ରାଜଧାନୀରେ କରୋନା ସଂକ୍ରମଣ ୨୮ ହଜାର ଟପିଲା

Advertisment
ରାଜଧାନୀରେ କରୋନା ସଂକ୍ରମଣ ୨୮ ହଜାର ଟପିଲା

Image Courtesy of The Times of India

ଭୁବନେଶ୍ୱର : ରାଜଧାନୀରେ କରୋନା ସଂକ୍ରମଣ ୨୮ହଜାର ଟପିଛି। ଗତ ୨୪ ଘଣ୍ଟାରେ ୨୦୧ ପଜିଟିଭ୍ ଚିହ୍ନଟ ହେବା ପରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨୮,୧୧୦କୁ ବୃଦ୍ଧି ପାଇଛି। ଚଳିତ ଅକ୍ଟୋବରରେ ରାଜଧାନୀରେ ସଂକ୍ରମଣ ୨ଶହକୁ ଖସି ଆସିଛି। ତେବେ ରାଜଧାନୀ ଅପେକ୍ଷା ଖୋର୍ଧା ଗ୍ରାମାଞ୍ଚଳରେ ସଂକ୍ରମଣ ଯଥେଷ୍ଟ କମ୍ ରହିଛି।

ଆଜି ରାଜଧାନୀରେ କରୋନାରେ ୨ଜଣ ପ୍ରାଣ ହରାଇଥିବା ନେଇ ଘୋଷଣା ହୋଇଛି। ଏହାକୁ ମିଶାଇ ରାଜଧାନୀରେ ଏ ପର୍ଯ୍ୟନ୍ତ ୧୪୬ଜଣ କରୋନାରେ ପ୍ରାଣ ହରାଇ ସାରିଲେଣି। ଜିଲ୍ଲାରେ ମୋଟ ୨୦୫ଜଣ ପ୍ରାଣ ହରାଇଛନ୍ତି। ତେବେ ସଂକ୍ରମଣ ଖସିବା ସତ୍ତ୍ବେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବା ରାଜଧାନୀର ପାଇଁ ଚିନ୍ତାର କାରଣ ସାଜିଛି। ଚିହ୍ନଟ ୨୦୧ ଆକ୍ରାନ୍ତଙ୍କ ମଧ୍ୟରୁ ‌୧୩୭ ଲୋକାଲ କଣ୍ଟାକ୍ଟସ୍ ଓ ୬୪ଜଣ ସଙ୍ଗରୋଧରୁ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ଡୁମୁଡୁମା, ଚିନ୍ତାମଣିଶ୍ବର, ବିଜେବିନଗର, ଭାଗବତ ସନ୍ଧାନ, ଗଜପତି ନଗର, ଖଣ୍ଡଗିରି, ପୁରୁଣା ଭୁବନେଶ୍ବର, ପଟିଆ, ସହିଦ ନଗର ଓ ଅନ୍ୟ ଅଞ୍ଚଳରୁ ଆକ୍ରାନ୍ତ ବାହରିଛନ୍ତି। ଲୋକାଲ କଣ୍ଟାକ୍ଟସ୍‌ରେ ବଡ଼ଗଡ଼, ଆଚାର୍ଯ୍ୟ ବିହାର, ବାପୁଜୀନଗର, ଘାଟିକିଆ, ଗୌତମନଗର, ଜୟଦେବ ବିହାର, ନୂଆପଲ୍ଲୀ, ଓପିଟିସିଏଲ କଲୋନି, ପାତ୍ରପଡ଼ା, ଶିଶୁ ଭବନ, ଟଙ୍କପାଣି ରୋଡ୍, ସୂର୍ଯ୍ୟନଗର ଓ ଅନ୍ୟ ଅଞ୍ଚଳରୁ ପୁଳା ପୁଳା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜଧାନୀରେ ଏବେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୨୫୯୧କୁ ଖସି ଆସିଛି। ଗତକାଲି ୨୯୨ଜଣ ରୋଗୀ ସୁସ୍ଥ ହେବା ଫଳରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨୫, ୩୫୨କୁ ବୃଦ୍ଧି ପାଇଛି। ରାଜଧାନୀରେ କରୋନା ରୋଗୀଙ୍କ ସୁସ୍ଥ ହାର ୯୦ ପ୍ରତିଶତକୁ ବୃଦ୍ଧି ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe