କର୍ପୋରେଟ୍ ବ୍ୟାଡମିଣ୍ଟନ୍ ଚମ୍ପିୟନ୍‌ସିପ୍ ‘ଲେଟସ୍ ସଟ୍ଟଲ୍’ ଉଦ୍‌ଘାଟିତ

Advertisment
କର୍ପୋରେଟ୍ ବ୍ୟାଡମିଣ୍ଟନ୍ ଚମ୍ପିୟନ୍‌ସିପ୍ ‘ଲେଟସ୍ ସଟ୍ଟଲ୍’ ଉଦ୍‌ଘାଟିତ

ଭୁବନେଶ୍ୱର : ‘ରେଡ଼ିଓ ଚକୋଲେଟ୍’ ଓ ‘ସମ୍ବାଦ ଡ଼ିଜିଟାଲ୍’ ତରଫରୁ ଆୟୋଜିତ ସର୍ବବୃହତ୍ କର୍ପୋରେଟ୍ ବ୍ୟାଡ଼୍‌ମିଣ୍ଟନ୍ ଚମ୍ପିୟନ୍‌ସିପ୍ ‘ଲେଟସ୍ ସଟ୍ଟଲ୍‌’ ଉଦ୍‌ଘାଟିତ ହୋଇଯାଇଛି । ଭୁବନେଶ୍ୱରସ୍ଥିତ ରେଲୱେ ଇଣ୍ଡୋର୍ ଷ୍ଟାଡ଼ିୟମ୍‌ଠାରେ ଏହି ଟୁର୍ଣ୍ଣାମେଣ୍ଟ ୧୦ ଫେବୃଆରୀରୁ ୧୨ ଫେବୃଆରୀ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ରାଜ୍ୟର ବିଭିନ୍ନ କର୍ପୋରେଟ୍ ହାଉସ୍‌ର ୧୭୮ ଟି ଟିମ୍ ଏଥିରେ ଖେଳିବା ପାଇଁ ପଞ୍ଜୀକରଣ କରିଛନ୍ତି । ‘ସମ୍ବାଦ ଗ୍ରୁପ୍’ ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ଏହି ଟୁର୍ଣ୍ଣାମେଣ୍ଟକୁ ଉଦ୍‌ଘାଟନ କରିଥିବାବେଳେ ‘ସମ୍ବାଦ ଗ୍ରୁପ୍’ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ, ବିଶିଷ୍ଟ ବ୍ୟାଡ଼୍‌ମିଣ୍ଟନ ତାରକା ଅଲମ୍ପିଆନ୍ ପ୍ରମୋଦ ଭଗତ୍ ଏବଂ ଇଭୋସ୍ ବିଲ୍ଡକନ୍‌ର ପରିଚାଳନା ନିର୍ଦ୍ଦେଶକ କଳିଙ୍ଗ କେଶରୀ ରଥ, ସାପ୍ ରିଅଲ୍ ଇଷ୍ଟେଟର ନିର୍ଦ୍ଦେଶକ ସେକ୍ ଆୟୁବ୍ ଓ ସ୍ନେହଲତା ଏବଂ ୱଣ୍ଡର ଓାଲ୍ଡର ଅଧ୍ୟକ୍ଷ ଉପସ୍ଥିତ ଥିଲେ ।

publive-image

ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ୍  ଓଡ଼ିଶା ଷ୍ଟେଟ୍ ବ୍ୟାଡ଼୍‌ମିଣ୍ଟନ୍ ଆସୋସିଏସନ୍ ପରିଚାଳନା କରୁଥିବା ବେଳେ ଆସ୍ଥା ସ୍କୁଲ୍ ଅଫ୍ ମ୍ୟାନେଜ୍‌ମେଣ୍ଟ୍‌ର ଭଲ୍ୟୁଣ୍ଟର୍‌ମାନେ ସହଯୋଗ କରୁଛନ୍ତି । ଉଦ୍‌ଘାଟନ ଉତ୍ସବକୁ ସଂଯୋଜନା କରିଥିଲେ ଆର୍‌.ଜେ ସୋନାଲି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe