ବଢ଼ିଲା କୋଭିଡ୍‌ ଶଯ୍ୟା; ୯୬୦ ଥିଲା, ଏବେ ୧୬୯୯

Advertisment
ବଢ଼ିଲା କୋଭିଡ୍‌ ଶଯ୍ୟା; ୯୬୦ ଥିଲା, ଏବେ ୧୬୯୯

ଭୁବନେଶ୍ବର : କୋଭିଡ୍‌ର ଦ୍ରୁତ ସଂକ୍ରମଣକୁ ଆଖି ଆଗରେ ରଖି ବିଏମ୍‌ସି ଚିକିତ୍ସା କ୍ଷେତ୍ରରେ ଆବଶ୍ୟକ ଭିତ୍ତିଭୂମିକୁ ସୁଦୃଢ଼ କରିଛି। ଅଧିକରୁ ଅଧିକ ଆକ୍ରାନ୍ତଙ୍କୁ କିଭଳି ମେଡିକାଲ୍‌ରେ ଚିକିତ୍ସା କରାଯାଇ ପାରିବ, ସେନେଇ ଆଗୁଆ ପଦକ୍ଷେପ ନେଇଛି। କୋଭିଡ୍‌ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଆଉ ଅତିରିକ୍ତ ୭୩୯ଟି ଶଯ୍ୟା ବୃଦ୍ଧି କରାଯାଇଛି। ପୂର୍ବରୁ ସମ୍‌ ଓ ଅଶ୍ବିନୀରେ ୯୬୦ଟି ଶଯ୍ୟା ରହିଥିଲା। ଏବେ ମୋଟ୍‌ ଶଯ୍ୟା ସଂଖ୍ୟା ୧୬୯୯ରେ ପହଞ୍ଚିଛି। ଅପରପକ୍ଷେ ପଟିଆ ଓ ଡୁମୁଡ଼ୁମା‌ରେ ଶହେ ଶଯ୍ୟା ବିଶିଷ୍ଟ ଦୁଇଟି କୋଭିଡ୍‌ କେୟାର୍‌ ସେଣ୍ଟର୍‌ ରହିଥିଲା, ଯାହା ଏବେ ବି କାର୍ଯ୍ୟକ୍ଷମ ରହିଛି।

ଶନିବାର ଦିନ ରାଜ୍ୟ ସରକାର ବିଏମ୍‌ସି ଜରିଆରେ ଦୁଇଟି ମେଡିକାଲ୍‌ କଲେଜ୍‌ ସହ ଚୁକ୍ତିନାମା ସ୍ବାକ୍ଷର କରିଛନ୍ତି। ସେ ଦୁଇଟି ଅନୁଷ୍ଠାନ ହେଉଛନ୍ତି, କିମ୍ସ ଓ ହାଇଟେକ୍‌। କିମ୍ସ ୫ଶହଟି ଓ ହାଇଟେକ୍‌ ୨୩୯ଟି ଶଯ୍ୟା ପ୍ରସ୍ତୁତ କରିଛି। କିମ୍ସ ସହ ହୋଇଥିବା ତ୍ରିପାକ୍ଷିକ ଚୁକ୍ତିନାମାକୁ ବିଏମ୍‌ସି କମିସନର୍‌ ସଞ୍ଜୟ ସିଂହଙ୍କ ତରଫରୁ ଅତିରିକ୍ତ କମିସନର ଲକ୍ଷ୍ମୀକାନ୍ତ ସେଠୀ ଓ ଡେପୁଟି କମିସନର ଶୁଭେନ୍ଦୁ ସାହୁ, କିମ୍ସ ପ୍ରିନ୍ସିପାଲ୍‌ ଡା. ଅମ୍ବିକା ପ୍ରସାଦ ମହାନ୍ତିଙ୍କୁ ହସ୍ତାନ୍ତର କରିଛନ୍ତି। ଓଏମ୍‌ସି ପ୍ରତିନିଧିଙ୍କ ଉପସ୍ଥିତିରେ ଏହି କାର୍ଯ୍ୟ ସମ୍ପାଦନ ହୋଇଛି। ସେହିଭଳି ହାଇଟେକ୍‌ ସହ ହୋଇଥିବା ଦ୍ବିପାକ୍ଷିକ ଚୁକ୍ତିନାମାକୁ ଉଭୟ ଅଧିକାରୀ ହାଇଟେକ୍‌ ମେଡିକାଲ କଲେଜ୍‌ ଆଣ୍ଡ ହସ୍ପିଟାଲ ସିଓଓ ଜ୍ୟୋତିର୍ମୟ ପଣ୍ଡାଙ୍କୁ ଏହି ଚୁକ୍ତିପତ୍ର ହସ୍ତାନ୍ତର କରିଛନ୍ତି।

ଉଲ୍ଲେଖଯୋଗ୍ୟ, କୋଭିଡ୍‌ ସଂକ୍ରମଣ ଦ୍ରୁତଗତିରେ ବଢ଼ୁଥିବା ବେଳେ ଗୁରୁତର ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ଅନୁରୂପ ଢଙ୍ଗରେ ବଢ଼ିବାରେ ଲାଗିଛି। ପୂର୍ବରୁ ସମ୍‌ରେ ୮୧୦ ଶଯ୍ୟା ରହିଥିବା ବେଳେ ଅଶ୍ବିନୀରେ ୧୫୦ ଶଯ୍ୟା ରହିଥିଲା। ଏଭଳି ମୋଟ୍‌ ୯୬୦ ବେଡ୍‌ ରହିଥିଲା। ସଂକ୍ରମଣକୁ ଆଖି ଆଗରେ ରଖି ଏବେ ଆଉ ଦୁଇ ହସ୍‌ପିଟାଲ୍‌ ଯୋଡ଼ାଯିବା ସହ ଶଯ୍ୟା ସଂଖ୍ୟାକୁ ବୃଦ୍ଧି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe