ଅସ୍ଥାୟୀ କେନ୍ଦ୍ରରୁ ନମୁନା ସଂଗ୍ରହ : ଦୁଇଦିନରେ ୧୦ ସନ୍ଦିଗ୍ଧଙ୍କ ସ୍ବାବ୍‌ ସଂଗ୍ରହ, ପରୀକ୍ଷା ପାଇଁ ଏମ୍‌ସ୍‌ ଗଲା

Advertisment

୧୭୨ଜଣ ସନ୍ଦିଗ୍ଧଙ୍କ ଭିତରୁ ୫୨ରୋଗମୁକ୍ତ, କାର୍ଯ୍ୟରତ ୬୪୦୦ ପୁଲିସ କର୍ମଚାରୀଙ୍କୁ ମିଳିଲା ଛତା

୧୭୨ଜଣ ସନ୍ଦିଗ୍ଧଙ୍କ ଭିତରୁ ୫୨ରୋଗମୁକ୍ତ, କାର୍ଯ୍ୟରତ ୬୪୦୦ ପୁଲିସ କର୍ମଚାରୀଙ୍କୁ ମିଳିଲା ଛତା

ମନର ଦୀପ ଜଳାଇବା

The New Dawn Liberia

ବାଲିଅନ୍ତା : ବାଲିଅନ୍ତା ବ୍ଲକ ଅଞ୍ଚଳରେ କରୋନା ସନ୍ଦିଗ୍ଧଙ୍କ ସଂଖ୍ୟା ବଢ଼ି ୧୭୨ ଛୁଇଁଥିଲା। ସେମାନଙ୍କ ମଧ୍ୟରୁ ଅଧିକାଂଶ ବାହାର ରାଜ୍ୟ ଓ ବିଦେଶରୁ ଆସିଥିବା ବେଳେ ଆଉ କେତେଜଣ ସେମାନଙ୍କ ସଂପର୍କରେ ଆସିଥାଇପାରନ୍ତି ବୋଲି ସନ୍ଦେହ କରାଯାଇଥିଲା। ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ର କର୍ତ୍ତୃପକ୍ଷ ଓ ବ୍ଲକ୍‌ ପ୍ରଶାସନ ସମେତ ପୁଲିସ ସନ୍ଦିଗ୍ଧଙ୍କୁ ସଚେତନ କରିବା ସହ ସେମାନଙ୍କୁ ଗୃହ ସଙ୍ଗରୋଧରେ ରହିବା ପାଇଁ କହିଥିଲା। ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଓ ଆଶାକର୍ମୀ ଘରେ ପହଞ୍ଚି ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ୧୪ଦିନ ଅଲଗା ରହିବା ପରେ ସେମାନଙ୍କ ମଧ୍ୟରୁ ୫୨ଜଣଙ୍କ ଦେହରେ କରୋନାର କୌଣସି ଲକ୍ଷଣ ଦେଖାଯାଇନାହିଁ। ତେଣୁ ସେମାନଙ୍କ ଦେହରେ ଭୂତାଣୁ ନ ଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି। ଅପରପକ୍ଷେ ସନ୍ଦିଗ୍ଧଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ସ୍ବାବ୍‌ ସଂଗ୍ରହ କରିବା ନେଇ ସରଦେଇପୁରସ୍ଥିତ ଡାକବଙ୍ଗଳା ପରିସରରେ ଅସ୍ଥାୟୀ କେନ୍ଦ୍ର ଖୋଲିଛି। ଗତକାଲି ୫ଜଣଙ୍କ ସ୍ବାବ୍‌ ସଂଗ୍ରହ ହୋଇଥିବା ବେଳେ ଆଜି ଆଉ ୫ଜଣଙ୍କ ସ୍ବାବ୍‌ ସଂଗ୍ରହ କରାଯାଇ ଏମ୍‌ସ୍‌ ହସ୍ପିଟାଲ ପଠାଯାଇଥିବା ପିଏଚ୍‌ଇଓ ସନ୍ତୋଷ ସେଠୀ ଜଣାଇଛନ୍ତି।

କାର୍ଯ୍ୟରତ ୬୪୦୦ ପୁଲିସ କର୍ମଚାରୀଙ୍କୁ ମିଳିଲା ଛତା
ଭୁବନେଶ୍ବର : କରୋନା ମୁକାବିଲା ଲାଗି କଟକ-ଭୁବନେଶ୍ବର ଦ୍ବୈତନଗରୀ ରାଜରାସ୍ତାରେ କାର୍ଯ୍ୟରତ ସମସ୍ତ ୬୪୦୦ପୁଲିସ କର୍ମଚାରୀଙ୍କୁ ଛତା ମିଳିଛି। ଏହାସହ ଖାଦ୍ୟ, ପାଣି ଯୋଗାଇ ଦିଆଯାଉଛି। କରୋନା ମୁକାବିଲା ଲାଗି ରାସ୍ତାରେ ନିୟୋଜିତ ପୁଲିସ କର୍ମଚାରୀ କେମିତି ଖରାରେ ଡ୍ୟୁଟି କରୁଛନ୍ତି, ସେମାନଙ୍କୁ ଆମେ ପାଣି ଓ ଓଆରଏସ୍ ଯୋଗାଇ ଦେବୁ କି ବୋଲି ଜଣେ ବ୍ୟକ୍ତି ଟ୍ବିଟ୍ ଜରିଆରେ ପଚାରିଥିବା ପ୍ରଶ୍ନର ଉତ୍ତର ଦେଇଛନ୍ତି ପୁଲିସ କମିସନର୍‌ ସୁଧାଂଶୁ ଷଡ଼ଙ୍ଗୀ। ଶ୍ରୀ ଷଡ଼ଙ୍ଗୀ ରିଟ୍ବିଟ୍ କରି ଉତ୍ତର ରଖିଛନ୍ତି, କାର୍ଯ୍ୟରତ ପୁଲିସ କର୍ମଚାରୀଙ୍କୁ ଛତା ଯୋଗାଇ ଦିଆଯାଇଛି। କାର୍ଯ୍ୟସ୍ଥଳରେ ଖାଦ୍ୟ, ପାଣି ଯୋଗାଇ ଦିଆଯାଉଛି। ଯଦି ଆପଣ ପ୍ରକୃତରେ ସାହାଯ୍ୟ କରିବାକୁ ଚାହୁଛନ୍ତି, ତା’ହେଲେ ବାହାରକୁ ନ ଆସି ଘରେ ରହିଲେ ଭଲ ହେବ। କେବଳ ଜରୁରୀ ସାମଗ୍ରୀ ପାଇଁ ଆପଣ ବାହାରକୁ ଆସିପାରିବେ ବୋଲି ପୁଲିସ କମିସନର୍‌ ଟ୍ବିଟ୍‌‌ରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe