ସର୍ତମୂଳକ ଜାମିନ୍‌ରେ ମୁକୁଳିଲେ ସୁରବାବାଙ୍କ ବଡ଼ପୁଅ ତ୍ରିଲୋଚନ

Advertisment
ସର୍ତମୂଳକ ଜାମିନ୍‌ରେ ମୁକୁଳିଲେ ସୁରବାବାଙ୍କ ବଡ଼ପୁଅ ତ୍ରିଲୋଚନ

ବାଲିଅନ୍ତା : ବାଲିପାଟଣା ଥାନା ଅନ୍ତର୍ଗତ ଝିଣ୍ଟିଶାସନ ସ୍ଥିତ ତ୍ରାହିଅଚ୍ୟୁତ ଆଶ୍ରମର ମୁଖ୍ୟ ସୁରବାବାଙ୍କ ପରେ ଆଜି ତାଙ୍କର ବଡ଼ପୁଅ ତ୍ରିଲୋଚନ ମିଶ୍ରଙ୍କୁ କୋର୍ଟ ପକ୍ଷରୁ ସର୍ତ୍ତମୂଳକ ଜାମିନ ମିଳିଛି। ଆଜି ସଂଧ୍ୟା ପ୍ରାୟ ସାଢ଼େ ସାତଟା ସମୟରେ ଭୁବନେଶ୍ୱର ଝାରପଡ଼ା ଜେଲ୍‌ରୁ ସେ ମୁକୁଳିଥିବା ସଂପର୍କରେ ସୂଚନା ମିଳିଛି। ଆଶ୍ରମର କିଛି ଖାସ୍‌ ଅନୁଗତଙ୍କ ସହିତ ସେ କାର୍‌ରେ ବସି ନିଜର ଘର ଅଭିମୁଖେ ଆସିଥିବା ତାଙ୍କ ନିକଟତମ ଅନୁଗତଙ୍କ ଠାରୁ ଖବର ମିଳିଛି । ଉଲ୍ଲେଖଯୋଗ୍ୟ ଏଥିପୂର୍ବରୁ ୨୦୧୭ ମସିହା ଡିସେମ୍ବର ମାସ ୧ ତାରିଖ ସଂଧ୍ୟାରେ ସୁରବାବା ଅନୁରୂପ ଭାବେ ଜେଲ୍‌ରୁ ଜାମିନରେ ମୁକ୍ତ ହୋଇଥିଲେ । ୨୦୧୫ ମସିହା ଅଗଷ୍ଟ ୩୦ ତାରିଖ ସଂଧ୍ୟାରେ ତ୍ରାହିଅଚ୍ୟୁତ ଆଶ୍ରମ ପୋଡ଼ାଜଳା ହୋଇଥିବା ବେଳେ ଲୋକେ ସୁରବାବାଙ୍କ ଗିରଫ ଦାବି କରିଥିଲେ । ସେମାନଙ୍କ ଚାପରେ ଶେଷରେ ରାତି ଅଧରେ କମିସନରେଟ ପୁଲିସ ଅଧିକାରୀ ସୁରବାବାଙ୍କ ସମେତ ତାଙ୍କର ଦୁଇ ପୁଅ ତ୍ରିଲୋଚନ ଓ ବିରଞ୍ଚିକୁ ଆଶ୍ରମରୁ ଗିରଫ କରିଥିଲା। ଦୀର୍ଘ ୨୭ ମାସ ଧରି ସେମାନେ ଜେଲରେ ରହିବା ପରେ କୋର୍ଟ ସେମାନଙ୍କୁ ସର୍ତମୂଳକ ଜାମିନ ପ୍ରଦାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe