NBC 5 Dallas-Fort Worth
ଭୁବନେଶ୍ୱର : କରୋନା ଭୂତାଣୁ ସଂକ୍ରମିତ ସନ୍ଦେହରେ ପୁରୁଣା ଭୁବନେଶ୍ବରରୁ ଏକ ଦମ୍ପତିଙ୍କ ନମୁନା ପରୀକ୍ଷା କରାଯାଇଥିଲା। ତେବେ ଉଭୟଙ୍କର ରିପୋର୍ଟ ନେଗେଟିଭ୍ ବାହାରିଛି ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। ଉଭୟ ଦମ୍ପତି ଦେଢ଼ ବର୍ଷ ହେଲା ଶ୍ରୀଲଙ୍କାରେ ରହୁଥିଲେ। ଗତ ମାର୍ଚ୍ଚ ୪ତାରିଖରେ ସେମାନେ ଶ୍ରୀଲଙ୍କାରୁ ଭୁବନେଶ୍ବରକୁ ଫେରିଥିଲେ। ସେମାନେ ଆସି ଘରେ ଥିଲେ। ଏହି ଖବର ପାଇବା ପରେ ସେମାନେ କରୋନା ସନ୍ଦିଗ୍ଧ ବୋଲି ସ୍ଥାନୀୟ ଅଞ୍ଚଳର କେହି ଜଣେ ପୁଲିସକୁ ଖବର ଦେଇଥିଲା। ପୁଲିସ ତାଙ୍କ ବାସଭବନକୁ ଯାଇ ଗତକାଲି ଉଭୟଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲା। ଆଜି ଉଭୟଙ୍କର ରିପୋର୍ଟ ନେଗେଟିଭ୍ ଆସି ଥିବା ଜଣାପଡ଼ିଛି।
Follow Us