କୋର୍ଟ ଓ ତହସିଲ ଗେଟ୍‌ରେ ଚେନ୍‌ ଲାଗିଲା: ‌ସୋମବାରରୁ ଅନ୍‌ଲାଇନ୍‌ରେ କୋର୍ଟ

Advertisment

ଅତିରିକ୍ତ ତହସିଲଦାର, ୫ ଆଇନଜୀବୀ ଓ ଜଣେ ମାଜିଷ୍ଟ୍ରେଟ୍ ପଜିଟିଭ୍‌

ଅତିରିକ୍ତ ତହସିଲଦାର, ୫ ଆଇନଜୀବୀ ଓ ଜଣେ ମାଜିଷ୍ଟ୍ରେଟ୍ ପଜିଟିଭ୍‌

କୋର୍ଟ ଓ ତହସିଲ ଗେଟ୍‌ରେ ଚେନ୍‌ ଲାଗିଲା: ‌ସୋମବାରରୁ ଅନ୍‌ଲାଇନ୍‌ରେ କୋର୍ଟ

Sambad English

ଭୁବନେଶ୍ୱର : ଭୁବନେଶ୍ୱର କୋର୍ଟର ସବୁ ପ୍ରବେଶ ପଥରେ ଚେନ୍‌ ଲାଗିଛି। ଏକାଥରକେ ୫ଜଣରୁ ଊର୍ଧ୍ବ ଲୋକ ଭିତରକୁ ଯାଇପାରି‌ବେ ନାହିଁ। ୫ଜଣ ଫେରିଲେ ଆଉ ୫ଜଣ ଭିତରକୁ ଯିବେ। କିନ୍ତୁ ଏତେ କଡ଼ା କଟକଣା ପରେ ବି କରୋନା ପଶିଗଲା। ୫ ଜଣ ଆଇନଜୀବୀ, ଜଣେ ମାଜିଷ୍ଟ୍ରେଟ୍‌ କରୋନା ସଂକ୍ରମିତ ହୋଇଗଲେ। ଏହା ଜଣାପଡ଼ିବା ପରେ ଏବେ ଅନ୍ୟ ଆଇନଜୀବୀ ଓ କର୍ମଚାରୀ ଭୟଭୀତ ହୋଇଯାଇଛନ୍ତି। ତେଣୁ କରୋନାରେ ଯେପରି ଅଧିକ ଆଇନଜୀବୀ ସଂକ୍ରମିତ ନ ହେବେ, ସେଥିପାଇଁ ଆସନ୍ତା ସୋମବାରଠାରୁ ଅନ୍‌ଲାଇନ୍‌ରେ କୋର୍ଟ କାର୍ଯ୍ୟ ଚାଲିବ। ଅତି ଆବଶ୍ୟକସ୍ଥ‌ଳେ ଅଫ୍‌ଲାଇନ୍‌ରେ କୋର୍ଟ ହେବ ବୋଲି ଓକିଲ ସଂଘ ପକ୍ଷରୁ ସୂଚନା ଦିଆଯାଇଛି। କୋର୍ଟ ପରିସରରେ ଫ୍ୟାମିଲି କୋର୍ଟ, ସିବିଆଇ କୋର୍ଟ, ଭିଜିଲାନ୍ସ, ସବଜଜ୍ କୋର୍ଟ, ଏସ୍‌ଡିଜେଏମ୍, ଜେଏମ୍ଏଫ୍‌ସି, ସିଜେଏମ୍ କୋର୍ଟ ଆଦି ରହିଛି। ଏହି ସବୁ କୋର୍ଟରେ ଭର୍ଚୁଆଲରେ କାର୍ଯ୍ୟ କରାଯିବ ବୋଲି ଓକିଲ ସଂଘର ସଭାପତି ନିର୍ମଳ କିଶୋର ରଥ, ସମ୍ପାଦକ ରାଜକିଶୋର ଦାସ ଓ ଯୁଗ୍ମ ସମ୍ପାଦକ ଅଶୋକ ବଡ଼ପଣ୍ଡା କହିଛନ୍ତି।

ସେହିପରି କୋର୍ଟ ପରିସରକୁ ଲାଗି ରହିଥିବା ତହସିଲ କାର୍ଯ୍ୟାଳୟର ଜଣେ ଅତିରିକ୍ତ ତହସିଲଦାର କରୋନା ସଂକ୍ରମିତ ହେବା ଘଟଣା ପଦାକୁ ଆସିବା ପରେ କର୍ମଚାରୀ ଛାନିଆ ହୋଇଯାଇଛନ୍ତି। ତେଣୁ ସେଠାରେ କଟକଣାକୁ ଆହୁରି କଡ଼ାକଡ଼ି କରି ଦିଆଯାଇଛି। ସେହିପରି ସବ୍ ରେଜିଷ୍ଟ୍ରାର, ବିକଳ୍ପ ବିବାଦ ସମାଧାନ କେନ୍ଦ୍ର ଓ ସ୍ଥାୟୀ ଲୋକ ଅଦାଲତ ଆଦି କାର୍ଯ୍ୟାଳୟର ପ୍ରବେଶ ଉପରେ କଟକଣା କରିବାକୁ କର୍ମଚାରୀ ମହଲରେ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe