ସଚେତନତା ସୃଷ୍ଟି କରିବାକୁ ବାହାରିଲା ୫ଗାଡ଼ି

Advertisment
ସଚେତନତା ସୃଷ୍ଟି କରିବାକୁ ବାହାରିଲା ୫ଗାଡ଼ି

Ommcom News

ଭୁବନେଶ୍ବର : ରାଜଧାନୀବାସୀ ଯେପରି କରୋନା ନେଇ ଭୟଭୀତ ହେବେନି, ଲକ୍ଷଣ ଦେଖାଦେବା କ୍ଷଣି ତୁରନ୍ତ ପରୀକ୍ଷା କରିବେ, ନିକଟସ୍ଥ ପ୍ରାଥମିକ ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମାଗ‌ଣାରେ କରୋନା ପରୀକ୍ଷା କରିବେ, ସଦାବେଳେ ମାସ୍କ ପିନ୍ଧିବେ, ସାମାଜିକ ଦୂରତା ରଖିବେ, ହାତ ଧୋଇ‌ବେ; ସେନେଇ ବିଏମ୍‌ସି ପକ୍ଷରୁ ଆଜିଠାରୁ ଜୋରଦାର ପ୍ରଚାର ଆରମ୍ଭ ହୋଇଛି। ରାଜଧାନୀବାସୀଙ୍କୁ ସଚେତନ କରାଯାଉ ନଥିବାରୁ ମାଗଣାରେ ବି ଲୋକ କରୋନା ପରୀକ୍ଷା କରୁନାହାନ୍ତି ବୋଲି ସମ୍ବାଦରେ ଖବର ପ୍ରକାଶ ପାଇବା ପରେ ବିଏମ୍‌ସି ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଆଜିଠାରୁ ବିଏମ୍‌ସିର ୫ଟି ସ୍ବତନ୍ତ୍ର ଗାଡ଼ି ବାହାରିଛି। ରାଜଧାନୀର ବିଭିନ୍ନ ବସ୍ତି ଓ ଅଣବସ୍ତି ଅଞ୍ଚଳ ବୁଲିବା ସହ ଲୋକଙ୍କୁ ସଚେତନ କରିବାକୁ ଲକ୍ଷ୍ୟ ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe