ଦେଢ଼କୋଟି ଚଳୁ କ‌ରିଦେଲେ ଦମ୍ପତି

ଦେଢ଼କୋଟି ଚଳୁ କ‌ରିଦେଲେ ଦମ୍ପତି

Zee Business

ଭୁବନେଶ୍ବର: ବ୍ୟବସାୟରେ ଭାଗୀଦାର କରାଇବା ବାହାନାରେ ଏକ ଦମ୍ପତି ନୂଆପଲ୍ଲୀ ଆଇଆର୍‌ସି ଭିଲେଜର ସୌମିତ୍ର ପଟ୍ଟନାୟକଙ୍କୁ ଦେଢ଼ କୋଟି ଟଙ୍କା ଠକିଥିବା ନେଇ ଖଣ୍ଡଗିରି ଥାନା‌ରେ ଅଭିଯୋଗ ହୋଇଛି। ଅଭିଯୁକ୍ତ ଦମ୍ପତି ହେଲେ ବରମୁଣ୍ଡାସ୍ଥିତ କ୍ରିସ୍ ଇଣ୍ଡିଜେନସ୍ ଟେକ୍ନିକାଲ୍ ଇକ୍ବିପମେଣ୍ଟ୍ କମ୍ପାନିର ପରିଚାଳକ ପ୍ରଶାନ୍ତ କୁମାର ମହାନ୍ତି ଓ ତାଙ୍କ ପତ୍ନୀ ତାପସୀ।

ସୌମିତ୍ରଙ୍କ ଅଭିଯୋଗ ଅନୁସାରେ ୨୦୧୬ ମସିହାରେ ହୋଇଥିବା ଚୁକ୍ତି ମୁତାବକ ସୌମିତ୍ର ଉକ୍ତ କମ୍ପାନିରେ ୩୩ ପ୍ରତିଶତ ସେୟାର୍ ପାଇଁ ଦେଢ଼ କୋଟି ଟଙ୍କା ଦେଇ ପାର୍ଟନର୍ ତଥା ବୋର୍ଡ ଅଫ୍ ଡାଇରେକ୍ଟର୍‌ ହୋଇଥିଲେ। ୨୦୧୮ ମସିହାରେ ସେ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଏହି ସୁଯୋଗରେ ପ୍ରଶାନ୍ତ ଓ ତାପସୀ ତାଙ୍କୁ କମ୍ପାନିରୁ ବିଦା କରିଦେଇଥିଲେ। ସୁସ୍ଥ ହୋଇ ସୌମିତ୍ର ଡାକ୍ତରଖାନାରୁ ଫେରିବା ପରେ ବିବାଦ ଉପୁଜିଥିଲା ଓ ସୌମିତ୍ର ଟଙ୍କା ଫେରାଇବାକୁ କହିଥିଲେ। କିନ୍ତୁ ସେମାନେ ତାଙ୍କୁ ଗାଳିଗୁଲଜ କରିବା ସହିତ ମାଡ଼ ମାରିଥିଲେ। ତେଣୁ ସୌମିତ୍ର ଖଣ୍ଡଗିରି ଥାନାର ଦ୍ବାରସ୍ଥ ହୋଇଛନ୍ତି। ପୁଲିସ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe