ଦୁର୍ଘଟଣାରେ ଦମ୍ପତି ଗୁରୁତର, ଲୁଟିନେଲେ ସ୍କୁଟି ଓ ଭ୍ୟାନିଟି

Advertisment
ଦୁର୍ଘଟଣାରେ ଦମ୍ପତି ଗୁରୁତର, ଲୁଟିନେଲେ ସ୍କୁଟି ଓ ଭ୍ୟାନିଟି

Sambad

ବାଲିଅନ୍ତା: ଆଜି ସନ୍ଧ୍ୟାରେ ହଂସପାଳ-ଅଭୟମୁଖୀ ମୁଖ୍ୟରାସ୍ତାର ଭିଙ୍ଗାରପୁର ଏବଂ ପ୍ରତାପରୁଦ୍ରପୁର ମଧ୍ୟରେ ଘଟିଥିବା ଏକ ଦୁର୍ଘଟଣାରେ ଏକ ଦମ୍ପତି ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଆହତଦ୍ବୟ ହେଲେ ବାଲିପାଟଣା ଥାନା ଅଧୀନ ଗୁଆପୁର ଗ୍ରାମର କାଳନ୍ଦୀ ସାହୁ ଏବଂ ତାଙ୍କର ପତ୍ନୀ। ଉଭୟ ଚେତାଶୂନ୍ୟ ଅବସ୍ଥାରେ ରାସ୍ତା କଡ଼ରେ ଦୀର୍ଘ ସମୟ ଧରି ପଡ଼ି ରହିଥିଲେ। ସ୍ଥାନୀୟ ଲୋକେ ପହଞ୍ଚି ସେମାନଙ୍କୁ ୧୦୮ ଆମ୍ବୁଲାନ୍ସରେ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ।

ହେଲେ ଦୁର୍ଘଟଣାସ୍ଥଳରୁ ତାଙ୍କର ସ୍କୁଟି ଏବଂ ଭ୍ୟାନିଟି ଲୁଟ୍‌ ହୋଇଯାଇଥିଲା। ହସ୍ପିଟାଲରେ ଚେତା ଫେରିବା ପରେ ସେମାନେ ଏସମ୍ପର୍କରେ ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ। ଏନେଇ କାଳନ୍ଦୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। କାଳନ୍ଦିଙ୍କ ଅଭିଯୋଗକୁ ଭିତ୍ତିକରି ଥାନାରେ ମାମଲା ରୁଜୁ ହୋଇଛି। ଅଭିଯୋଗ ପାଇ ଏଏସଆଇ ହୃଷୀକେଶ ବେହେରା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଭ୍ୟାନିଟିରେ ୪ହଜାର ଟଙ୍କା ଥିବା କାଳନ୍ଦୀ ଏତଲାରେ ଦର୍ଶାଇଛନ୍ତି। ସୂଚନା ଅନୁସାରେ କାଳନ୍ଦୀ ଭୁବନେଶ୍ୱରରୁ ସ୍କୁଟିରେ ବାଲିପାଟଣା ଅଭିମୁଖେ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe