ନିର୍ଗୁଣ୍ଡିରୁ ନକଲି ଜର୍ଦ୍ଦା କାରଖାନା ଠାବ, ୨ ଅଟକ

Advertisment

ଖଣ୍ଡଗିରିରୁ ଜବତ ୩୦ଲକ୍ଷ ଟଙ୍କାର ଲିଙ୍କ୍‌

ଖଣ୍ଡଗିରିରୁ ଜବତ ୩୦ଲକ୍ଷ ଟଙ୍କାର ଲିଙ୍କ୍‌

ନିର୍ଗୁଣ୍ଡିରୁ ନକଲି ଜର୍ଦ୍ଦା କାରଖାନା ଠାବ, ୨ ଅଟକ

ଭୁବନେଶ୍ୱର/ଟାଙ୍ଗୀ : ଖଣ୍ଡଗିରି ଥାନାରେ ଧରା ପଡ଼ିଥିବା ୩୦ ଲକ୍ଷ ଟଙ୍କାର ନୂଆ ଲିଙ୍କ୍‌ ମିଳିଛି। ଏହି ଟଙ୍କା କାହାର ଖୋଜିବା ବେଳେ ପୁଲିସ ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ନିର୍ଗୁଣ୍ଡି ଛକରେ ଥିବା ନକଲି ଜର୍ଦ୍ଦା କାରଖାନା ଠାବ କରିଛି। ଏଠାରେ ନକଲି ଜର୍ଦ୍ଦା ପ୍ରସ୍ତୁତ ହେଉଥିବା ନେଇ ପ୍ରମାଣ ପାଇବା ପରେ କାରାଖାନାକୁ ଆଜି ସିଲ୍‌ କରାଯାଇଛି। ପ୍ରସ୍ତୁତି ନିମନ୍ତେ ବ୍ୟବହୃତ କଞ୍ଚାମାଲ୍‌ ସହ ୫ଟି ମେସିନ୍‌ ଓ କେଏସ୍-୪ ବ୍ରାଣ୍ଡର ଖାଲି ପାଉଚ୍ ଜବତ ହୋଇଛି। ଏଥିରେ ସମ୍ପୃକ୍ତ ଦୁଇଜଣଙ୍କୁ ପୁଲିସ ଅଟକ ରଖିଛି। ସେମାନେ ହେଲେ, ମାହାଙ୍ଗା ଅଞ୍ଚଳର ପ୍ରଦୀପ କୁମାର ପୃଷ୍ଟି ଓ ଉତ୍ତରପ୍ରଦେଶର ସୁନୀଲ କୁମାର ବିଶ୍ୱକର୍ମା। ସ୍ପେସାଲ ସ୍କ୍ବାଡ୍‌ ସହାୟତାରେ ଖଣ୍ଡଗିରି ଥାନା ପୁଲିସ ସମେତ ଟାଙ୍ଗୀ ଥାନା ପୁଲିସ ଚଢ଼ଉ କରିଥିଲେ। ଏହି କାରଖାନାର ମାଲିକ କ୍ଷୀରୋଦ ନାଥ ବୋଲି ଜଣାପଡ଼ିଛି। କ୍ଷୀରୋଦଙ୍କର ଛତିଆ ଓ କଟକରେ ଘର ଅଛି। ତାଙ୍କର ଜଟଣୀ, ଜଗତପୁର, ନିର୍ଗୁଣ୍ଡି ଓ ଛତିଆ ଅଞ୍ଚଳରେ ଏଭଳି ଜର୍ଦ୍ଦା କାରଖାନା ଥିବା ପୁଲିସ୍ ଜାଣିବାକୁ ପାଇଛି। ସେ ସବୁଗୁଡ଼ିକ ତଦନ୍ତ ପରିସରଭୁକ୍ତ ହୋଇଛି। ଏ ବାବଦ‌ରେ ଜିଏସ୍‌ଟି ଓ ଆୟକର ବିଭାଗକୁ ଅବଗତ କରାଯାଇଛି। ସମାନ୍ତରାଳ ଭାବରେ ତିନୋଟି ସଂସ୍ଥା ଏହି କାରବାରର ତଦନ୍ତ କରୁଛନ୍ତି ବୋଲି ପୁଲିସ କହିଛି।

ସୂଚନା ମୁତାବକ, କିଛି ଦିନ ତଳେ ଖଣ୍ଡଗିରି ଥାନା ଅଞ୍ଚଳରେ ଜଣେ ଯୁବକଙ୍କଠାରୁ ଏକ ବ୍ୟାଗ୍‌ରୁ ୩୦ ଲକ୍ଷ ଟଙ୍କା ଜବତ କରାଯାଇଥିଲା। ଏହା ଏକ ମସଲା କମ୍ପାନିର ମାଲିକଙ୍କର ବୋଲି ଜଣାପଡ଼ିବା ପରେ ପୁଲିସ୍ ଏହାର ଖୋଳତାଡ଼ ଆରମ୍ଭ କରିଥିଲା। ସମ୍ପୃକ୍ତ ମାଲିକଙ୍କର ପାନ ମସଲା କାରଖାନା ଏଠାରେ ରହିଥିବା ପୁଲିସ୍ ଜାଣିବାକୁ ପାଇଥିଲା। ଏହି ସଂସ୍ଥାରେ ଜର୍ଦା ତିଆରି ହୋଇ ସାରା ଓଡ଼ିଶାରେ ଥିବା ବିଭିନ୍ନ ବେପାରୀଙ୍କୁ ଯୋଗାଯାଉଥିଲା। ନକଲି ଜର୍ଦ୍ଦା ହୋଇଥିବାରୁ ସମସ୍ତ କାରବାର ନଗଦ କରାଯାଉଥିବା କହିଛି ଖଣ୍ଡଗିରି ଥାନା ପୁଲିସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe