India Today
ଭୁବନେଶ୍ବର : ଟଙ୍କା ଉଧାର ନେଲେ। ଫେରସ୍ତ ପାଇଁ କହିବାରୁ ମହିଳାଙ୍କୁ ମାଡ଼ମାରିଲେ। ଏଭଳି ଏକ ଅଭିଯୋଗରେ ସହିଦନଗର ଥାନା ପୁଲିସ ଏକ ଦମ୍ପତିଙ୍କୁ ଗିରଫ କରିଛି। ସେମାନେ ହେଲେ ସବରସାହି ଅଞ୍ଚଳର ସୁମନ୍ତ ହାତୀ ଓରଫ ବାବୁଲି(୪୬) ଓ ତାଙ୍କ ପତ୍ନୀ ଅନିତା ହାତୀ (୪୦)।
ସୂଚନା ମୁତାବକ, କିଛିବର୍ଷ ହେବ ସୁଭଦ୍ରା ବେହେରା ନାମକ ଜଣେ ମହିଳା ବାବୁଲିଙ୍କ ଘରେ ଭଡ଼ାରେ ରହୁଥିଲେ। ଦୁଇବର୍ଷ ତଳେ ସୁଭଦ୍ରାଙ୍କ ସ୍ବାମୀଙ୍କ ମୃତ୍ୟୁ ପରେ ତାଙ୍କୁ ଲକ୍ଷାଧିକ ଟଙ୍କା ସରକାରୀ ସହାୟତା ମିଳିଥିଲା। ଏହି ସମୟରେ ଘରମାଲିକ ବାବୁଲି ଅସୁବିଧାରେ ଥିବା କହି ତାଙ୍କଠାରୁ ସାଢ଼େ ୫ଲକ୍ଷ ଟଙ୍କା ନେଇଥିଲେ। ତେବେ ସେ ୪ଲକ୍ଷ ଟଙ୍କା ଦେଇଥିବା ବଳେ ବାକି ଦେଢ଼ଲକ୍ଷ ଟଙ୍କା ଦେଇନଥିଲେ। ସୁଭଦ୍ରା ଟଙ୍କା ଫେରସ୍ତ ପାଇଁ ବାରମ୍ବାର କହିଥିଲେ ମଧ୍ୟ ସେ ଟଙ୍କା ଫେରାଇନଥିଲେ। ଏନେଇ ସୁଭଦ୍ରା ସହିଦନଗର ଥାନାରେ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରିଥିଲା। ସୁଭଦ୍ରା ଥାନାରେ ଅଭିଯୋଗ କରିଥିବା ଜାଣିବା ପରେ ଉକ୍ତ ଦମ୍ପତି ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଖବରପାଇ ସହିଦନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସୁଭଦ୍ରାଙ୍କୁ ଉଦ୍ଧାର କରିବା ସହ ଦମ୍ପତିଙ୍କୁ ଗିରଫ କରିଥିଲ।। ଆଜି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି।
Follow Us