ରାଜଧାନୀରେ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା, ସ୍ତ୍ରୀ ଓ ପୁଅକୁ ଛାଡ଼ି ପ୍ରେମିକା ସହ ରହୁଥିଲେ ପ୍ରେମିକ

Advertisment
ରାଜଧାନୀରେ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା, ସ୍ତ୍ରୀ ଓ ପୁଅକୁ ଛାଡ଼ି ପ୍ରେମିକା ସହ ରହୁଥିଲେ ପ୍ରେମିକ

Scrabbl

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ମାମଲା ସାମ୍ନାକୁ ଆସିଛି। ପ୍ରେମୀଯୁଗଳ ଘର ଭିତରେ  ଆତ୍ମହତ୍ୟା କରିଥିବା ସୂଚନା ରହିଛି। ଏହି ଘଟଣା ଘଟିଛି ଭରତପୁର ଥାନା ଫୁଲେଶ୍ବରୀ ବସ୍ତିରେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଏମ୍ସ ପଠାଇଛି।

ଯୁବକଙ୍କ ଘର ନୟାଗଡ଼ ହୋଇଥିବା ବେଳେ ଯୁବତୀଙ୍କ ଘର ଢେଙ୍କାନାଳ। ଆତ୍ମହତ୍ୟାର କାରଣ  ଏପର୍ଯ୍ୟନ୍ତ ଜଣାପଡ଼ିନି। ଭରତପୁର ପୁଲିସ୍‌ ଏହି ଘଟଣାକୁ ନେଇ ତଦନ୍ତ ଜାରି ରଖିଛି। ଆତ୍ମହତ୍ୟା କରିଥିବା ଯୁବକଙ୍କ ନାମ ସୋମନାଥ।

ପ୍ରାଥମିକ ତଦନ୍ତରୁ ଜାଣିବାକୁ ମିଳିଛି ଯେ ସୋମନାଥଙ୍କର  ସ୍ତ୍ରୀ ଓ ପୁଅ ଅଛନ୍ତି। ମାତ୍ର ନିଜ ସ୍ତ୍ରୀ ପୁଅକୁ ଛାଡି ଆସି ଢେଙ୍କାନାଳ ରାସୋଳର ଜଣେ ମହିଳାଙ୍କୁ ଭଲପାଇ ଫୁଲେଶ୍ୱରୀ ବସ୍ତିରେ ରହୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe