ୟା ଯେ ଆହୁରି ବଢ଼ିବ, ତାହା ଗତ କିଛି ଦିନର ବିଏମ୍‌ସି ରିପୋର୍ଟରୁ ଜଣା ପଡ଼ି ଗଲାଣି।

ସେପ୍ଟେମ୍ବର ୧ରେ ୩୦୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୧୩୫ଜଣ ସଙ୍ଗରୋଧରେ ଓ ୧୭୨ଜଣ ସ୍ଥାନୀୟ ସଂକ୍ରମିତ ଥିଲେ। ସେପ୍ଟେମ୍ବର ୨ରେ ୫୪୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୨୨୦ ଜଣ ସଙ୍ଗରୋଧରୁ ଏବଂ ୩୨୧ଜଣ ସ୍ଥାନୀୟ ସଂକ୍ରମିତ, ସେପ୍ଟେମ୍ବର ୩ରେ ୫୮୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୨୧ଜଣ ସଙ୍ଗରୋଧରୁ, ୩୫୯ଜଣ ସ୍ଥାନୀୟ ସଂକ୍ରମିତ ଥିଲେ। ସେପ୍ଟମ୍ବର ୪ରେ ୫୫୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୪୩ଜଣ ସଙ୍ଗରୋଧରୁ ଏବଂ ୩୦୭ଜଣ ସ୍ଥାନୀୟ ସଂକ୍ରମିତ ଥିଲେ। ଏହିପରି ମୋଟ୍‌ ୧୯୭୮ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୮୧୯ଜଣ ସଙ୍ଗରୋଧରେ ଥିବା ବେଳେ କରୋନା ଆକ୍ରାନ୍ତ ହୋଇଛନ୍ତି। ୧୧୫୯ଜଣ ସ୍ଥାନୀୟ ସଂକ୍ରମିତ। ଅଗଷ୍ଟ ଶେଷ ସପ୍ତାହରୁ ସଙ୍ଗରୋଧରୁ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ତୁଳନାରେ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି। ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଏହି ଧାରା ଜାରି ରହିବ ବୋଲି ଆଭାସ ମିଳିଗଲାଣି।

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ, ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ସୂଚାଉଛି ଯେ ରାଜଧାନୀରେ ସଂକ୍ରମଣ ହାର ଦ୍ରୁତ ଗତିରେ ବଢ଼ୁଛି। କରୋନା ଆକ୍ରାନ୍ତ ଚିହ୍ନଟ ହେବା ପୂର୍ବରୁ ବିଭିନ୍ନ ସ୍ଥାନରେ ବୁଲାବୁଲି କରୁଥିବାରୁ ସେମାନଙ୍କ ସଂସ୍ପର୍ଶରେ ଆସି ବହୁ ଲୋକ ଆକ୍ରାନ୍ତ ହେଉଛନ୍ତି। ଆକ୍ରାନ୍ତଙ୍କୁ ତୁରନ୍ତ ଚିହ୍ନଟ କରାଗଲେ ହିଁ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା କମିବ। ଏହାପରେ ଆକ୍ରାନ୍ତଙ୍କ ସଂଖ୍ୟା ନିୟନ୍ତ୍ରଣକୁ ଆସିପାରିବ। ଏଥିପାଇଁ ବିଏମ୍‌ସିକୁ ଆଣ୍ଟିଜେନ୍‌ ଟେଷ୍ଟ ସଂଖ୍ୟା ବଢ଼ାଇ ତୁରନ୍ତ ରିପୋର୍ଟ ଦେବାକୁ ହେବ। ଏହାସହ ଯେଉଁ ଲୋକମାନେ କରୋନା ପରୀକ୍ଷା କରିବେ, ସେମାନେ ରିପୋର୍ଟ ନଆସିବା ପର୍ଯ୍ୟନ୍ତ ଯେପରି ଲୋକଙ୍କ ସଂସ୍ପର୍ଶରେ ନ ଆସି‌ବେ, ତାହା ଉପରେ ଧ୍ୟାନ ଦେବାକୁ ହେବ। ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି, ଯାହାର ଲକ୍ଷଣ ଦେଖାଯାଉଛି ବା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି ବୋଲି ଲୋକ ଭାବୁଛନ୍ତି ସେମାନେ ତୁରନ୍ତ କରୋନା ପରୀକ୍ଷା କରାଇ ନେବା ଦରକାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe