ଟ୍ରକ ଚାପାରୁ ଅଳ୍ପକେ ବର୍ତ୍ତିଲେ ଦମ୍ପତି

Advertisment
ମାଲକାନଗିରି: ଟ୍ରକ୍‌-ବାଇକ୍‌ ମୁହାଁମୁହିଁ ଧକ୍କାରେ ୨ଜଣଙ୍କ ମୃତ୍ୟୁ

ବାଲିଅନ୍ତା: ଆଜି ଅପରାହ୍ଣ ସାଢ଼େ ୪ଟା ସମୟରେ ଭୁବନେଶ୍ୱର-ବାଲିପାଟଣା ମୁଖ୍ୟ ରାସ୍ତାର ବାଳକାଟି ଡାକ୍ତରଖାନା ଛକରେ ଏକ ଦମ୍ପତି ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ହେଲେ ଟ୍ରକ୍‌ ଚାପାରୁ ସେମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। କିନ୍ତୁ ବାଇକ୍‌ ପଛରେ ବସିଥିବା ମହିଳା ଗାଡ଼ିରୁ ଛିଟିକିପଡ଼ି ସମାନ୍ୟ ଆହତ ହୋଇଛନ୍ତି। ଉତ୍ତ୍ୟକ୍ତ ସ୍ଥାନୀୟ ଲୋକ ବାଲିବୋଝେଇ ଟ୍ରକ୍‌ଟିକୁ ମାତ୍ର କିଛି ସମୟ ପାଇଁ ଅଟକାଇ ଏହାର ଚାଳକଙ୍କୁ ଗାଳିଗୁଲଜ କରିବା ସହିତ ମାଡ଼ ମାରିବାକୁ ଉଦ୍ୟମ କରିଥିଲେ। ପ୍ରାପ୍ତ ସୂଚନାନୁଯାୟୀ ବାଲିଅନ୍ତା ଥାନା ଅନ୍ତର୍ଗତ ରୟଡ଼ପଡ଼ା ଗ୍ରାମର ଶୁଭ୍ରାଂଶୁ ଶେଖର ସାହୁ (୪୮) ଓ ତାଙ୍କ ପତ୍ନୀ ପ୍ରଣତୀ ସାହୁ (୩୮) ବାଇକ୍‌ରେ ବାଲିପାଟଣା ଅଭିମୁଖେ ଫେରୁଥିବା ବେଳେ ଭାରସାମ୍ୟ ହରାଇ ବିପରୀତ ଦିଗରୁ ଆସୁଥିବା ଉକ୍ତ ଟ୍ରକ୍‌ ପଛରେ ଛିଟିକି ପଡ଼ିଥିଲେ। ଫଳରେ ଟ୍ରକରେ ପିଟିହୋଇ ପ୍ରଣତୀ ସାମାନ୍ୟ ଆହତ ହୋଇଥିବା ଜଣେ ପ୍ରତ୍ୟକ୍ଷଦର୍ଶୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe