ରାଜଧାନୀରେ କରୋନା ୫ ହଜାର ଟପିଲା, ଦୁଇ ଦିନରେ ୪୪୭ ପଜିଟିଭ୍ ଚିହ୍ନଟ

Advertisment
ରାଜଧାନୀରେ କରୋନା ୫ ହଜାର ଟପିଲା, ଦୁଇ ଦିନରେ ୪୪୭ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର : ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ହଜାର ଟପିଛି। ଦୁଇ ଦିନରେ ରାଜଧାନୀରେ ୪୪୭ ପଜିଟିଭ୍‌ ଚିହ୍ନଟ ହେବା ପରେ ସମୁଦାୟ ସଂଖ୍ୟା ୫୨୮୯ରେ ପହଞ୍ଚିଛି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଗତ ୨୪ ଘଣ୍ଟାରେ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ୪୫ ପ୍ରତିଶତ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ତେଣୁ ରାଜଧାନୀରେ ପ୍ରତ୍ୟେକ ଦିନ ଯେତିକି ସଂଖ୍ୟକ ରୋଗୀ ଚିହ୍ନଟ ହେଉଛନ୍ତି, ତହିଁରୁ ପ୍ରାୟ ଅଧା ସ୍ଥାନୀୟ ସଂକ୍ରମିତ, ଯାହାକି ବେଶ୍ ଚିନ୍ତାଜନକ।

ଗତ ୧୪ ତାରିଖରେ ରାଜଧାନୀରେ ୨୭୭ ରୋଗୀ ଚିହ୍ନଟ ହୋଇଥିଲେ। ଏଥିରେ ୧୮୧ଜଣ ସଙ୍ଗରୋଧରୁ ଓ ୯୬ଜଣ ସ୍ଥାନୀୟ ଆକ୍ରାନ୍ତ ରହିଥିଲେ। ସେହିପରି ଗତ ୨୪ ଘଣ୍ଟାରେ ରାଜଧାନୀରେ ଚିହ୍ନଟ ୧୭୦ ରୋଗୀଙ୍କ ମଧ୍ୟରେ ୯୨ ସଙ୍ଗରୋଧରୁ ଓ ୭୮ ସ୍ଥାନୀୟ ଆକ୍ରାନ୍ତ ରହିଛନ୍ତି। ସଙ୍ଗରୋଧରୁ ଚିହ୍ନଟ ରୋଗୀଙ୍କ ମଧ୍ୟରେ ୬ଜଣ ରାଜ୍ୟ ବାହାରକୁ ଯାଇଥିଲେ। ଏହାବାଦ୍ ଏମ୍‌ସରୁ ୩ ସହ ୩ ଘରୋଇ ହସ୍ପିଟାଲରୁ ଏକାଧିକ କର୍ମଚାରୀ ଚିହ୍ନଟ ହୋଇଛନ୍ତି। ସେହିପରି ରିକ୍ସା କଲୋନି, ତେଲୁଗୁ ବସ୍ତି, ମୋଚିସାହି ଓ ଅନ୍ୟ ବସ୍ତିରୁ ଆକ୍ରାନ୍ତ ବାହାରିଛନ୍ତି। ଅପରପକ୍ଷରେ ସ୍ଥାନୀୟ ସଂକ୍ରମିତ ରାଜଧାନୀର ବିଭିନ୍ନ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ତେବେ ରାଜ୍ୟରେ କରୋନା ରୋଗୀଙ୍କ ସୁସ୍ଥ ହାର ପ୍ରାୟ ୭୦ ପ୍ରତିଶତ ଥିବା ବେ‌ଳେ ଖୋର୍ଧା ଜିଲ୍ଲାରେ ଏହା ୫୭ପ୍ରତିଶତ ରହିଛି। ରାଜ୍ୟର ସର୍ବାଧିକ ସକ୍ରିୟ ରୋଗୀ ଖୋର୍ଧା ଜିଲ୍ଲାରେ ରହିଛନ୍ତି। ସୁସ୍ଥ ହାର ୬୪ପ୍ରତିଶତ ରହିଛି। ରାଜଧାନୀରେ ଏ ପର୍ଯ୍ୟନ୍ତ ୩୪୩୫ ରୋଗୀ ସୁସ୍ଥ ହୋଇଛନ୍ତି। ମାତ୍ର ୧୮୨୩ ଜଣ ସକ୍ରିୟ ରୋଗୀ ଚିକିତ୍ସାଧୀ ଅଛନ୍ତି। ସେହିପରି ଏ ପର୍ଯ୍ୟନ୍ତ ୨୫ଜଣଙ୍କ କରୋନାରେ ମୃତ୍ୟୁ ହୋଇସାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe