କରୋନା ସନ୍ଦେହରେ ୧୨ଘଣ୍ଟା ପଡ଼ି ରହିଲା ବୃଦ୍ଧାଙ୍କ ଶବ

ଆତ୍ମୀୟସ୍ବଜନ, ଜ୍ଞାତିକୁଟୁମ୍ବ ପାଖ ମାଡ଼ିଲେନି, ସରପ‌ଞ୍ଚ କରାଇଲେ ସତ୍କାର

କରୋନା ସନ୍ଦେହରେ ୧୨ଘଣ୍ଟା ପଡ଼ି ରହିଲା ବୃଦ୍ଧାଙ୍କ ଶବ

ବାରଙ୍ଗ/ତ୍ରିଶୁଳିଆ : ଝିଅ ଆରପାରିକୁ ଚାଲି ଯାଇଥିଲା। ସାହା ବୋଲି ପାଖରେ କେହି ନଥିଲେ। ତେଣୁ ଦୀର୍ଘ ଦିନ ଧରି ଥଣ୍ଡା, ଜ୍ବର, କାଶରେ ପୀଡ଼ିତ ହେଲେ ବି କେହି ତାଙ୍କ କଥା ବୁଝିଲେନି। ଶେଷକୁ ଗତ ରାତି ୮ଟାରେ ତାଙ୍କ ପ୍ରାଣବାୟୁ ଉଡ଼ିଗଲା। ଝିଅ ଭଳି ମା’ର ବି କରୋନାରେ ମୃତ୍ୟୁ ହୋଇଥିବ ଭାବି ଜ୍ଞାତିକୁଟୁମ୍ବ, ଆତ୍ମୀୟସ୍ବଜନ କି ସାହିଲୋକ କେହି ଶବ ପାଖ ମାଡ଼ିଲେ ନାହିଁ। ଦୀର୍ଘ ୧୨ଘଣ୍ଟା ଧରି ସେମିତି ଘରେ ଶବ ପଡ଼ି ରହିଲା। ଶେଷକୁ ଖବର ପାଇ ସରପଞ୍ଚ କିଛି ଯୁବକଙ୍କ ସହାୟତାରେ ପିପିଇ କିଟ୍‌ ପିନ୍ଧି ଶବକୁ ମଶାଣିରେ ସତ୍କାର କରାଇଲେ। ନନ୍ଦନକାନନ ଥାନା ଅନ୍ତର୍ଗତ ଖଇରାପଡ଼ା ଗ୍ରାମ‌ରେ ଘଟିଥିବା ଏହି ଘଟଣା ଆଜି ଅଞ୍ଚଳରେ ଚର୍ଚ୍ଚାର ମୁଖ୍ୟ ବିଷୟ ପାଲଟିଛି।

ମିଳିଥିବା ସୂଚନା ଅନୁଯାୟୀ, ଗାଁର ବୃଦ୍ଧା ତଅପୋଇ ବେହେରାଙ୍କ ଗତ ରାତି ପ୍ରାୟ ୮ଟା‌ରେ ମୃତ୍ୟୁ ଘଟିଥିଲା। କିନ୍ତୁ ଜ୍ଞାତିକୁଟୁମ୍ବ କିମ୍ବା ଆତ୍ମୀୟସ୍ବଜନ, କରୋନା ଭୟରେ କେହି ତାଙ୍କ ଶବ ସତ୍କାର କରିବା ପାଇଁ ଆସିଲେ ନାହିଁ। ଦୀର୍ଘ ୧୨ଘଣ୍ଟା ଧରି ଶବ ପଡ଼ି ରହିଥିଲା। ତେବେ ଏକଥା ବରିମୁଣ୍ଡ ସରପ‌ଞ୍ଚ ବୀରେନ୍ଦ୍ର ଜେନା ଶୁଣିବା ପରେ ପିପିଇ କିଟ୍‌ ମଗାଇ ଜନତା ଗ୍ୟାରେଜର ଡୋରା, ଲିଟୁ, ରାଜା, ଜୁଲି, ବିକୁନ ଓ ସୁଶୀଲ ଆଦି ଯୁବକଙ୍କ ସହ ସେଠାରେ ପହ‌ଞ୍ଚି ଗାଁ ମଶାଣିରେ ଶବ ସତ୍କାର କରାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe