The Federal
ଭୁବନେଶ୍ୱର : ରାଜଧାନୀରେ ଆଗକୁ ସ୍ଥିତି ଆହୁରି ଜଟିଳ ହେବାର ଆଶଙ୍କା ରହିଥିବାରୁ ମୁକାବିଲା ଲାଗି ପ୍ରସ୍ତୁତି ଆରମ୍ଭ କରିଦେଇଛି ବିଏମ୍ସି। ଆକ୍ରାନ୍ତଙ୍କ ସଂଖ୍ୟାକୁ ଆକଳନ କରି ବିଏମ୍ସି ଅଞ୍ଚଳରେ ଆଉ ୮୫୦ଟି ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର ସେଣ୍ଟର ପ୍ରତିଷ୍ଠା ଦିଗରେ ପଦକ୍ଷେପ ନିଆଯାଇଛି।
ମିଳିଥିବା ସୂଚନା ଅନୁଯାୟୀ ହାଇ-ଟେକ୍ ମେଡିକାଲ ଓ ବିଏମ୍ସିର ମିଳିତ ଉଦ୍ୟମରେ ୫୫୦ ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର ସେଣ୍ଟର ପ୍ରତିଷ୍ଠା କରାଯିବ। ଏଥିସହ ଚନ୍ଦ୍ରଶେଖରପୁରସ୍ଥିତ ଆଦିତ୍ୟ ଅଶ୍ବିନୀ ହସ୍ପିଟାଲରେ ୧୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ହେବ। ଏଥିରେ ୩୧ଟି ଆଇସିୟୁ ସୁବିଧା ଉପଲବ୍ଧ ହେବ। ପିପିପି ମୋଡ୍ରେ ଏହି ଦୁଇ ହସ୍ପିଟାଲ ପ୍ରତିଷ୍ଠା ହେବ। ଏହାବ୍ୟତୀତ ବିଏମ୍ସିର ୩ଟି ଯାକ ଜୋନ୍ରେ ଭୁବନେଶ୍ବରର ତିନି ବିଧାୟକଙ୍କ ଲୋକାଲ ଏରିଆ ଡେଭଲ୍ପମେଣ୍ଟ ଫଣ୍ଡ୍ରୁ ୫୦ ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର ହୋମ୍ ପ୍ରତିଷ୍ଠା କରିବାକୁ ସ୍ଥିର ହୋଇଛି।
Follow Us