ରାଜଧାନୀରେ କରୋନା ସୁସ୍ଥ ସଂଖ୍ୟା ୩ ହଜାର ନିକଟତର

Advertisment

ଦିନକରେ ୧୮୭ ଚିହ୍ନଟ, ଉଦ୍‌ବେଗଜନକ ସ୍ଥିତିରେ ସ୍ଥାନୀୟ ସଂକ୍ରମଣ

ଦିନକରେ ୧୮୭ ଚିହ୍ନଟ, ଉଦ୍‌ବେଗଜନକ ସ୍ଥିତିରେ ସ୍ଥାନୀୟ ସଂକ୍ରମଣ

ରାଜଧାନୀରେ ଶୀଘ୍ର ସୁସ୍ଥ ହେଉନାହାନ୍ତି କରୋନା ଆକ୍ରାନ୍ତ

Puerto Vallarta News

ଭୁବନେଶ୍ୱର : ରାଜଧାନୀରେ କରୋନା ସୁସ୍ଥ ରୋଗୀଙ୍କ ସଂଖ୍ୟା ୩ ହଜାର ନିକଟତର ହୋଇଛି। ଯାହାଫଳରେ ଭୁବନେଶ୍ବରରେ ସୁସ୍ଥ ହାର ୬୬ ପ୍ରତିଶତରେ ପହଞ୍ଚିଛି। ତେବେ ପ୍ରତ୍ୟେକ ଦିନ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ଭୁବନେଶ୍ବରରେ ସ୍ଥିତି ଚିନ୍ତାଜନକ ରହିଛି। ଅପରପକ୍ଷରେ ଗତ ୨୪ଘଣ୍ଟାରେ ଚିହ୍ନଟ ରୋଗୀଙ୍କ ମଧ୍ୟରେ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ୪୪ ପ୍ରତିଶତ ରହିଛି। ଯାହାକି ବେଶ୍ ଉଦ୍‌ବେଗଜନକ।

ରାଜଧାନୀରେ ଗତ ୨୪ଘଣ୍ଟାରେ ୧୮୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତହିଁରୁ ୧୦୪ଜଣ ସଙ୍ଗରୋଧରେ ରହିଛନ୍ତି। ଏଥି‌ରେ ଘରୋଇ ହସ୍ପିଟାଲର ୧୫ଜଣ କର୍ମଚାରୀ ରହିଛନ୍ତି। ଏହାସହ ୟୁନିଟ୍‌-୯ ମା’ ମଙ୍ଗଳା ବସ୍ତି, କଟକ ରୋଡ ମୋଚି ସାହି, ଶିଖରଚଣ୍ଡୀ ବସ୍ତି, ବିଶ୍ବେଶ୍ବର ବସ୍ତି, ଭିଏସ୍‌ଏସ୍‌ ନଗର ମହାବୀର ବସ୍ତି, ସାଲିଆ ସାହି ସମେତ ଜୟଦେବ ବିହା‌ରରେ ଥିବା ଏକ ହୋଟେଲର ୧୮ଜଣ କର୍ମଚାରୀ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ୮୩ ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ଲକ୍ଷ୍ମୀସାଗର ରିଫ୍ୟୁଜି କଲୋନି, ସାଲିଆସାହି, କପିଳପ୍ରସାଦ ବିଡିଏ କଲୋନି, ଆଚାର୍ଯ୍ୟ ବିହାର ବିଶ୍ବେଶ୍ବର ବସ୍ତି, ସତ୍ୟନଗର, ଝାରପଡ଼ା, ୟୁନିଟ୍‌-୩ ପ୍ରେସ୍ କଲୋନି, ସହିଦ ନଗର ତେଲୁଗୁ ବସ୍ତି, ବମିଖାଲ, ସୌଭାଗ୍ୟ ନଗର, ଗଜପତି ନଗର, ‌ଶୈଳଶ୍ରୀ ବିହାର ଓ ଅନ୍ୟାନ୍ୟ ଅଞ୍ଚଳରୁ ରହିଛନ୍ତି। ରାଜଧାନୀରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୪୩୫୮ରେ ପହଞ୍ଚିଛି। ତହିଁରୁ ୨୯୧୪ ରୋଗୀ ସୁସ୍ଥ ହୋଇଥିବା ବେଳେ ୧୪୧୫ ସକ୍ରିୟ ରୋଗୀ ରହିଛନ୍ତି। ରାଜଧାନୀରେ ଏ ପର୍ଯ୍ୟନ୍ତ ୨୩ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe