ଭୁବନେଶ୍ୱର : ‘ଉଇ ଫର ୟୁ’ ତରଫରୁ ଓଡ଼ିଶାରେ ପ୍ରଥମ ଥର ପାଇଁ ଆରମ୍ଭ ହେବାକୁ ଯାଉଛି ‘ଚାରିଟେବଲ୍ କର୍ପୋରେଟ ସ୍ପୋର୍ଟସ୍ କାର୍ନିଭାଲ ୨୦୧୮’। କର୍ପୋରେଟ୍ ସଂସ୍ଥା ଓ ସାଧାରଣ ଲୋକଙ୍କୁ ଏକତ୍ର କରି ଏହି ପ୍ରତିଯୋଗିତା ଆୟୋଜନ ହେବ। ୧୦୦ରୁ ଊର୍ଧ୍ୱ ସଂସ୍ଥାର ୩୦୦ରୁ ଅଧିକ କର୍ମଚାରୀ ଏଥିରେ ଭାଗ ନେବ। ଆଜି ବୁଦ୍ଧ ମନ୍ଦିର ପରିସରରେ ‘ଉଇ ଫର ୟୁ’ ପକ୍ଷରୁ ଆୟୋଜିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ପ୍ରତିଷ୍ଠାତା ଅଭୟ ମହାନ୍ତି ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଏଥିରେ ଭାଗ ନେବା ପାଇଁ କର୍ପୋରେଟ୍ ଦେୟ ୨୫୦୦ ଓ ସାଧାରଣ ଲୋକଙ୍କ ପାଇଁ ୧୦୦୦ ଟଙ୍କା ପ୍ରବେଶ ଦେୟ ରହିଛି। ଏହା ଅଗଷ୍ଟ ୨୪ରୁ ଆରମ୍ଭ ହୋଇ ୨୬ ତାରିଖରେ ଶେଷ ହେବ। ସକାଳ ୯ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ। ସକାଳୁ ୟୁନିଟ-୧ ଇନ୍ଡୋର ଷ୍ଟାଡିୟମ୍ ଏବଂ ରାତିରେ ୟୁନିଟ୍-୧ ସ୍କୁଲ ପ୍ଲେ-ଗ୍ରାଉଣ୍ଡଠାରେ ସ୍ପୋର୍ଟସ୍ କାର୍ନିଭାଲ ଅନୁଷ୍ଠିତ ହେବ। ଏହି ଉତ୍ସବରୁ ଯେଉଁ ଲାଭ ମିଳିବ, ତାହାକୁ ଦୃଷ୍ଟିହୀନ ପିଲାଙ୍କ ଉଚ୍ଚଶିକ୍ଷା ନିମନ୍ତେ ଅଡିଓ ବୁକ୍ ପ୍ରସ୍ତୁତ କରିବାରେ ଖର୍ଚ କରାଯିବ। ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ସହ ପ୍ରତିଷ୍ଠାତା ନିହାର ରଞ୍ଜନ ଦାସ ଓ ଅରୂପ ପାତ୍ର ଉପସ୍ଥିତ ଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us