ଚଳନ୍ତା ଟ୍ରେନ୍‌ରୁ ଖସିପଡ଼ିଲେ ଦମ୍ପତି, ସ୍ତ୍ରୀ ଗୁରୁତର

Advertisment
ଚଳନ୍ତା ଟ୍ରେନ୍‌ରୁ ଖସିପଡ଼ିଲେ ଦମ୍ପତି, ସ୍ତ୍ରୀ ଗୁରୁତର

d.indiarailinfo.com

ଚନ୍ଦ୍ର‌ଶେଖରପୁର : ଆଜି ସଂଧ୍ୟାରେ ପଟିଆ ଷ୍ଟେସନ ୧ନଂ. ପ୍ଲାଟଫର୍ମରେ ଚଳନ୍ତା ଟ୍ରେନ୍‌ରୁ ଏକ ଦମ୍ପତି ଖସିପଡ଼ି ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ମହିଳାଙ୍କ ବାମ ଗୋଡ଼ରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି। ତାଙ୍କୁ ପଟିଆ ନିକଟସ୍ଥ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ରଘୁନାଥପୁର ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟ୍‌ରେ ରହୁଥିବା ଶାନ୍ତନୁ କୁମାର ଆଚାର୍ଯ୍ୟ ଓ ତାଙ୍କ ପତ୍ନୀ ଶୋଭା ଆଚାର୍ଯ୍ୟ କଟକ ଯିବାପାଇଁ ପଟିଆ ଷ୍ଟେସନକୁ ଆସିଥିଲେ। ପ୍ଲାଟଫର୍ମରେ ପହଞ୍ଚିବା ପୂର୍ବରୁ ଟ୍ରେନ୍ ଛାଡ଼ିଦେବାରୁ ସେମାନେ ଚଳନ୍ତା ଟ୍ରେନ୍‌ରେ ଚଢ଼ିବା ବେଳେ ତଳେ ପଡ଼ି ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe