ଲକ୍‌ଡାଉନ୍‌ରେ ଷଣ୍ଢ, କୁକୁର ଖାଇବାକୁ ୧୦ଲକ୍ଷ ୬୦ହଜାର ଖର୍ଚ୍ଚ

Advertisment
ଲକ୍‌ଡାଉନ୍‌ରେ ଷଣ୍ଢ, କୁକୁର ଖାଇବାକୁ ୧୦ଲକ୍ଷ ୬୦ହଜାର ଖର୍ଚ୍ଚ

Guwahati Plus

ଭୁବନେଶ୍ବର : କରୋନା ଜନିତ ଲକ୍‌ଡାଉନ୍ ସମୟରେ ବିଏମ୍‌ସି ବୁଲା କୁକୁର ଓ ଷଣ୍ଢଙ୍କୁ ଖାଦ୍ୟ ଯୋଗାଇବାରେ ୧୦ଲକ୍ଷ ୬୦ହଜାର ଟଙ୍କା ଖର୍ଚ୍ଚ କରିଛି। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ସୂଚନାରୁ ଏହା ଜଣାପଡ଼ିଛି। ଲକ୍‌ଡାଉନ୍‌ର ୫୩ ଦିନରେ ବିଏମ୍‌ସି ଯେଉଁ ୧୦ ଲକ୍ଷ ୬୦ହଜାର ଟଙ୍କା ଖର୍ଚ୍ଚ କରିଛି, ଏଥିପାଇଁ ନଗର ଉନ୍ନୟନ ବିଭାଗ ୭ଲକ୍ଷ ୪୦ହଜାର ଟଙ୍କା ଦେଇଥିବା ବେଳେ ବିଏମ୍‌ସି ନିଜ ପାଣ୍ଠିରୁ ୩ଲକ୍ଷ ୨୦ହଜାର ଟଙ୍କା ଖର୍ଚ୍ଚ କରିଛି। ବିଏମ୍‌ସିର ଜଣେ ଅଧିକାରୀ କହିଛନ୍ତି ଯେ ଲକ୍‌ଡାଉନ୍‌ ସମୟରେ ରାଜଧାନୀ ସମେତ ସାରା ରାଜ୍ୟରେ ହୋଟେଲ ବଜାର ବନ୍ଦ ହୋଇଯିବାରୁ ବୁଲା‌ କୁକୁର ଓ ଷଣ୍ଢ ଭୋକରେ ଆଉଟୁପାଉଟୁ ହୋଇଥିଲେ। ବିଭିନ୍ନ ସ୍ଥାନରେ କୁକୁର ପାଗଳ ହୋଇଯାଇଥିଲେ। ତେଣୁ ନଗର ଉନ୍ନୟନ ବିଭାଗ ପକ୍ଷରୁ ବୁଲା‌ କୁକୁର ଓ ଷଣ୍ଢଙ୍କୁ ଖାଇବାକୁ ଦେବାକୁ ବିଭିନ୍ନ ପୌରସଂସ୍ଥାକୁ ଆର୍ଥିକ ଅନୁଦାନ ଦିଆଯାଇଥିଲା। ବିଏମ୍‌ସିକୁ ଯେତିକି ଟଙ୍କା ମିଳିଥିଲା, ତାହା ସରିବା ପରେ ବିଏମ୍‌ସି ନିଜ ପାଣ୍ଠିରୁ ଅର୍ଥ ଖର୍ଚ୍ଚ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe