ବାଲିପାଟଣା : ସ୍ବାମୀ-ସ୍ତ୍ରୀ କଳହ, ହଣା ଖାଇଲେ ଶଳା, ସଢ଼ୁ

Advertisment
ଗଞ୍ଜାମ ପୁଲିସ ଜିଲ୍ଲାର ୨୦୨୦ ଅପରାଧ ଗ୍ରାଫ୍‌ : ବର୍ଷକରେ ୬୧ ହତ୍ୟା, ୧୧୭ ଦୁର୍ଷ୍କମ ମାମଲା

DNA India

ବାଲିପାଟଣା : ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଲାଗି ରହିଥିବା କଳହରେ ମଧ୍ୟସ୍ଥି ସାଜି ହଣା ଖାଇଛନ୍ତି ଶଳା ଓ ସଢ଼ୁ। ପଡ଼ିଆ ଜମିରେ ସ୍ତ୍ରୀ ଧାନ ରୋଇବାକୁ ଉଦ୍ୟମ କଲାବେଳେ ତାଙ୍କୁ ବିରୋଧ କରିବାକୁ ଯାଇ ସ୍ବାମୀ ଏଭଳି କାଣ୍ଡ କରିଥିବା ଜଣାପଡ଼ିଛି। ମୁଣ୍ଡ ଓ କାନ୍ଧରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲେ ହେଁ ସୌଭାଗ୍ୟକୁ ଶଳା ଓ ସଢ଼ୁ ଏହି ପ୍ରାଣାନ୍ତକ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଘଟଣାଟି ବାଲିପାଟଣା ବଦଳା ପଞ୍ଚବାଟିଆ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ସୂଚନାନୁସାରେ, ବାଲିପାଟଣା ଥାନା ବଦଳା ପାଞ୍ଚବାଟିଆ ଗାଁର ପବିତ୍ର ସ୍ବାଇଁ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଦୀର୍ଘ ଦିନ ହେଲା ଗଣ୍ଡଗୋଳ ଲାଗି ରହିଛି। ରଙ୍ଗ ମିସ୍ତ୍ରି ଭାବେ କାମ କରୁଥିବା ପବିତ୍ର ମଦ ପିଇ ପଇସା ଉଡ଼ାଉଥିବା ଅଭିଯୋଗକୁ ନେଇ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଏହି କଳହ ଲାଗି ରହିଛି। ଚଳିତ ବର୍ଷ ପବିତ୍ର ଜମି ପଡ଼ିଆ ପକାଇ ରଖୁଥିବାରୁ ଏହି କଳହ ଅଧିକ ବଢ଼ି ଯାଇଥିଲା। ତେଣୁ ପବିତ୍ରଙ୍କ ପତ୍ନୀ ଆଜି ଉକ୍ତ ଜମିରେ ଧାନ ରୋଇବା ପାଇଁ ବାହାରିଥିଲେ। କିନ୍ତୁ ପବିତ୍ର ଏହାକୁ ବିରୋଧ କରିଥିଲା ଓ ଜମି ପାଖକୁ ଯାଇ ଗଣ୍ଡଗୋଳ କରିଥିଲା। ଖବର ପାଇ ତାଙ୍କ ଶଳା ମାନସ ସ୍ୱାଇଁ ଓ ତାଙ୍କ ସଢ଼ୁ ପପୁ ବିଲ ମୁଣ୍ଡରେ ପହଁଚିଥିଲେ। ଶଳା ଓ ସଢ଼ୁଙ୍କୁ ବିଲ ମୁଣ୍ଡରେ ଦେଖି ପବିତ୍ର ମୁଣ୍ଡକୁ ପିତ୍ତ ଚଢ଼ି ଯାଇଥିଲା। ତେଣୁ ସେମାନେ ସେଠି ପହଞ୍ଚିବା ମାତ୍ରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ପବିତ୍ର ଏକ ମାରଣାସ୍ତ୍ରରେ ଦୁଇ ଜଣଙ୍କୁ ଚୋଟ ପରେ ଚୋଟ ପକାଇଥିଲା। ଦୁଇ ଜଣଙ୍କର ମୁଣ୍ଡ ଓ କାନ୍ଧରେ କ୍ଷତ ସୃଷ୍ଟି ହୋଇଥିଲା। ଗଣ୍ଡଗୋଳ ଦେଖି ପାଖରେ ଜମି କାମ କରୁଥିବା ଲୋକେ ଘଟଣାସ୍ଥଳକୁ ଧାଇଁ ଆସିବାରୁ ପବିତ୍ର ସେଠାରୁ ଦୌଡ଼ି ପଳାଇଥିଲା। ଲୋକମାନେ ପପୁ ଓ ମାନସଙ୍କୁ ବାଲିପାଟଣା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇବା ସହ ବାଲିପାଟଣା ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ ଖୋଜିବା ବେଳକୁ ପବିତ୍ର ଫେରାର୍ ହୋଇ ସାରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe